ETV Bharat / international

ନ୍ୟୁଜିଲାଣ୍ଡ ମସ୍‌ଜିଦ୍ ଗୁଳିକାଣ୍ଡ: OICର ଜରୁରୀକାଳୀନ ବୈଠକ

ନ୍ୟୁଜିଲାଣ୍ଡ ମସ୍‌ଜିଦ୍ ଗୁଳିକାଣ୍ଡକୁ ନେଇ ଇସ୍‌ଲାମିକ୍ ସହଯୋଗୀ ସଂଗଠନ ପକ୍ଷରୁ ଏକ ଜରୁରୀ କାଳୀନ ବୈଠକ ଅନୁଷ୍ଠିତ। ବୈଠକରେ ନ୍ୟୁଜିଲାଣ୍ଡ ସରକାରଙ୍କୁ ସଂଗଠନର ପ୍ରଶଂସା।

author img

By

Published : Mar 22, 2019, 6:23 PM IST

ଇଟିଭି ଭାରତ

ନ୍ୟୁଜିଲାଣ୍ଡ: ସପ୍ତାହ ତଳେ ଘଟିଥିବା ନ୍ୟୁଜିଲାଣ୍ଡ ମସ୍‌ଜିଦ୍ ଗୁଳିକାଣ୍ଡକୁ ନେଇ ଇସ୍‌ଲାମିକ୍ ସହଯୋଗୀ ସଂଗଠନ ପକ୍ଷରୁ ଏକ ଜରୁରୀ କାଳୀନ ବୈଠକ ଅନୁଷ୍ଠିତ। ମସ୍‌ଜିଦି ଆକ୍ରମଣ ପରେ ନ୍ୟୁଜିଲାଣ୍ଡ ସରକାରଙ୍କ କାର୍ଯ୍ୟାନୁଷ୍ଠାନକୁ ତୁର୍କୀର ଇସ୍ତାନବୁଲ୍‌ରେ ଅନୁଷ୍ଠିତ ବୈଠକରେ ପ୍ରଶଂସା କରିଛନ୍ତି ସଂଗଠନର ସାଧାରଣ ସଂପାଦକ।

ସୂଚନା ମୁତାବକ ଗତ 15 ତାରିଖ ଶୁକ୍ରବାର ଅପରାହ୍ନରେ ପ୍ରାର୍ଥନା ଚାଲିଥିବା ବେଳେ ଜଣେ ଅଜଣା ବ୍ୟକ୍ତି ମସଜିଦ ମଧ୍ୟକୁ ପ୍ରବେଶ କରି ଆଖିବୁଜା ଗୁଳିବର୍ଷଣ କରିଥିଲା। ସେହି ସମୟରେ ସେଠାରେ ଶତାଧିକ ଲୋକ ନମାଜ ପଢୁଥିବାବେଳେ ହଠାତ ଆକ୍ରମଣ ହେବାରୁ ମସ୍‌ଜିଦ୍ ଭିତରୁ ବାହାରି ପାରିନଥିଲେ। ଫଳରେ 49ଜଣ ମୃତ୍ୟୁବରଣ କରିଥିଲେ।

ଗୁଳିକାଣ୍ଡ ପରେ କିଛି ଲୋକ ପ୍ରାଣ ବିକଳରେ ମସଜିଦ ଭିତରୁ ବାହାରକୁ ଦୌଡି ଆସିଥିଲେ। ପରେ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ବନ୍ଧୁକଧାରୀ ଜଣକ ଖସି ପଳାଇଥିଲା।

ଏହି କାଣ୍ଡ ଭିଆଉଥିବା ସମୟରେ ବନ୍ଧୁକଧାରୀ ଫେସବୁକ ଲାଇଭ କରୁଥିଲା। ଖାଲି ସେତିକି ନୁହେଁ ଆକ୍ରମଣ ପୂର୍ବରୁ ସେ 74 ପୃଷ୍ଠାର ଏକ ମେନିଫେଷ୍ଟୋ ଜାରି କରିଥିଲା। ଏଥିରେ ସେ ଲେଖିଥିଲା ଯେ ମୁସଲିମଙ୍କୁ ସେ ଘୃଣା କରେ ନାହିଁ। କିନ୍ତୁ ସେହି ମୁସଲିମଙ୍କୁ ସେ ଘୃଣା କରେ ଯେଉଁମାନେ ତାଙ୍କ ଜାଗାରେ ଜବରଦଖଲ କରି ଅଛନ୍ତି ଏବଂ ଧର୍ମ ପରିବର୍ତ୍ତନ କରୁଛନ୍ତି।

ଘଟଣାସ୍ଥଳରୁ ମିଳିଥିବା ବନ୍ଧୁକରେ ଆତତାୟୀର ନାମ ଲେଖାଯାଇଥିବା ଜଣାପଡିଛି। ସେ ହେଉଛି ଅଷ୍ଟ୍ରେଲିଆର ନାଗରିକ। ବୟସ 28 ବର୍ଷ ଓ ନାମ ବ୍ରେଣ୍ଟନ ଟ୍ୟାରେଣ୍ଟ। ବ୍ୟକ୍ତି ଜଣକ ବହୁ ପରିମାଣରେ ଦକ୍ଷିଣପନ୍ଥୀ ଚିନ୍ତାଧାରାରେ ପ୍ରଭାବିତ।

Intro:Body:

DRADADF

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.