ETV Bharat / international

ଉହାନରେ ଗୋଟିଏ ଦିନରେ ଦଶ ଲକ୍ଷରୁ ଉର୍ଦ୍ଧ୍ବ ଟେଷ୍ଟ ଦାବି - ଉହାନରେ କୋରୋନା ଟେଷ୍ଟ

ଗୁରୁବାର ଉହାନରେ କୋଭିଡ 19 ନମୁନା ପରୀକ୍ଷା 10 ଲକ୍ଷ ପାର କରିଛି । 24 ଘଣ୍ଟାରେ ମୋଟ 10 ଲକ୍ଷ 729 ଟେଷ୍ଟ ହୋଇଥିବା ସୂଚନା ରହିଛି । ଅଧିକ ପଢନ୍ତୁ...

ଉହାନରେ ଗୋଟିଏ ଦିନରେ ଦଶ ଲକ୍ଷରୁ ଉର୍ଦ୍ଧ୍ବ ଟେଷ୍ଟ ଦାବି

author img

By

Published : May 23, 2020, 6:46 AM IST

ବେଜିଂ: କୋରୋନା ମହାମାରୀର ପେଣ୍ଠସ୍ଥଳୀ ଚୀନର ଉହାନ ସହରରେ ପୁଣି କୋରୋନାର ପ୍ରକୋପ ଦେଖାଦେଇଛି । ଧିରେ ଧିରେ ସୁଧୁରୁଥିବା ଏହି ସହରରେ ଏବେ ପୁଣି ନୂଆ ମାମଲା ସାମନାକୁ ଆସିଛି । ଯାହାକୁ ଲକ୍ଷ୍ୟ କରି ଏଠାରେ ସରକାର କୋରୋନା ସାମ୍ପଲର ଟେଷ୍ଟ ବଢାଇଛନ୍ତି ।

ଶୁକ୍ରବାର ସ୍ଥାନୀୟ ସ୍ବାସ୍ଥ୍ୟ ଅଧିକାରୀଙ୍କ ସୂଚନାନୁସାରେ ଗୁରୁବାର ଉହାନରେ କୋଭିଡ 19 ନମୁନା ପରୀକ୍ଷା 10 ଲକ୍ଷ ପାର କରିଛି । 24 ଘଣ୍ଟାରେ ମୋଟ 10 ଲକ୍ଷ 729 ଟେଷ୍ଟ ହୋଇଥିବା ସୂଚନା ରହିଛି । ବୁଧବାର ମୋଟ 8 ଲକ୍ଷ 87 ହଜାର 321 ପରୀକ୍ଷା ହୋଇଥିଲା । ହେଲେ ଗୁରୁବାର ଏଥିରେ ଆଉ 2 ଲକ୍ଷ ବୃଦ୍ଧି ପାଇଛି ।

ତେବେ ମେ 14ରୁ ଉହାନ ପ୍ରଶାସନ ଏକ ନୂଆ କ୍ୟାମ୍ପେନ ଆରମ୍ଭ କରିଛନ୍ତି । ଲକ୍ଷଣ ଦେଖାନଯାଇ ତଥା ଅସୁସ୍ଥ ନହୋଇ ମଧ୍ୟ କିଛି ଲୋକ କୋରୋନା ସଂକ୍ରମିତ ଥିବା ଜଣାପଡିବା ପରେ ଏହି ପଦକ୍ଷେପ ଆରମ୍ଭ ହୋଇଛି । ଏଥିରେ ପ୍ରତିଦିନ ଲକ୍ଷାଧିକ ଲୋକଙ୍କ ଟେଷ୍ଟ କରାଯାଉଛି । ଉଲ୍ଲେଖଯୋଗ୍ୟ ଯେ ଏପ୍ରିଲ 8ରେ ଦୀର୍ଘ 3 ମାସ ପରେ ଉହାନ ଲକଡାଉନ ହଟାଇଥିଲା । ପରିସ୍ଥିତି ସୁଧାର ଆସୁଥିବା ନେଇ ସ୍ଥାନୀୟ ସରକାର ସୂଚନା ଦେଇଥିଲେ । ହେଲେ ଏହାର ମାସେ ପରେ ମେ 9-10ରେ କିଛି ନୂଆ କୋରୋନା ଆକ୍ରାନ୍ତ ସ୍ପଷ୍ଟ ହୋଇଥିଲେ । ଫଳରେ ସରକାର ଚିନ୍ତାରେ ପଡିବା ସହ ଏପରି ନୂଆ ପଦକ୍ଷେପ ନେଇଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.