ETV Bharat / international

‘ଅସାମାଜିକ ଲୋକେ ବଦଳାଇଲେ ବର୍ଣ୍ଣବୈଷମ୍ୟ ବିରୋଧୀ ଆନ୍ଦୋଳନର ସ୍ବର’ - ବୋରିଶ ଜନଶନ

ଆମେରିକା ଓ ଇଂଲଣ୍ଡରେ ସ୍ଥାନେ ସ୍ଥାନେ ବ୍ୟାପିଛି ବର୍ଣ୍ଣବୈଷମ୍ୟ ବିରୋଧୀ ଆନ୍ଦୋଳନ । ଯାହାକୁ ନେଇ ସୋମବାର ଏକ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ୟୁକେ ପ୍ରଧାନମନ୍ତ୍ରୀ ବୋରିସ ଜନଶନ । ଆନ୍ଦୋଳନ କିଛି ଅସାମାଜିକ ଲୋକଙ୍କ ପାଇଁ ପ୍ରଭାବିତ ହୋଇ ବିଫଳତାର ରୂପ ନେଇଛି ବୋଲି ବୋରିସ ଆକ୍ଷେପ କରିଛନ୍ତି ।

anti-racism protest in england, boris's reaction on anti-racism protest, boris johnson, effect of anti-racism effect on england, ଇଂଲଣ୍ଡରେ ବର୍ଣ୍ଣ ବୈଷମ୍ୟ ବିରୋଧୀ ଆନ୍ଦୋଳନ, ବର୍ଣ୍ଣ ବୈଷମ୍ୟ ବିରୋଧୀ ଆନ୍ଦୋଳନରେ ବୋରିଶଙ୍କ ପ୍ରତିକ୍ରିୟା, ବୋରିଶ ଜନଶନ, ବର୍ଣ୍ଣ ବୈଷମ୍ୟ ବିରୋଧୀ ଆନ୍ଦୋଳନର ଇଂଲଣ୍ଡରେ ପ୍ରଭାବ
‘ଅସାମାଜିକ ଲୋକେ ବଦଳାଇଲେ ବର୍ଣ୍ଣଗତ ବୈଷମ୍ୟ ବିରୋଧୀ ଆନ୍ଦୋଳନର ସ୍ବର’
author img

By

Published : Jun 9, 2020, 8:09 AM IST

ଲଣ୍ଡନ: ଆମେରିକା ଓ ଇଂଲଣ୍ଡରେ ସ୍ଥାନେ ସ୍ଥାନେ ବ୍ୟାପିଛି ବର୍ଣ୍ଣବୈଷମ୍ୟ ବିରୋଧୀ ଆନ୍ଦୋଳନ । ଯାହାକୁ ନେଇ ସୋମବାର ଏକ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ୟୁକେ ପ୍ରଧାନମନ୍ତ୍ରୀ ବୋରିସ ଜନଶନ । ଆନ୍ଦୋଳନ କିଛି ଅସାମାଜିକ ଲୋକଙ୍କ ପାଇଁ ପ୍ରଭାବିତ ହୋଇ ବିଫଳତାର ରୂପ ନେଇଛି ବୋଲି ବୋରିସ ଆକ୍ଷେପ କରିଛନ୍ତି । ସେ ଏହା ମଧ୍ୟ କହିଛନ୍ତି କି ଏହାର ଅର୍ଥ ନବୁଝି କିଛି ଅସାମାଜିକ ବ୍ୟକ୍ତିଙ୍କ ପ୍ରବେଶ ଦ୍ବାରା ଆନ୍ଦୋଳନର ସ୍ବରରେ ପରିବର୍ତ୍ତନ ହୋଇଛି ।

