ETV Bharat / international

Russia-Ukraine Crisis: ଇଉରୋପ ଆକାଶରେ ଉଡିବନି ଋଷ ବିମାନ, ଲାଗିଲା କଟକଣା

author img

By

Published : Feb 28, 2022, 11:08 AM IST

ଋଷ ଉପରେ କଟକଣା ଲଗାଇଲା ଇଉରୋପୀୟ ସଂଘ । ଇଉରୋପ ଆକାଶରେ ଉଡିପାରିବ ନାହିଁ ଋଷ ବିମାନ । ଅଧିକ ପଢନ୍ତୁ

Russia-Ukraine crisis :ଋଷିଆର ବିମାନ ଉଡାଣ ଉପରେ କଟକଣା ଲଗାଇଲା ୟୁରୋପ

ବେଲଜିୟମ: ଇଉରୋପ ଆକାଶରେ ଆଉ ଉଡିପାରିବ ନାହିଁ ଋଷ ବିମାନ । ଋଷ ଉପରେ ଏଭଳି କଟକଣା ଲଗାଇଲା ଇଉରୋପୀୟ ସଂଘ । ଏନେଇ ଇଉରୋପୀୟ କମିଶନ ପ୍ରେସିଡେଣ୍ଟ ଉର୍ସୁଲା ଭନ୍ ଡେର୍ ଲେନ୍ ଘୋଷଣା କରିଛନ୍ତି । ୟୁକ୍ରେନ ଉପରେ ଋଷ ଆକ୍ରମଣକୁ ନିନ୍ଦା କରି ସଂଘ ଏପରି ନିଷ୍ପତ୍ତି ନେଇଛି ।

ଇଉରୋପୀୟ କମିଶନ ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ ଋଷର ସମସ୍ତ ବିମାନ ଗୁଡିକ ଉପରେ ପ୍ରତିବନ୍ଧକ ଲଗାଇଛୁ । ଋଷର ପ୍ରତ୍ୟେକ ବିମାନ ପାଇଁ ଇଉରୋପର ବାୟୁମାର୍ଗ ବନ୍ଦ ରହିବ । ଏଥିରେ ଅଲିଗ୍ରାଚରକୁ ଉଡୁଥିବା ବ୍ୟକ୍ତିଗତ ଜେଟ ମଧ୍ୟ ଅନ୍ତର୍ଭୁକ୍ତ ରହିବ ।

ଏହାପୂର୍ବରୁ ରବିବାର ଦିନ ଫ୍ରାନ୍ସ ମଧ୍ୟ କହିଛି ଯେ ଋଷର ବିମାନ ଏବଂ ପଞ୍ଜୀକୃତ ବ୍ୟକ୍ତିଗତ ବିମାନ ପାଇଁ ଫ୍ରାନ୍ସର ବାୟୁମାର୍ଗ ବନ୍ଦ ରହିବ । ଫ୍ରାନ୍ସର ବିମାନ କମ୍ପାନୀ ଏହାର ଓ୍ବେବସାଇଟରେ ଋଷ ବିମାନ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଇଥିବା ନେଇ ଘୋଷଣା କରିଛି ।

ଏୟାରଲାଇନ୍ସ ଆହୁରି ମଧ୍ୟ କହିଛି ଯେ ଫ୍ରାନ୍ସ ଏବଂ ଚୀନ୍, ଦକ୍ଷିଣ କୋରିଆ ଏବଂ ଜାପାନ ମଧ୍ୟରେ ବିମାନ ମଧ୍ୟ ସାମୟିକ ଭାବେ ସ୍ଥଗିତ ରଖାଯିବ ଯାହା ଫଳରେ ଋଷିଆର ବିମାନ ଉଡାଣ ବନ୍ଦ କରିବାକୁ ସକ୍ଷମ ହେବ । ଏଥିସହ ୟୁକ୍ରେନ ରାଜଧାନୀ କିଭକୁ ବିମାନ ଚଳାଚଳ ସ୍ଥଗିତ ରହିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.