ETV Bharat / international

କୋରୋନା ଟିକା ନେଲେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ

author img

By

Published : Feb 22, 2021, 10:16 AM IST

କୋଭିଡ-19 ଫାଇଜର ଭ୍ୟାକ୍ସିନର ପ୍ରଥମ ଡୋଜ ନେଇଛନ୍ତି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ । ଅଧିକ ପଢନ୍ତୁ...

କୋରୋନା ଟିକା ନେଲେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ
କୋରୋନା ଟିକା ନେଲେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ

କାନବେରା: କୋରୋନା ଟିକା ନେଲେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ । ରବିବାର କୋଭିଡ-19 ଫାଇଜର ଭ୍ୟାକ୍ସିନର ପ୍ରଥମ ଡୋଜ ନେଇଛନ୍ତି ସ୍କଟ ମୋରିସନ । ଏହି ଭ୍ୟାକ୍ସିନ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଦ୍ବାରା ପରୀକ୍ଷା କରାଯାଇ ସ୍ବୀକୃତି ପାଇଛି ।

ମୁଁ ଆଜି କୋରୋନା ଭ୍ୟାକ୍ସିନ ନେଇଛି । ମୋ ସହିତ ଅଷ୍ଟ୍ରେଲିଆ ସିଏମଓ ପାଲ କେଲି ମଧ୍ୟ ରହିଛନ୍ତି । ଏହା ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଦ୍ବାରା ପରୀକ୍ଷା କରାଯାଇଛି । ଏହା ସମ୍ପୂର୍ଣ୍ଣ ନିରାପଦ ଓ ପ୍ରଭାବଶାଳୀ ବୋଲି ଟ୍ବିଟ କରି କହିଛନ୍ତି ଆଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ ।

ସେ ଆହୁରୀ କହିଛନ୍ତି,କୋଭିଡ-19 ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ଆସନ୍ତାକାଲି ପ୍ରଥମ ଅଷ୍ଟ୍ରେଲିଆନ ଭାବରେ ଟିକା ନେଇଛନ୍ତି ସ୍କଟ ମୋରିସନ । ଆମର ମୁଖ୍ୟ ଉଦ୍ଦେଶ୍ୟ ହେଲା ଆମକୁ ସୁରକ୍ଷା ପ୍ରଦାନ କରିଥିବା ଆଗଧାଡି ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ସୁରକ୍ଷା ପ୍ରଦାନ କରିବା ।

ଜନସ ହୋପକିନସ ବିଶ୍ବବିଦ୍ୟାଳୟର ସୂଚନା ଅନୁସାରେ, ବର୍ତ୍ତମାନ ସୁଦ୍ଧା ଅଷ୍ଟ୍ରେଲିଆରେ ମୋଟ 28ହଜାର,928 କୋରୋନା ପଜିଟିଭି ରହିଛନ୍ତି । 90ଜଣଙ୍କର କୋରୋନାଜନିତ ମୃତ୍ୟୁ ହୋଇଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.