ରୋମ: ପ୍ରାଣଘାତୀ କୋରୋନା କବଳରେ ଏବେ ଇଟାଲୀ । ଏହି ଭୂତାଣୁର ଶିକାର ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ହେଲେ ଇରାଲୀର ଉତ୍ତରାଞ୍ଚଳ ପଡୁଆ ଅଞ୍ଚଳର । ଇଟାଲୀରେ ଏହା ପ୍ରଥମ ଘଟଣା ହୋଇଥିବାବେଳେ, ଏହି ଭୂତାଣୁକୁ ନେଇ ଏବେ ସେଠାରେ କୋକୁଆ ଭୟ ଦେଖିବାକୁ ମିଳିଛି ।
ଭୟଙ୍କର ରୂପ ଧାରଣ କରିଛି ପ୍ରାଣଘାତୀ କୋରୋନା ଭାଇରସ । ଏଯାବତ ଭୂତାଣୁରେ ସଂକ୍ରମିତ ହୋଇ 23ଶହରୁ ଊର୍ଦ୍ଧ୍ବ ଲୋକଙ୍କ ଜୀବନ ଗଲାଣି । ସେହିପରି 76 ହଜାରରୁ ଊର୍ଦ୍ଧ୍ବ ଆକ୍ରାନ୍ତ ହୋଇଛନ୍ତି । ଚୀନର ଉହାନ ଠାରୁ ଉତ୍ପତ୍ତି ହୋଇଥିବା ଏହି ମାରାତ୍ମକ ଭୂତାଣୁ ସାରା ବିଶ୍ବକୁ ଯେମିତି କାୟା ବିସ୍ତାର କରୁଛି । ପ୍ରଥମେ ଚୀନ ପରେ ଧୀରେ ଧୀରେ ବିଭିନ୍ନ ଦେଶକୁ ବ୍ୟାପିବାରେ ଲାଗିଛି ।
@ANI