ETV Bharat / international

ଆଫଗାନିସ୍ତାନରେ ଅନାହାର ! ୧୦୦ କୋଟି ୟୁରୋ ସହାୟତା ଅର୍ଥ ଦେବ ୟୁରୋପୀୟ ମହାସଂଘ

author img

By

Published : Oct 12, 2021, 9:31 PM IST

ଆଫଗାନିସ୍ତାନରେ ଅସ୍ଥିର ପରିସ୍ଥିତି ଓ ଅର୍ଥାଭାବ ଯୋଗୁଁ ବଢିଚାଲିଛି ବେକାରୀ, ଅନାହାର ଓ ଦାରିଦ୍ର୍ୟତା । ଏହାକୁ ଦୃଷ୍ଟିରେ ରଖି ଆଫଗାନିସ୍ତାନକୁ ସହଯୋଗର ହାତ ବଢାଉଛନ୍ତି ବିଭିନ୍ନ ଦେଶ । ଏହି କ୍ରମରେ ଆଫଗାନିସ୍ତାନକୁ ୧୦୦ କୋଟି ୟୁରୋ ମାନବୀକ ସହାୟତା ଦେବ ୟୁରୋପୀୟ ମହାସଂଘ । ଅଧିକ ପଢନ୍ତୁ...

ଆଫଗାନିସ୍ତାନରେ ଅନାହାର ! ୧୦୦ କୋଟି ୟୁରୋ ସହାୟତା ଅର୍ଥ ଦେବ ୟୁରୋପୀୟ ସଂଘ

ନୂଆଦିଲ୍ଲୀ: ଆଫଗାନିସ୍ତାନ ଉପରେ କବଜା କରି ସରକାର ଗଠନ କରିସାରିଥିବା ତାଲିବାନ କରୁଛି ଦାବି । ହେଲେ ଚରମ ସ୍ଥିତିରେ ଥିବା ଗୋଷ୍ଠୀ କନ୍ଦଳ ଯୋଗୁଁ ସରକାର ଚଳାଇପାରୁନି ତାଲିବାନ । ସେପଟେ ଦେଶରେ ଅସ୍ଥିର ପରିସ୍ଥିତି ଓ ଅର୍ଥାଭାବ ଯୋଗୁଁ ବଢିଚାଲିଛି ବେକାରୀ, ଅନାହାର ଓ ଦାରିଦ୍ର୍ୟତା । ଏହାକୁ ଦୃଷ୍ଟିରେ ରଖି ଆଫଗାନିସ୍ତାନକୁ ସହଯୋଗର ହାତ ବଢାଉଛନ୍ତି ବିଭିନ୍ନ ଦେଶ । ଏହି କ୍ରମରେ ଆଫଗାନିସ୍ତାନକୁ ୧୦୦ କୋଟି ୟୁରୋ ମାନବୀୟ ସହାୟତା ଦେବ ୟୁରୋପୀୟ ମହାସଂଘ ।

ମଙ୍ଗଳବାର ୟୁରୋପୀୟ ୟୁନିଅନ ଆଫଗାନିସ୍ତାନକୁ 1 ବିଲିୟନ ୟୁରୋ ସହାୟତା ପ୍ରଦାନ କରିବ ବୋଲି ଘୋଷଣା କରିଛି। ଏହା ଦ୍ବାରା ମାନବୀୟତା ଉପରେ ସଙ୍କଟ ଏବଂ ବିଗୁଡୁଥିବା ଆର୍ଥିକ ଅବସ୍ଥାକୁ ପୁଣିଥରେ ଟ୍ରାକକୁ ଫେରାଇ ଅଣାଯାଇପାରିବ ବୋଲି ଦାବି କରିଛି ୟୁରୋପୀୟ ସଂଘ । ଭର୍ଚୁଆଲ ଜି -20 ସମ୍ମିଳନୀରେ ୟୁରୋପୀୟ ଆୟୋଗର ଅଧ୍ୟକ୍ଷ ଉର୍ସୁଲା ୱାନ ଡେର୍ ଲେୟେନ ଉପସ୍ଥିତ ଥିଲେ। ଇଟାଲୀ ଏହି ସମ୍ମିଳନୀ ଆୟୋଜନ କରିଥିଲା । ଏହି ସମୟରେ, ଉର୍ସୁଲା ୱାନ ଡେର୍ ମଧ୍ୟ ଆଫଗାନିସ୍ତାନକୁ ମାନବିକତା ଆଧାରରେ ସାହାଯ୍ୟ କରିବା ପାଇଁ ନିଜର ପ୍ରତିଶୃତି ଦୋହରାଇଥିଲେ।

ସହାୟତା ଅର୍ଥ ଆଫଗାନିସ୍ତାନକୁ ଧୀରେ ଧୀରେ ସାହାଯ୍ୟ କରିବା ପାଇଁ ଉଦ୍ଦିଷ୍ଟ ବୋଲି ଉର୍ସୁଲା ତାଙ୍କ ବିବୃତ୍ତିରେ କହିଛନ୍ତି। ଏହି ଅର୍ଥ ସେହି ଅନ୍ତରାଷ୍ଟ୍ରୀୟ ସଂସ୍ଥାଗୁଡ଼ିକୁ ଦିଆଯିବ ଯେଉଁମାନେ ସେଠାରେ କାର୍ଯ୍ୟ କରୁଛନ୍ତି | ସେ ସ୍ପଷ୍ଟ କରିଛନ୍ତି ଯେ ଏହି ଟଙ୍କା ତାଲିବାନ ସରକାରଙ୍କୁ ଦିଆଯିବ ନାହିଁ କାରଣ ସେମାନେ ଏପର୍ଯ୍ୟନ୍ତ ମାନ୍ୟତା ପାଇନାହାଁନ୍ତି।

ଉର୍ସୁଲା ୱାନ ଡେର୍ କହିଛନ୍ତି, ଆଫଗାନିସ୍ତାନରେ ମାନବିକତା ତଥା ସାମାଜିକ-ଅର୍ଥନୈତିକ ସ୍ଥିତିକୁ ରକ୍ଷା କରିବା ପାଇଁ ଆମେ ସମସ୍ତେ ଯାହା କରିବା ଉଚିତ ତାହା କରିବା ଆବଶ୍ୟକ। ଆମକୁ ଏହାକୁ ଶୀଘ୍ର କରିବାକୁ ହେବ ବୋଲି ଉର୍ସୁଲା କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.