ETV Bharat / international

'ସ୍କିପିଙ୍ଗ ଶିଖ'ଙ୍କୁ 'ପଏଣ୍ଟ୍ ଅଫ୍ ଲାଇଟ୍' ଉପାଧି ଦେଲେ ବ୍ରିଟେନ ପିଏମ

author img

By

Published : Jun 28, 2020, 3:45 PM IST

ଯୁବବର୍ଗ ପାଇଁ ପ୍ରେରଣା 73 ବର୍ଷୀୟ ରାଜିନ୍ଦର ସିଂହ । କୋରୋନା କାଳରେ ସ୍କିପିଙ୍ଗ ଭିଡିଓ ପୋଷ୍ଟ କରି 12 ଲକ୍ଷ ଟଙ୍କା ସଂଗ୍ରହ କରିଛନ୍ତି ଲଣ୍ଡନର ହାର୍ଲିଙ୍ଗଟନ୍‌ର 73 ବର୍ଷିୟ ରାଜିନ୍ଦର ସିଂ । ସମସ୍ତ ଟଙ୍କା NHS(ଜାତୀୟ ସ୍ବାସ୍ଥ୍ୟ ସେବା)କୁ କୋରୋନା ମୁକାବିଲା ପାଇଁ ଦାନ କରିଛନ୍ତି । ତାଙ୍କର ଏହି କାର୍ଯ୍ୟକୁ ଖୋଦ ବ୍ରିଟେନ ପ୍ରଧାନମନ୍ତ୍ରୀ ପ୍ରଶଂସା କରି ତାଙ୍କୁ ପଏଣ୍ଟ୍ ଅଫ୍ ଲାଇଟ୍' ର ଉପାଧି ଦେଇଛନ୍ତି ।

'ସ୍କିପିଙ୍ଗ ଶିଖ' ଙ୍କୁ 'ପଏଣ୍ଟ୍ ଅଫ୍ ଲାଇଟ୍'  ଉପାଧି ଦେଲେ ବ୍ରିଟେନ ପିଏମ

ଲଣ୍ଡନ: କୋରୋନା କାଳରେ ସୋସିଆଲ ମିଡିଆରେ ପ୍ରଶଂସା ସାଉଁଟୁଛନ୍ତି 'ସ୍କିପିଙ୍ଗ ଶିଖ' । ଲଣ୍ଡନର ହାର୍ଲିଙ୍ଗଟନ୍‌ର 73 ବର୍ଷିୟ ରାଜିନ୍ଦର ସିଂ ଚଳିତ ବର୍ଷ ଆରମ୍ଭରେ ଏକ ୟୁଟ୍ୟୁବ ଚ୍ୟାନେଲରେ ବ୍ୟାୟାମ ଭିଡିଓ ପୋଷ୍ଟ କରି ସଂଗ୍ରହ କରିଛନ୍ତି 12 ଲକ୍ଷ ଟଙ୍କା । ଏବଂ ସମସ୍ତ ଟଙ୍କା ସ୍ଥାନୀୟ NHS(ଜାତୀୟ ସ୍ବାସ୍ଥ୍ୟ ସେବା)କୁ ଦାନ କରିଛନ୍ତି । ତାଙ୍କର ଏହି କାର୍ଯ୍ୟକୁ ଚିଠି ଲେଖି ପ୍ରଶଂସା କରିଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ । ଏହାସହ ତାଙ୍କୁ 'ପଏଣ୍ଟ ଅଫ ଲାଇଟ'ର ମାନ୍ୟତା ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ଚିଠିରେ କହିଛନ୍ତି ଯେ ତୁମର ସ୍କିପିଙ୍ଗ ଶିଖ ଫିଟନେସ ଭିଡିଓ ହଜାର ହଜାର ଲୋକଙ୍କୁ ଏକତ୍ରିତ କରିଛି । ପ୍ରତ୍ୟେକ ଦିନ ସେମାନେ ତୁମର ବ୍ୟାୟାମରେ ସାମିଲ ହେଉଛନ୍ତି । କୋରୋନା ସମୟରେ ସମସ୍ତ ମନ୍ଦିର ବନ୍ଦ ଥିବା ବେଳେ ଏକା ସାଙ୍ଗରେ ଶିଖ ସମ୍ପ୍ରଦାୟକୁ ଏକତ୍ର କରିବା ଏବଂ ଶକ୍ତି ପ୍ରଦାନ କରିବାର ଏକ ଚତୁର ଉପାୟ ଆପଣ ବାଛିଛନ୍ତି ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି ବୋରିସ |

ଏହାସହ ପ୍ରଧାନମନ୍ତ୍ରୀ କହିଛନ୍ତି ଆମର ବ୍ୟକ୍ତିଗତ NHSକୁ ସହାୟତା ଦେଇଥିବାରୁ ମୁଁ ବ୍ୟକ୍ତିଗତ ଭାବରେ ପ୍ରଶଂସା କରିବାକୁ ଚାହୁଁଥିଲି । ଆପଣ ଦେଶକୁ ସ୍କିପିଙ୍ଗ ଦଉଡି ଉଠାଇବାକୁ ଉତ୍ସାହିତ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ତାଙ୍କୁ ମିଳିଥିବା ପଏଣ୍ଟ୍ ଅଫ୍ ଲାଇଟ୍ ର ଅର୍ତ ହେଉଛି 'ସ୍ବାସ୍ଥ୍ୟ ହେଉଛି ସମ୍ପଦ', 'ସକ୍ରିୟ ରୁହ ଏବଂ ଖୁସି ରୁହ' ର ସରଳ ବାର୍ତ୍ତା ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ବୋରିସ ।

ତେବେ ଏଠାରେ କହି ରଖୁଛୁ ଯେ, ପଏଣ୍ଟ୍ ଅଫ୍ ଲାଇଟ୍ ଉପାଧି ସେହିମାନଙ୍କୁ ଦିଆଯାଏ ଯେଉଁମାନେ ଉଲ୍ଲେଖନୀୟ ବ୍ୟକ୍ତିଗତ, ସ୍ବେଚ୍ଛାସେବୀ ଏବଂ ଲୋକମାନେ ସେମାନଙ୍କର ସମ୍ପ୍ରଦାୟରେ ପରିବର୍ତ୍ତନ ଆଣନ୍ତି । ତେବେ ପ୍ରତ୍ୟେକ ସପ୍ତାହରେ ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ସେମାନଙ୍କର ପ୍ରେରଣାଦାୟୀ ସ୍ବେଚ୍ଛାସେବୀ କାର୍ଯ୍ୟକୁ ସ୍ବକୃତି ଦିଆଯାଇଥାଏ |

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.