ETV Bharat / international

ସାମାଜିକ ଦୂରତା ନିୟମ କୋହଳ ପାଇଁ ବ୍ରିଟେନରେ ବଢୁଛି ଦାବି - କୋରୋନା ଭାଇରସ ନ୍ୟୁଜ୍‌

ଏବେ ବ୍ରିଟେନରେ ଲାଗୁ ରହିଥିବା ସର୍ବନିମ୍ନ 2 ମିଟର ଦୂରତାର କଟକଣା ବିରୁଦ୍ଧରେ ପୁଣି ତେଜିଛି ବିରୋଧୀଙ୍କ ସ୍ବର । ଏହି ନିୟମରେ ପରିବର୍ତ୍ତନ କରିବା ପାଇଁ ସରକାରଙ୍କୁ ଦାବି ଜଣାଇଛନ୍ତି ବିରୋଧୀ ।

protest against social distancing in uk, lockdown restriction in uk, coronavirus news, social distancing in uk, ୟୁକେରେ ସାମାଜିକ ଦୂରତା ନିୟମକୁ ବିରୋଧ, ୟୁକେରେ ଲକଡାଉନ କଟକଣା, କୋରୋନା ଭାଇରସ ନ୍ୟୁଜ୍‌, ୟୁକେରେ ସାମାଜିକ ଦୂରତା
ସାମାଜିକ ଦୂରତା ନିୟମ କୋହଳ ପାଇଁ ୟୁକେରେ ବଢୁଛି ଦାବି
author img

By

Published : Jun 11, 2020, 11:56 PM IST

ଲଣ୍ଡନ: ପୂର୍ବତନ ରାଜନୈତିକ ପ୍ରତିଦ୍ବନ୍ଦ୍ବୀଙ୍କଠାରୁ ବ୍ରିଟେନ ସରକାର ଦୈନିକ ଶୁଣୁଛନ୍ତି ନୂଆ ନୂଆ ଦାବି । କେବେ ଲକଡାଉନ କଟକଣା ଅବଧି ବୃଦ୍ଧିକୁ ନେଇ ଦାବି, କେବେ କୋହଳକୁ ନେଇ ଦାବି ତ ପୁଣି କେବେ କଟକଣାର ନିୟମକୁ ବିରୋଧ । ଏହା ମଧ୍ୟରେ ଏବେ ବ୍ରିଟେନରେ ଲାଗୁ ରହିଥିବା ସର୍ବନିମ୍ନ 2 ମିଟର ଦୂରତାର କଟକଣା ବିରୁଦ୍ଧରେ ପୁଣି ତେଜିଛି ବିରୋଧୀଙ୍କ ସ୍ବର । ଏହି ନିୟମରେ ପରିବର୍ତ୍ତନ କରିବା ପାଇଁ ସରକାରଙ୍କୁ ଦାବି ଜଣାଇଛନ୍ତି ବିରୋଧୀ ।

ବ୍ରିଟେନ କନଜରଭେଟିଭ ଦଳର ମୁଖ୍ୟ ଲାଏନ ଡନକାନ ସ୍ମିଥଙ୍କ କହିବା ଅନୁଯାୟୀ ଏହି ସାମାଜିକ ଦୂରତା ନିୟମ ସଂକ୍ରମଣ ରୋକିବାରେ କୌଣସି ପ୍ରକାରେ ସହାୟକ ନୁହେଁ । ବରଂ ଏହା ଦେଶର ଅର୍ଥନୀତିକୁ ଅଧିକ ପ୍ରଭାବିତ କରୁଛି । ସର୍ବସାଧାରଣଙ୍କ ସେବା ପାଇଁ ଥିବା ବସ୍‌ ବା ମେଟ୍ରୋ ଠିକ୍‌ ଭାବେ ପରିଚାଳିତ ହୋଇପାରୁନଥିବା ବେଳେ ସଦ୍ୟ ଖୋଲିଥିବା ବାର୍‌ ଓ ପବ୍‌ରେ ଲୋକଙ୍କ ଅଭାବରୁ ବୁଡିବାରେ ଲାଗିଛି ବ୍ୟବସାୟ । ତେଣୁ 2 ମିଟର ପରିବର୍ତ୍ତେ ନିୟମକୁ ପରିବର୍ତ୍ତନ କରାଯାଇ 1 ମିଟରକୁ ହ୍ରାସ କରାଗଲେ ହୁଏତ ସ୍ଥିତିରେ ପରିବର୍ତ୍ତନ ଆସିବ ବୋଲି ସ୍ମିଥ ପରାମର୍ଶ ଦେଇଛନ୍ତି ।

ସେ ସରକାରଙ୍କୁ ଏନେଇ ଉଦାହରଣ ଦେଇ କହିଛନ୍ତି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ଏହି ନିୟମଧାରାକୁ ଫ୍ରାନ୍ସ, ଡେନମାର୍କ ଓ ସିଙ୍ଗାପୁର ଲାଗୁ କରିସାରିଛନ୍ତି । ସେମାନଙ୍କ ଦେଶରେ ଏହି ନିୟମ ଦ୍ବାରା ସେପରି କୌଣସି କ୍ଷତି ହେଉଥିବା ପରିଲକ୍ଷିତ ହେଉ ନାହିଁ, ତେଣୁ ୟୁକେରେ ମଧ୍ୟ ଏହି ନିୟମକୁ ଲାଗୁ କରିବା ପାଇଁ ସ୍ମିଥ ସରକାରଙ୍କୁ ପରାମର୍ଶ ଦେଇଛନ୍ତି ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.