ETV Bharat / international

ହଜକୁ ନେଇ ସାଉଦି ଆରବର ନିଷ୍ପତ୍ତିକୁ WHOର ସମର୍ଥନ - ମୁସଲିମ ସମ୍ପ୍ରଦାୟ

କୋରୋନା ଭାଇରସକୁ ଦୃଷ୍ଟିରେ ରଖି ମୁସଲିମ ସମ୍ପ୍ରଦାୟର ବାର୍ଷିକ ଧାର୍ମିକ ଯାତ୍ରା ହଜକୁ ତୀର୍ଥଯାତ୍ରୀ ସମିତି କରିବାର ନିଷ୍ପତ୍ତି ନେଇଛି ସାଉଦି ଆରବ । ସାଉଦି ଆରବର ଏହି ନିଷ୍ପତ୍ତିକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ସମର୍ଥନ କରାଯାଇଛି ।

WHO
WHO
author img

By

Published : Jun 25, 2020, 1:43 PM IST

ଜେନେଭା: କୋରୋନା ଭାଇରସର ପ୍ରକୋପ ଏବେ ସମଗ୍ର ବିଶ୍ବରେ ଦେଖାଦେଇଛି । ଏନେଇ ମୁସଲିମ ସମ୍ପ୍ରଦାୟର ବାର୍ଷିକ ଧାର୍ମିକ ଯାତ୍ରା ହଜକୁ ତୀର୍ଥଯାତ୍ରୀ ସମିତି କରିବାର ନିଷ୍ପତ୍ତି ନେଇଛି ସାଉଦି ଆରବ । ତେବେ ସାଉଦି ଆରବର ଏହି ନିଷ୍ପତ୍ତିକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ସମର୍ଥନ କରାଯାଇଛି । କୋରୋନା ଭାଇରସ ମହାମାରୀ ସମୟରେ ସମସ୍ତ ଦେଶର ସ୍ବାସ୍ଥ୍ୟକୁ ପ୍ରାଥମିକତା ଦେବା ଉଚିତ ବୋଲି WHO କହିଛି ।

ଜେନେଭାରୁ ସମ୍ବୋଧିତ କରି WHO ମହାନିର୍ଦ୍ଦେଶକ ଟେଡ୍ରୋସ୍ ଆଡାନୋମ୍ ଗେବ୍ରେଏସସ୍ କହିଛନ୍ତି, ଲୋକଙ୍କ ବଡ଼ ସମାବେଶର ଆୟୋଜନ ସୁରକ୍ଷିତ ଭାବରେ କିପରି କରାଯିବ, ତାହା ଏବେ ଗୁରୁତ୍ୱପୂର୍ଣ୍ଣ । WHOର ମାର୍ଗଦର୍ଶନ ପରେ ବିପଦ ଏବଂ ବିଭିନ୍ନ ପରିସ୍ଥିତିର ବିଶ୍ଳେଷଣ କରି ସାଉଦି ଆରବ ଏକ ନିଷ୍ପତ୍ତି ନେଇଛି । ଯାହା ସ୍ବାଗତଯୋଗ୍ୟ ବୋଲି ସେ କହିଛନ୍ତି ।

ଆସନ୍ତା ସପ୍ତାହ ମଧ୍ୟରେ ବିଶ୍ବରେ 10 ନିୟୁତ କୋରୋନା ସଂକ୍ରମଣର ଆଶଙ୍କା କରାଯାଉଛି । ତେଣୁ ଆମକୁ କୋରୋନା ଟୀକା ଉପରେ ଅନୁସନ୍ଧାନ ଜାରି ରଖିବା ଉଚିତ ବୋଲି WHO ମହାନିର୍ଦ୍ଦେଶକ କହିଛନ୍ତି ।

କୋରୋନାର ଗମ୍ଭୀର ଲକ୍ଷଣ ଅନୁଭବ କରୁଥିବା ବ୍ୟକ୍ତିଙ୍କୁ ଅତିରିକ୍ତ ଅମ୍ଳଜାନର ଆବଶ୍ୟତା ପଡୁଛି । ତେବେ ଅମ୍ଳଜାନର ଚାହିଦା ବର୍ତ୍ତମାନ ଯୋଗାଣ ଠାରୁ ଅଧିକ ଥିବା ସେ କହିଛନ୍ତି । ଅନେକ ଦେଶ ଅମ୍ଳଜାନ ପାଇଁ ସଂଘର୍ଷ କରୁଥିବା WHO ରିପୋର୍ଟରୁ ପ୍ରକାଶ ପାଇଥିବା ଟେଡ୍ରୋସ୍ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.