ETV Bharat / international

କୋରୋନା ଲଢେଇ: କାମକୁ ଫେରିଛନ୍ତି 20ହଜାର ପୂର୍ବତନ ସ୍ୱାସ୍ଥ୍ୟକର୍ମୀ

author img

By

Published : Mar 30, 2020, 11:40 PM IST

20,000 ପୂର୍ବତନ କର୍ମଚାରୀ କୋରୋନାଭାଇରସ୍ ମହାମାରୀ ବିରୋଧରେ ଲଢିବା ପାଇଁ କାର୍ଯ୍ୟକୁ ଫେରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ସୋମବାର ଅନଲାଇନରେ ପୋଷ୍ଟ କରିଥିବା ଏକ ଭିଡିଓରେ ପ୍ରକାଶ କରିଛନ୍ତି। ଅଧିକ ପଢନ୍ତୁ...

ଫାଇଲ ଫଟୋ
ଫାଇଲ ଫଟୋ

ଲଣ୍ଡନ: ବ୍ରିଟେନର ଜାତୀୟ ସ୍ୱାସ୍ଥ୍ୟ ସେବା (NHS) ର ପ୍ରାୟ 20,000 ପୂର୍ବତନ କର୍ମଚାରୀ କୋରୋନା ଭାଇରସ୍ ମହାମାରୀ ବିରୋଧରେ ଲଢିବା ପାଇଁ କାର୍ଯ୍ୟକୁ ଫେରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ସୋମବାର ଅନଲାଇନରେ ପୋଷ୍ଟ କରିଥିବା ଏକ ଭିଡିଓରେ ପ୍ରକାଶ କରିଛନ୍ତି।

NHS କୁ ଫେରିଥିବା ଡାକ୍ତର, ନର୍ସ ଏବଂ ଅନ୍ୟ ପୂର୍ବତନ ବୃତ୍ତିଗତ ତଥା 750,000 ଜନସାଧାରଣଙ୍କୁ ମହାମାରୀ ମାଧ୍ୟମରେ ଦେଶକୁ ସାହାଯ୍ୟ କରିବାକୁ ସ୍ବେଚ୍ଛାକୃତ ଭାବେ ଧନ୍ୟବାଦ ଜଣାଇ ଜନସନ ଟ୍ୱିଟରରେ ପୋଷ୍ଟ କରିଛନ୍ତି ।

ଗତ ସପ୍ତାହରେ କୋରୋନା ରିପୋର୍ଟ ପଜିଟିଭ୍ ପରୀକ୍ଷା ଆସିବା ପରେ ସେଲ୍ଫ ଆଇସୋଲେସନରେ ରହିଛନ୍ତି ଜନସନ । ଏହାସହ ଭିଡିଓ ବାର୍ତ୍ତା ଜାରି କରି ସେ, ଏହି ଭାଇରସ ବିସ୍ତାରକୁ ମନ୍ଥର କରିବା ପାଇଁ ସରକାର ଧାର୍ଯ୍ୟ କରିଥିବା ପ୍ରତିବନ୍ଧକକୁ ଦେଶବବାସୀ ପାଳନ କରୁଥିବା ସେ କହିଛନ୍ତି । ଦେଶରେ ଟ୍ରେନ୍ ବ୍ୟବହାର 95% ହ୍ରାସ ପାଇଛି ଏବଂ ବସ୍ ବ୍ୟବହାର 75 ପ୍ରତିଶତ ହ୍ରାସ ପାଇଛି।

ସୋମବାର ସୁଦ୍ଧା, ବ୍ରିଟେନରେ 19,784 ଜଣ କୋରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା ବେଳେ 1,231 ଜଣଙ୍କର ମୃତ୍ୟୁ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.