ETV Bharat / international

ୟୁରୋପିଆନ ରାଷ୍ଟ୍ରଙ୍କ ପାଇଁ ସୀମା ଖୋଲିବ ଅଷ୍ଟ୍ରିଆ - କଟକଣାରେ କୋହଳ

ଇଟାଲୀ ସମେତ 20ରୁ ଅଧିକ ୟୁରୋପିଆନ ରାଷ୍ଟ୍ରଙ୍କ ପାଇଁ ନିଜ ସୀମା ଖୋଲିବାକୁ ରାଜି ହୋଇଛି ଅଷ୍ଟ୍ରିଆ । ଏନେଇ ସରକାରୀ ଅଧିକାରୀ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ........

ୟୁରୋପିଆନ ରାଷ୍ଟ୍ରଙ୍କ ପାଇଁ ସୀମା ଖୋଲିବ ଅଷ୍ଟ୍ରେଲିଆ

author img

By

Published : Jun 10, 2020, 5:06 PM IST

କାନବେରା: କୋରୋନା ସ୍ଥିତି ସୁଧୁରିବା ପରେ କିଛି ଦେଶ କଟକଣାରେ କୋହଳ କରୁଛନ୍ତି । ବିଶେଷ କରି ୟୁରୋପ ରାଷ୍ଟ୍ରଙ୍କ ସହ ସୀମା ଖୋଲିବା ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି କ୍ରମରେ ଗ୍ରୀସ ପଥରେ ସାମିଲ ହୋଇଛି ଅଷ୍ଟ୍ରିଆ ।

ଇଟାଲୀ ସମେତ 20ରୁ ଅଧିକ ୟୁରୋପିଆନ ରାଷ୍ଟ୍ରଙ୍କ ପାଇଁ ନିଜ ସୀମା ଖୋଲିବାକୁ ରାଜି ହୋଇଛି ଏହି ଦେଶ । ଏନେଇ ସରକାରୀ ଅଧିକାରୀ ସୂଚନା ଦେଇଛନ୍ତି । କଟକଣା କୋହଳ କରିବା ସହ ପର୍ଯ୍ୟଟକଙ୍କୁ ଆସିବାର ଅନୁମତି ଦେଇଛି ଅଷ୍ଟ୍ରିଆ । ଆସନ୍ତା ସପ୍ତାହରୁ ଏହା କାର୍ଯ୍ୟକାରୀ ହେବ ବୋଲି ଜଣାପଡିଛି । ଏହି ଘୋଷଣା ପରେ ଆଶ୍ବସ୍ତି ହୋଇଛି ୟୁରୋପୀୟ ଦେଶ ଇଟାଲୀ ।

କାରଣ ଗମ୍ଭୀର କୋରୋନା ପରିସ୍ଥିତି ଯୋଗୁଁ ଅଷ୍ଟ୍ରିଆ ନିଜ ସୀମା ଇଟାଲୀ ସହ ଖୋଲିନାହିଁ । ଏଠାରେ ଆକ୍ରାନ୍ତ ଓ ମୃତ୍ୟୁ ଅଧିକ ଥିବାବେଳେ ପୁଣି ନୂଆ ଆକ୍ରାନ୍ତ ବାହାରୁଥିବାରୁ ଇଟାଲୀବାସୀଙ୍କୁ ପ୍ରବେଶ ଅନୁମତି ଦେଇନାହିଁ ଅଷ୍ଟ୍ରିଆ । ଏହାର ସୀମା 8ଟି ଦେଶଙ୍କ ସହ ଲାଗିଥିବାବେଳେ ଇଟାଲୀକୁ ଛାଡି ଅନ୍ୟ ସମସ୍ତଙ୍କ ପାଇଁ ଏହା ସୀମା ଖୋଲିଛି । ତେବେ ଏହି ନିଷ୍ପତ୍ତିକୁ ବିରୋଧ କରି ଇଟାଲୀ କହିଛି ଯେ 27ଟି ଦେଶ ବିଶିଷ୍ଟ ୟୁରୋପିଆନ ୟୁନିଅନ ଉପରେ ଏହାର ପ୍ରଭାବ ପଡିବ ।

ଇଟାଲୀର ଉତ୍ତର ଭାଗରେ ଅଷ୍ଟ୍ରିଆର ସୀମା ବନ୍ଦ ରହିଛି । କାରଣ ଇଟାଲୀର ଉତ୍ତର ଭାଗରେ ହିଁ କୋରୋନା ଅଧିକ କ୍ଷତି ଘଟାଇଛି । ସେଥିପାଇଁ ସୀମା ଖୋଲିବାରେ ରାଜି ହୋଇନି ଅଷ୍ଟ୍ରିଆ । ତେବେ ନିଜ ଦେଶରେ କୋଭିଡ 19 ମୁକାବିଲାରେ ଅଷ୍ଟ୍ରିଆ ବେଶ ସଫଳତା ହାସଲ କରିଛି । ହେଲେ ବର୍ତ୍ତମାନ ଅଷ୍ଟ୍ରିଆ ନିଜ ସୀମା ଇଟାଲୀ ସହିତ ଖୋଲିବାକୁ ରାଜି ଥିବାରୁ ଇଟାଲୀ ସରକାର ଖୁସିବ୍ୟକ୍ତ କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.