ETV Bharat / international

ପାକିସ୍ତାନରେ ସାମ୍ବାଦିକ ମୃତ୍ୟୁ ଘଟଣା: ନ୍ୟାୟ ଦାବି କଲା ଆମେରିକା

author img

By

Published : May 4, 2020, 10:02 PM IST

ରବିବାର ଘଟଣାରେ ସିନ୍ଧ ପ୍ରଦେଶର ଏକ କୋର୍ଟଙ୍କ ରାୟ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ତ ହୋଇଥିଲେ ଡାନିଏଲଙ୍କ ପରିବାର । ଏହାର ଦିନକ ପରେ ଆମେରିକା ଏହି ତାଗିଦ କରିଛି । ଅଧିକ ପଢନ୍ତୁ...

ପାକିସ୍ତାନରେ ସାମ୍ବାଦିକ ମୃତ୍ୟୁ ଘଟଣା: ନ୍ୟାୟ ଦାବି କଲା ଆମେରିକା
ପାକିସ୍ତାନରେ ସାମ୍ବାଦିକ ମୃତ୍ୟୁ ଘଟଣା: ନ୍ୟାୟ ଦାବି କଲା ଆମେରିକା

ୱାଶିଂଟନ: 2002ରେ ଆମେରିକୀୟ ସାମ୍ବାଦିକ ଡାନିଏଲ ପର୍ଲଙ୍କ ହତ୍ୟାକାଣ୍ଡକୁ ନେଇ ପୁଣି ପାକିସ୍ତାନକୁ ତାଗିଦ କରିଛି ଆମେରିକା । ଘଟଣାର ଉପଯୁକ୍ତ ତଦନ୍ତ ସହ ନ୍ୟାୟ ଦାବି କରିଛି ଟ୍ରମ୍ପ ପ୍ରଶାସନ । ଏନେଇ ପାକ୍ ସରକାରଙ୍କୁ କଡା ସନ୍ଦେଶ ଦେଇଛି ଆମେରିକା ।

ରବିବାର ଘଟଣାରେ ସିନ୍ଧ ପ୍ରଦେଶର ଏକ କୋର୍ଟଙ୍କ ରାୟ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ତ ହୋଇଥିଲେ ଡାନିଏଲଙ୍କ ପରିବାର । ଏହାର ଦିନକ ପରେ ଆମେରିକା ଏହି ତାଗିଦ କରିଛି । ହତ୍ୟାକାଣ୍ଡର ପ୍ରମୁଖ ଆରୋପୀ ଅଛନ୍ତି ବ୍ରିଟିଶରେ ଜନ୍ମିତ ଅଲକାଏଦା ଟପ କମାଣ୍ଡର ଅଦମ୍ମଦ ଓମାର ସଇଦ ଶେଖ ଓ ତାର 3 ସହଯୋଗୀ ଫହଦ ନସିମ, ସଲମାନ ସକିବ ଓ ଶେଖ ଅଦିଲ । 2002ରେ ଆଇଏସଆଇ ଓ ଅଲକାଏଦା ମଧ୍ୟରେ ଥିବା ସମ୍ପର୍କ ଉପରେ ଏକ ଷ୍ଟୋରୀରେ ତଦନ୍ତ କରୁଥିବାବେଳେ ତାଙ୍କୁ ଏହି ଅଭିଯୁକ୍ତମାନେ ଅପହରଣ କରିନେଇ ମୁଣ୍ଡ କାଟି ହତ୍ୟା କରିଥିଲେ ।

ଏପ୍ରିଲ 2ରେ ସିନ୍ଧ ହାଇକୋର୍ଟର ଦୁଇ ଜଣିଆ ବେଞ୍ଚ ଓମାରର ମୃତ୍ୟୁଦଣ୍ଡକୁ ଖାରଜ କରିବା ସହ ତାର 3 ସହଯୋଗୀଙ୍କୁ ମୁକ୍ତ କରିଦେଇଥିଲେ । ଓମାର 18 ବର୍ଷ ହେଲା ଜେଲରେ ରହିଥିବାବେଳେ ତାର ସହଯୋଗୀମାନେ ଆଜୀବନ କାରାଦଣ୍ଡ ପାଇଥିଲେ । ତେବେ ମେ 2ରେ ଏହା ବିରୋଧରେ ପର୍ଲଙ୍କ ବାପା ମାଆ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ତ ହୋଇଥିଲେ । ପୂର୍ବରୁ ସିନ୍ଧ ପ୍ରଦେଶ ସରକାର ଏପ୍ରିଲ 22ରେ ଏହି ରାୟକୁ ଚ୍ୟାଲେଞ୍ଜ କରିବା ସହ ଏପ୍ରିଲ 28ରେ ଆଗୁଆ ଶୁଣାଣି ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ।

ପୂର୍ବରୁ ୟୁଏସ ସେକ୍ରେଟାରୀ ଅଫ ଷ୍ଟେଟ ମାଇକ ପୋମ୍ପେଓ ମଧ୍ୟ ପାକିସ୍ତାନକୁ ଚେତାବନୀ ଦେଇ କହିଥିଲେ ଯେ ଆମେରିକା କେବେ ହେଲେ ଡାନିଏଲ ପର୍ଲଙ୍କୁ ଭୁଲିବ ନାହିଁ । କ୍ରୁର ହତ୍ୟାକାଣ୍ଡର ନ୍ୟାୟ ଦାବି କରିବା ଜାରି ରହିବ । ଏଥିପାଇଁ ପାକିସ୍ତାନ ଉଚିତ ଜବାବ ଦେବ । ପୁଣିଥରେ ଏହି ରାୟ ପ୍ରକାଶ ପରେ ଆମେରିକା ପାକିସ୍ତାନକୁ କଡା ସନ୍ଦେଶ ଦେଇଛି । ହତ୍ୟାକାଣ୍ଡରେ ଉପଯୁକ୍ତ ନ୍ୟାୟ ନମିଳିଲେ ପାକ୍ ସରକାର ଏହାର ପରିମାଣ ଭୋଗିବେ ବୋଲି ଆମେରିକା ଚେତାବନୀ ଦେଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.