ବ୍ରୁସେଲ: ୟୁରୋପୀୟ ଦେଶ ବେଲଜିୟମ କୋରୋନା ଯୋଗୁଁ ଅଧିକ ପ୍ରଭାବିତ ହୋଇଛି । ଏକ ରିପୋର୍ଟ ଅନୁସାରେ ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ପ୍ରଥମ ଥର ଏଠାରେ ମୃତ୍ୟୁସଂଖ୍ୟା ଅଧିକ ରହିଛି । ଚଳିତ ଏପ୍ରିଲ ମାସରେ ବେଲଜିୟମ ଏହି ରେକର୍ଡ କରିଛି । ଏଠାରେ ବର୍ତ୍ତମାନ କୋରୋନା ଯୋଗୁଁ ପରିସ୍ଥିତି ଦ୍ବିତୀୟ ବିଶ୍ବଯୁଦ୍ଧ ଭଳି ଭୟଙ୍କର ରହିଛି ।
1940 ମସିହା ସମୟରେ ଦ୍ବିତୀୟ ବିଶ୍ବଯୁଦ୍ଧବେଳେ ଏପ୍ରିଲ ମାସରେ ଅନେକ ଲୋକଙ୍କ ମୃତ୍ୟୁ ହୋଇଥିଲା । ଏହାପରେ ଏବେ କୋରୋନା ଯୋଗୁଁ ଚଳିତ ଏପ୍ରିଲରେ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ଏହାକୁ ଦେଶର ଇତିହାସର ଦ୍ବିତୀୟ କଳଙ୍କିତ ଅଧ୍ୟାୟ ବୋଲି କୁହାଯାଉଛି । ରିପୋର୍ଟ ଅନୁସାରେ ଗତ ଏପ୍ରିଲରେ ବେଲଜିୟମରେ ବେସରକାରୀ ଭାବେ 14 ହଜାର 790 ଲୋକଙ୍କ ମୃତ୍ୟୁ ହୋଇଛି । ବିଶେଷ କରି 1 ରୁ 12 ଏପ୍ରିଲ ଯାଏଁ ମୃତ୍ୟୁହାର ପ୍ରାୟ 2 ଗୁଣା ରହିଥିଲା । ଯେବେକି ଆକଳନ ଅନୁସାରେ ଏହା ଯେତିକି ରହିବା କଥା ପ୍ରତିଦିନ ତାହାର 2 ଗୁଣ ମୃତ୍ୟୁ ହୋଇଥିଲା ବୋଲି ରିପୋର୍ଟ ପ୍ରକାଶ କରିଛି ।
ଗତ ମାସରେ ପ୍ରତି 1000 ଲୋକରେ 15.7 ଲୋକଙ୍କ ମୃତ୍ୟୁ ହୋଇଥିଲା । ଯେବେକି 19141ରେ ଏହା 16.3 ଥିଲା । କୋରୋନା ଦ୍ବାରା ୟୁରୋପ ଯେତିକି ପ୍ରଭାବିତ ହୋଇଛି ବେଲିଜିୟମ ସେଥିରୁ ଅଧିକ ମାତ୍ରାରେ ପ୍ରଭାବିତ ହୋଇଛି । ଏହି ମହାମାରୀ ଦେଶରେ ଆର୍ଥିକ ଅବସ୍ଥା ଖରାପ କରିବା ସହ ମୃତ୍ୟୁହାର ବଢାଇଛି । ତେବେ ୟୁରୋପରେ ଅନ୍ୟ ଦେଶ ଅପେକ୍ଷା ବେଲଜିୟମର ମୃତ୍ୟୁସଂଖ୍ୟା ଅନେକ କମ ରହିଛି । ଏପରିକି ଏହାର ସରକାରଙ୍କୁ ପ୍ରଶଂସା କରିଛି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ।