ମସ୍କୋ: ଭାରତୀୟ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଭେଟିବାକୁ ଅପେକ୍ଷା କରିଥିବା କଥା ଋଷ ପ୍ରତିପକ୍ଷ ସର୍ଗି ଶୋଏଗୁ କହିଛନ୍ତି । ଆସନ୍ତା ସପ୍ତାହରେ ଭାରତୀୟ ପ୍ରତିରକ୍ଷା ମନ୍ତ୍ରୀଙ୍କ ମସ୍କୋ ଗସ୍ତ ପ୍ରସଙ୍ଗରେ ସେ ଏହା ଉଲ୍ଲେଖ କରିଛନ୍ତି । ଋଷ ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ଟ୍ବିଟରରେ ପ୍ରକାଶ କରାଯାଇଛି ।
ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି ଯେ, ଭାରତୀୟ ରାଷ୍ଟ୍ରଦୂତ ଭେଙ୍କଟେଶ ବର୍ମା କୁବିଙ୍କା ଆଉଟସାଉଡ ମସ୍କୋର ଭାରତ ପ୍ରତିରକ୍ଷା ପାଭିଲିୟନରେ ଋଷର ପ୍ରତିରକ୍ଷା ମନ୍ତ୍ରୀ ହେ ସର୍ଗି ଶୋଏଗୁଙ୍କୁ ସ୍ୱାଗତ କରିଛନ୍ତି।
ଦୂତାବାସ ଆହୁରି ମଧ୍ୟ କହିଛି, ‘ରୁଷ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ ସେ ଆସନ୍ତା ସପ୍ତାହରେ ମସ୍କୋରେ ଭାରତୀୟ ପ୍ରତିପକ୍ଷ ରାଜନାଥ ସିଂହଙ୍କୁ ଭେଟିବାକୁ ଆଗ୍ରହୀ। ’
ସେପ୍ଟେମ୍ବର 4 ରୁ 6 ମଧ୍ୟରେ ଋଷରେ ଅନୁଷ୍ଠିତ ସାଂଘାଇ ସହଯୋଗ ସଂଗଠନର ସଦସ୍ୟ ଦେଶର ପ୍ରତିରକ୍ଷା ମନ୍ତ୍ରୀଙ୍କ ବୈଠକରେ ରାଜନାଥ ସିଂ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।
@ANI