ଶନିବାର ଓ ରବିବାର ହଜାର ହଜାର ବିକ୍ଷୋଭକାରୀ ଲଣ୍ଡନ ସମେତ ୟୁକେର ବିଭିନ୍ନ ସହର ଯଥା ବ୍ରିଷ୍ଟଲ, ମାଞ୍ଚେଷ୍ଟର, ୱୁଲଭରହ୍ୟାମ୍ପଟନ, ନଟିଙ୍ଗହାମ, ଗ୍ଲାସଗୋ ଓ ଏଡିନବର୍ଗରେ ଏକତ୍ରିତ ହୋଇଥିଲେ । ସାଧାରଣତଃ ବିକ୍ଷୋଭ ଶାନ୍ତିପୂର୍ଣ୍ଣ ଭାବେ ହୋଇଥାଏ । ହେଲେ ଏହି ଆନ୍ଦୋଳନରେ ଲୋକଙ୍କ ହିଂସ୍ର ଆଚରଣ ପାଇଁ ରବିବାର ଦେଶରେ 8ଜଣ ପୋଲିସ ଅଫିସର ଆହତ ହେବା ସହ 12 ଜଣ ବିକ୍ଷୋଭକାରୀ ଗିରଫ ହୋଇଥିଲେ ।

ବ୍ରିଷ୍ଟଲରେ ବିକ୍ଷୋଭକାରୀମାନେ ଉତ୍ତେଜିତ ହୋଇ ବ୍ୟାପକ ଭଙ୍ଗାରୁଜା କରିଥିଲେ । ଯେଉଁଥିରେ ଏଡୱାର୍ଡ କୋଲଷ୍ଟୋନଙ୍କ ପ୍ରତିମୂର୍ତ୍ତୀ ଭଙ୍ଗା ଯାଇଥିବା ଅଭିଯୋଗ ହୋଇଛି । ଏସବୁ ବିରୋଧରେ ବ୍ରିଷ୍ଟଲରେ ଅପରାଧିକ ମାମଲା ଦାୟର ହେବା ନେଇ ପୋଲିସ ସୂଚନା ଦେଇଛି । ଏହାକୁ ନଜରରେ ରଖି ବୋରିସ କହିଛନ୍ତି କି କିଛି ଅସାମାଜିକ ବିକ୍ଷୋଭକାରୀଙ୍କ ପାଇଁ ବିକ୍ଷୋଭ ଲକ୍ଷ୍ୟଚ୍ୟୁତ ହେବା ସହ ଅପରାଧ ସଂଖ୍ୟା ବଢିବାରେ ଲାଗିଛି । ଏହା ନା ଯେ କେବଳ ଅହିତକର ବରଂ ସରକାରୀ ଭାବେ ଅକ୍ଷମଣୀୟ ଅପରାଧ ।

ସେପଟେ ଏନେଇ ବ୍ରିଟେନର ଏକ ଟପ୍‌ ଖବରକାଗଜର ନିର୍ଦ୍ଦେଶକ ସିମ୍ପସନ କହିଛନ୍ତି କି ଲୋକେ ଏହି ବିଷୟରେ ଗୁରୁତ୍ବାରୋପ କରି ଧାରଣାକୁ ଓହ୍ଲାଇବା ଠିକ୍‌ ଅଛି । କିନ୍ତୁ ବିକ୍ଷୋଭକାରୀମାନେ ବର୍ତ୍ତମାନେ ଉଗ୍ର ହେବାରେ ଲାଗିଛନ୍ତି । ଅତ୍ୟଧିକ ଉତ୍ତେଜିତ ହୋଇ ସେମାନ ହିତାହିତ ଜ୍ଞାନ ଭୁଲିବାରେ ଲାଗିଛନ୍ତି । ତେଣୁ ସେମାନଙ୍କୁ ନିଜ ଭାବନାରେ ସଂଯମତା ରକ୍ଷା କରିବାକୁ ହେବ ଏବଂ ଶାନ୍ତିପୂର୍ଣ୍ଣ ଭାବେ ବିଶ୍ବକୁ ଏହି ଆନ୍ଦୋଳନ ପ୍ରତି ଆକର୍ଷିତ କରିବାକୁ ହେବ ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.