ETV Bharat / international

‘ଆହୁରି 10 ବର୍ଷ ରହିବ କୋରୋନା ପ୍ରକୋପ’ - ଆହୁରି 10 ବର୍ଷ ରହିବ କୋରୋନା ଭାଇରସର ପ୍ରକୋପ

‘କୋରୋନା ଭାଇରସ ଏତେ ସହଜରେ ଯିବ ନାହିଁ । ଏହାର ପ୍ରକୋପ ଅତିକମରେ ଆଗାମୀ ୧୦ ବର୍ଷ ଯାଏଁ ରହିବ’। ବାୟୋଏନଟେକ ମୁଖ୍ୟଙ୍କ ଏଭଳି ବୟାନ ଏବେ ସମସ୍ତଙ୍କର ଆହୁରି ଚିନ୍ତା ବଢ଼ାଇ ଦେଇଛି । ଅଧିକ ପଢନ୍ତୁ...

ଆହୁରି 10 ବର୍ଷ ରହିବ କୋରୋନା ଭାଇରସର ପ୍ରକୋପ: ବାୟୋଏନଟେକ ସିଇଓ

author img

By

Published : Dec 27, 2020, 12:18 PM IST

ଲଣ୍ଡନ: ସାରା ବିଶ୍ବରେ ଏବେ ବି ଜାରି ରହିଛି ମହାମାରୀ କୋରୋନା ଭାଇରସର ପ୍ରକୋପ । ବିଭିନ୍ନ ଦେଶରେ ଭାକ୍ସିନ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ କିଛି ଦେଶରେ ଲୋକଙ୍କୁ କୋରୋନା ଟିକା ଦେବା ଆରମ୍ଭ ହୋଇଗଲାଣି । ତେବେ ନୂତନ ସାଂଘାତିକ କୋରୋନା ଷ୍ଟ୍ରେନର ଉତ୍ପତି ମଧ୍ୟରେ ବିଶ୍ବ, ମହାମାରୀ ସହ ମୁକାବିଲା କରୁଥିବାବେଳେ ବାୟୋଏନଟେକର ସିଇଓ ଅଗର ସାହିନ ଏକ ଭର୍ଚୁଆଲ୍ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଅତି କମରେ ଆସନ୍ତା ଦଶନ୍ଧି ପର୍ଯ୍ୟନ୍ତ ଏହି ମାରାତ୍ମକ ଭୂତାଣୁର ପ୍ରକୋପ ରହିବ । ତେବେ ବାୟୋଏନଟେକ ମୁଖ୍ୟଙ୍କ ଏଭଳି ବୟାନ ସମସ୍ତଙ୍କର ଆହୁରି ଚିନ୍ତା ବଢ଼ାଇ ଦେଇଛି ।

ସେ କହିଛନ୍ତି ଯେ, ଭାଇରସ ଏତେ ସହଜରେ ଯିବ ନାହିଁ । ଏହାର ପ୍ରକୋପ ଅତିକମରେ ଆଗାମୀ ୧୦ ବର୍ଷ ଯାଏଁ ରହିବ । ତେଣୁ ଜୀବନ କେବେ ସ୍ବାଭାବିକ ହେବ, ତାହା କହିବା କଷ୍ଟକର । କିନ୍ତୁ ଆମକୁ ଏହି ଭାଇରସ ସହ ବଞ୍ଚିବାକୁ ହେବ । ଆମେରିକାର ଫାର୍ମାସ୍ୟୁଟିକାଲ୍ ଜିଆଣ୍ଟ ପିଫାଇଜର ସହିତ ବିକଶିତ ହୋଇଥିବା ବାୟୋଏନଟେକ ଟିକା, ବ୍ରିଟେନ ଏବଂ ଆମେରିକା ସମେତ 45 ରୁ ଅଧିକ ଦେଶରେ ବ୍ୟବହାର ପାଇଁ ଅନୁମତିପ୍ରାପ୍ତ । କିନ୍ତୁ ବ୍ରିଟେନ୍‌ ଓ ଦକ୍ଷିଣ ଆଫ୍ରିକାରେ ଦେଖାଦେଇଥିବା କୋରୋନା ଭାଇରସର ନୂଆ ଷ୍ଟ୍ରେନ ବାବଦରେ ବାୟୋଏନ୍‌ଟେକ୍‌ ସିଇଓ କହିଛନ୍ତି ଯେ, ଏହା ଚିନ୍ତାଜନକ । କାରଣ ଏହା ଅଧିକ ସଂକ୍ରାମକ ଏବଂ ଖୁବ କମ ସମୟ ମଧ୍ୟରେ ରୂପ ବଦଳାଇଥାଏ । ଏହାକୁ ଦୃଷ୍ଟିରେ ରଖି ରଣନୀତି ପ୍ରସ୍ତୁତ କରିବାକୁ ହେବ ।

କିନ୍ତୁ ବ୍ରିଟେନରେ ଦେଖାଦେଇଥିବା ଷ୍ଟ୍ରେନ ଟିକା ଉପରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ସେ ଦାବି କରିଛନ୍ତି । ସାହିନ ଆହୁରି କହିଛନ୍ତି ଯେ, ଉନ୍ନତ ଟେକ୍ନୋଲୋଜି ଦ୍ବାରା ନୂଆ ଭାଇରସ ଷ୍ଟ୍ରେନର ନମୁନା ପ୍ରସ୍ତୁତ କରି ଭ୍ୟାକ୍ସିନ ସହ ପରୀକ୍ଷା କରାଯାଉଛି । ପରୀକ୍ଷା ଶେଷ ହେଲେ ମାତ୍ର ୬ ସପ୍ତାହରେ ନୂଆ ଭାଇରସ ବିରୋଧରେ ପ୍ରତିରୋଧକ ଶକ୍ତି ସୃଷ୍ଟି କରିପାରୁଥିବା ଭ୍ୟାକ୍ସିନ ଉପଲବ୍ଧ ହେବ ବୋଲି ସେ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.