ETV Bharat / international

ବ୍ରିଟେନ କୋରୋନା କଠିନ ସମୟ ଅତିକ୍ରମ କରିଛି: ବୋରିସ୍ ଜନସନ

author img

By

Published : May 1, 2020, 6:42 PM IST

ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ କହିଛନ୍ତି ଯେ କୋରୋନାଭାଇରସ୍ ମହାମାରୀ ପାଇଁ ଦେଶରେ ଲାଗୁ ହୋଇଥିବା ତାଲାବନ୍ଦ ପରେ ଏବେ ପୁନର୍ବାର ସ୍ଥିତି ସୁଧାରିବା ସମୟ ଆସିଛି । ଅର୍ଥନୀତିକୁ ପୁନଃ ଆରମ୍ଭ କରିବା, ବିଦ୍ୟାଳୟଗୁଡ଼ିକୁ ପୁଣିଥରେ ଖୋଲିବା ଏବଂ ଲୋକଙ୍କୁ କାର୍ଯ୍ୟକୁ ଫେରିବା ପାଇଁ ଆସନ୍ତା ସପ୍ତାହରେ ଏକ ବ୍ୟାପକ ଯୋଜନା ସ୍ଥିର କରାଯିବ । ଅଧିକ ପଢନ୍ତୁ...

ଫାଇଲ ଫଟୋ
ଫାଇଲ ଫଟୋ

ଲଣ୍ଡନ: ସାରା ବିଶ୍ବରେ କୋରୋନା କାଳ ଜାରି ରହିଛି । ଏଥିରେ ଶତାଧିକ ରାଷ୍ଟ୍ର ପ୍ରଭାବିତ । ଏପରିସ୍ଥଳେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ କହିଛନ୍ତି ଯେ କୋରୋନା ଭାଇରସ୍ ମହାମାରୀ ପାଇଁ ଦେଶରେ ଲାଗୁ ହୋଇଥିବା ତାଲାବନ୍ଦ ପରେ ଏବେ ପୁନର୍ବାର ସ୍ଥିତି ସୁଧାରିବା ସମୟ ଆସିଛି ।

ଅର୍ଥନୀତିକୁ ପୁନଃ ଆରମ୍ଭ କରିବା, ବିଦ୍ୟାଳୟଗୁଡ଼ିକୁ ପୁଣିଥରେ ଖୋଲିବା ଏବଂ ଲୋକଙ୍କୁ କାର୍ଯ୍ୟକୁ ଫେରିବା ପାଇଁ ଆସନ୍ତା ସପ୍ତାହରେ ଏକ ବ୍ୟାପକ ଯୋଜନା ସ୍ଥିର କରାଯିବ । ଗୁରୁବାର ଏକ ରିପୋର୍ଟରେ ରିପୋର୍ଟରେ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଦେଶ ଉଦ୍ଦେଶ୍ୟରେ କହିଛନ୍ତି ଯେ, ବ୍ରିଟେନରେ କୋରୋନା ତରମ ପର୍ଯ୍ୟାୟ ଅତିକ୍ରାନ୍ତ କରିଛି । ମାତ୍ର ଦେଶକୁ ଦ୍ବିତୀୟ ପର୍ଯ୍ୟାୟ କୋରୋନା ଆଶଙ୍କାକୁ ଏଡାଇଦିଆଯାଇନପାରେ । ଏହାକୁ ଆଖି ଆଗରରେ ରଖି ବ୍ୟାପକ କଟକଣା ମଧ୍ୟ ରହିବ ।

ଜନସନ କହିଛନ୍ତି ଯେ ଲକଡାଉନ ହଟିବା ପରେ ରଣନୀତିର ଏକ ଅଂଶ ଭାବରେ ଫେସ୍ ମାସ୍କ ଉପଯୋଗୀ ପ୍ରମାଣିତ ହେବ । ଏହି ମହାମାରୀ ଯୋଗୁଁ ବ୍ରିଟେନରେ 674 ମୃତ୍ୟୁ ରିପୋର୍ଟ ବୃଦ୍ଧି ପାଇଁ ଦେଶରେ ସମୁଦାୟ 26,771 ଜଣଙ୍କର ମୃତ୍ୟୁ ଘଟିଛି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବର୍ତ୍ତମାନ ଦେଶ ପାଇଁ ଏକ ନୂତନ ସୂର୍ଯ୍ୟ ଉଦୟ ହେବାକୁ ଯାଉଛି । ତେବେ ଦ୍ବିତୀୟ ପର୍ଯ୍ୟାୟ ବିପର୍ଯ୍ୟୟରୁ ବ୍ରିଟେନ ବଞ୍ଚିବା ଉଚିତ ।

@ IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.