ETV Bharat / international

ବିଶ୍ବରେ କୋରୋନା କାଳ, 2.18 କୋଟି ଆକ୍ରାନ୍ତ ଓ 7.76 ଲକ୍ଷ ମୃତ

ବିଶ୍ବରେ ଦିନକୁ ଦିନ ସଂକ୍ରମଣ ବଢି ଚାଲିଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ତାଳ ଦେଇ ବଢୁଛି। ବିଶ୍ବରେ ଏବେ ସୁଦ୍ଧା ୨ କୋଟି 18 ଲକ୍ଷ 15 ହଜାର 984 ଜଣ ଆକ୍ରାନ୍ତ ହୋଇଛନ୍ତି। ସେହିପରି ୭ ଲକ୍ଷ ୭2 ହଜାର 856 ଜଣଙ୍କର ମୃତ୍ୟୁ ।

author img

By

Published : Aug 18, 2020, 8:41 AM IST

ବିଶ୍ବରେ କୋରୋନା କାଳ, 2.18 କୋଟି ଆକ୍ରାନ୍ତ ଓ ମୃତ୍ୟୁ 7.76 ଲକ୍ଷ

ନୂଆଦିଲ୍ଲୀ: କୋରୋନା କାଳରେ ଅଣନିଶ୍ବାସୀ ହୋଇଗଲାଣି ମାନବ ସମାଜ। ଥମିବାର ନାଁ ଧରୁନି ଏହି ଅଦୃଶ୍ୟ ମହାମାରୀ। ବିଶ୍ବରେ ଦିନକୁ ଦିନ ସଂକ୍ରମଣ ବଢି ଚାଲିଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ତାଳ ଦେଇ ବଢୁଛି। ବିଶ୍ବରେ ଏବେ ସୁଦ୍ଧା ୨ କୋଟି 18 ଲକ୍ଷ 15 ହଜାର 984 ଜଣ ଆକ୍ରାନ୍ତ ହୋଇଛନ୍ତି। ସେହିପରି ୭ ଲକ୍ଷ ୭2 ହଜାର 856 ଜଣଙ୍କର ମୃତ୍ୟୁ ହୋଇସାରିଛି ।

ଅନ୍ୟପଟେ ୧ କୋଟି ୪୭ ଲକ୍ଷ ୭୮ ହଜାର ୩୫୪ ଜଣ ସୁସ୍ଥ ହୋଇସାରିଛନ୍ତି । କିନ୍ତୁ ଏବେବି ୬୪ ଲକ୍ଷ ୮୧ ହଜାର ୩୧୩ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି, ଯେଉଁଥିରେ କି ୬୨ ହଜାର ୨୫ ଜଣଙ୍କର ଅବସ୍ଥା ଗୁରୁତର ରହିଛି ।

କୋରୋନା କାଳରେ ଆମେରିକାର ସ୍ଥିତି ଦୟନୀୟ ରହିଛି। ୫୬ ଲକ୍ଷ ୧୨ ହଜାର ୧୧ ଜଣ ଲୋକ ସଂକ୍ରମଣର ଶିକାର ହୋଇଥିବା ବେଳେ ୧ ଲକ୍ଷ ୭୩ ହଜାର ୭୧୬ ଜଣଙ୍କର ମୃତ୍ୟୁ ହୋଇଛି । ଏହାସହ ୨୯ ଲକ୍ଷ ୭୩ ହଜାର ୫୫୩ ଜଣ ସୁସ୍ଥ ହୋଇଥିବା ବେଳେ ଆହୁରି ୨୪ ଲକ୍ଷ ୬୪ ହଜାର ୭୪୨ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି ।

ସେହିପରି ରଷିଆରେ ମଧ୍ୟ ୯ ଲକ୍ଷ ୨୭ ହଜାର ୭୪୫ ସଂକ୍ରମିତ, ୧୫ ହଜାର ୭୪୦ ମୃତକ ରହିଛନ୍ତି। ପରେ ଦକ୍ଷିଣ ଆଫ୍ରିକା,ପେରୁ, ମେକ୍ସିକୋ, କଲୋମ୍ବିଆ ,ଚିଲି,ସ୍ପେନ ଓ ପାକିସ୍ତାନ ରହିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.