ETV Bharat / international

ଋଷରେ ଭୟଙ୍କର ବିମାନ ଦୁର୍ଘଟଣା: ଅବତରଣ ବେଳେ ଜଳିଗଲା ବିମାନ,  41ମୃତ

ଋଷରେ ଯାତ୍ରୀବାହୀ ବିମାନ ଦୁର୍ଘଟଣା ଗ୍ରସ୍ତ । ଏହି ଦୁର୍ଘଟଣାରେ 41ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି ।  ମୃତଙ୍କ ମଧ୍ୟରେ 2ଜଣ ଶିଶୁ ରହିଛନ୍ତି ।  ଏହି ବିମାନଟି ମସ୍କୋରୁ ମରର୍ମାସ୍କ ଅଭିମୁଖେ ଯାତ୍ରା କରୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି । ବିମାନ ଉଡାଣ ଭରିବାର କିଛି ସମୟ ପରେ ଜରୁରୀକାଳୀନ ଅବତରଣ କରିବା ସମୟରେ ବିମାନରେ କୌଣସି କାରଣବଶତଃ ନିଆଁ ଲାଗିଯାଇଥିଲା ।

author img

By

Published : May 6, 2019, 9:27 AM IST

ଡିଜାଇନ ଫଟୋ

ନୂଆଦିଲ୍ଲୀ: ଋଷରେ ଯାତ୍ରୀବାହୀ ବିମାନ ଦୁର୍ଘଟଣା ଗ୍ରସ୍ତ । ଏହି ଦୁର୍ଘଟଣାରେ 41ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ମୃତଙ୍କ ମଧ୍ୟରେ 2ଜଣ ଶିଶୁ ରହିଛନ୍ତି । ଏହି ବିମାନଟି ମସ୍କୋରୁ ମରର୍ମାସ୍କ ଅଭିମୁଖେ ଯାତ୍ରା କରୁଥିବା ବେଳେ ଦୁର୍ଘଟଣା ଗ୍ରସ୍ତ ହୋଇଛି । ବିମାନ ଉଡାଣ ଭରିବାର କିଛି ସମୟ ପରେ ଜରୁରୀକାଳୀନ ଅବତରଣ କରିବା ସମୟରେ ବିମାନରେ କୈଣସି କାରଣବଶତଃ ନିଆଁ ଲାଗିଯାଇଥିଲା । ଫଳରେ 41ଜଣ ଯାତ୍ରୀଙ୍କ ଦୁଃଖଦ ମୃତ୍ୟୁ ହୋଇଛି । ଏହି ଘଟଣାରେ
ଋଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଶୋକ ବ୍ୟକ୍ତ କରିବା ସହ ଯାଞ୍ଚ ପାଇଁ ଆଦେଶ ଦେଇଛନ୍ତି ।

ଭିଡିଓ ସୌଜନ୍ୟ: ସୋସିଆଲ ମିଡିଆ

ମସ୍କୋରୁ ମର୍ମାସ୍କ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା ଏସ୍‌ୟୁ 1449ବିମାନ । ବିମାନରେ ଥିଲେ 73 ଜଣ ଯାତ୍ରୀ ଓ 5 ଜଣ କ୍ର୍ୟୁ-ମେମ୍ବର । କୌଣସି କାରଣ ବଶତଃ ବିମାନ ଜରୁରୀକାଳୀନ ଅବତରଣ କରିଥିଲା । ଠି୍କ୍‌ ସେହି ସମୟରେ ବିମାନ କ୍ରାସ ହୋଇଥିଲା । ଫଳରେ ବିମାନରେ ନିଆଁ ଲାଗିଯାଇଥିଲା । ଭୟଙ୍କର ନିଆଁ କବଳରୁ ବିମାନରେ ଥିବା 78ଜଣଙ୍କ ମଧ୍ୟରୁ 37ଜଣଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଥିଲା । ମାତ୍ର 41ଜଣ ଯାତ୍ରୀଙ୍କ ଦୁଃଖଦ ମୃତ୍ୟୁ ହୋଇଛି । ଏହି ଘଟଣାରେ ମୃତକଙ୍କ ସଂଖ୍ୟାରେ ବୃଦ୍ଧି ହେବାର ଆଶଙ୍କା ରହିଛି । ବିମାନରେ ନିଆଁ ଲାଗିବାର ଭୟଙ୍କର ଚିତ୍ର ସୋସିଆଲ ମିଡିଆରେ ଘୁରି ବୁଲୁଛି ।

ବର୍ତ୍ତମାନ ସୁଦ୍ଧା ବିମାନରେ ନିଆଁ ଲାଗିବାର କାରଣ ସ୍ପଷ୍ଟ ହୋଇନାହିଁ । ଜରୁରୀକାଳୀନ ଅବତରଣ ସମୟରେ କିଭଳି ଭାବରେ ବିମାନ ଭିତରେ ନିଆଁ ଲାଗିଥିଲା ଯାଞ୍ଚ କରିବା ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି । ମାତ୍ର ଏହି ଘଟଣାରେ ଋଷ ଗଣମାଧ୍ୟମ ସୁଖୋଇ ସୁପରଜେଟ୍‌ ଏକ ବର୍ଷର ପୁରୁଣା ବିମାନ ଥିଲା ଯାହା ଫଳରେ ଏହାର ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା । ଫଳରେ ଉଡାଣର କିଛି ସମୟ ଭିତରେ ଏଥିରେ ନିଆଁ ଲାଗିଯାଇଥିବାରୁ ଜରୁରୀକାଳୀନ ଅବତରଣ କରାଯାଇଥିଲା ।

Intro:Body:

dffgd

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.