କାନବେରା: ବିଶ୍ବରେ କୋରୋନା ପ୍ରଭାବରେ ଧନଜୀବନ ବିପର୍ଯ୍ୟସ୍ତ । କୋରୋନା କାଳରେ ଅଷ୍ଟ୍ରେଲିଆରେ ଏପ୍ରିଲରେ ପ୍ରାୟ 6 ଲକ୍ଷ ଅଷ୍ଟ୍ରେଲୀୟ ଚାକିରି ହରାଇଥିବାବେଳେ ହଜାର ହଜାର ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିଛି । ଗୁରୁବାର ଅଧିକାରୀମାନେ ଏହି ବିଷୟରେ ସୂଚନା ଦେଇଛନ୍ତି ।
ରିପୋର୍ଟ ଅନୁଯାୟୀ, ଅଷ୍ଟ୍ରେଲିଆ ପରିସଂଖ୍ୟାନ ବ୍ୟୁରୋ (ଏବିଏସ୍)ର ତଥ୍ୟରୁ ଜଣାପଡିଛି ଯେ ମାର୍ଚ୍ଚରୁ ଏପ୍ରିଲ ମଧ୍ୟରେ 594,300 ଲୋକ ଚାକିରି ହରାଇଛନ୍ତି । ଏହାସହ ଦେଶରେ ବେକାରି ହାର 5.2 ପ୍ରତିଶତରୁ 6.2 ପ୍ରତିଶତକୁ ବୃଦ୍ଧି ପାଇଛି ।
ବେକାରି ହାର 4.9 ପ୍ରତିଶତରୁ 13.7 ପ୍ରତିଶତକୁ ବୃଦ୍ଧି ପାଇଛି । ମାର୍ଚ୍ଚରୁ ଏପ୍ରିଲ ମଧ୍ୟରେ ଅଷ୍ଟ୍ରେଲୀୟମାନଙ୍କ ଦ୍ବାରା କାର୍ଯ୍ୟ କରାଯାଇଥିବା ମୋଟ ଘଣ୍ଟା 9.2 ପ୍ରତିଶତ ହ୍ରାସ ପାଇଛି । ପ୍ରାୟ 27 ଲକ୍ଷ ଲୋକ, କିମ୍ବା 20 ପ୍ରତିଶତ କର୍ମଜୀବୀ ବେକାର ହୋଇଛନ୍ତି ।
ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ୍ କାନବେରାରେ ସାମ୍ବାଦିକମାନଙ୍କୁ କହିଛନ୍ତି, "ଏଠାରେ ପ୍ରାୟ 600,000 ଲୋକ ଚାକିରି ହରାଇଛନ୍ତି । ଏଭଳି ପରିସ୍ଥିତିରେ ଅଷ୍ଟ୍ରେଲୀୟ ଏବଂ ସେମାନଙ୍କ ପରିବାର ପାଇଁ ଏହା ଅତ୍ୟନ୍ତ କଷ୍ଟକର ସମୟ ଅଟେ ।
ଗୁରୁବାର ସୁଦ୍ଧା ଅଷ୍ଟ୍ରେଲିଆରେ 6,989 ଟି କୋରୋନାଭାଇରସ୍ ଆକ୍ରାନ୍ତ ହୋଇଥିବା ଜଣାଯାଇଛି । ଏହି ଭାଇରସରେ ଦେଶରେ ମୃତ୍ୟୁ ସଂଖ୍ୟା 98ରେ ପହଞ୍ଚିଛି।
@IANS