ETV Bharat / international

ଇଦ୍‍ ପାଇଁ ତାଲିବାନର ଅସ୍ତ୍ରବିରତି ଘୋଷଣା, ସ୍ବାଗତ କଲା ଆମେରିକା

ଆତଙ୍କବାଦୀ ସଂଗଠନ ତାଲିବାନ ପବିତ୍ର ଇଦ୍‍ ପର୍ବ ଉପଲକ୍ଷେ ତିନିଦିନିଆ ନିଃସର୍ତ୍ତ ଅସ୍ତ୍ରବିରତି ଘୋଷଣା କରିଛି । ତାଲିବାନର ଏହି ନିଷ୍ପତ୍ତିକୁ ସ୍ବାଗତ କରିଛି ଆମେରିକା ।

author img

By

Published : Jul 29, 2020, 12:05 PM IST

ଆମେରିକା
ଆମେରିକା

କାବୁଲ: ଆତଙ୍କବାଦୀ ସଂଗଠନ ତାଲିବାନ ପବିତ୍ର ଇଦ୍‍ ପର୍ବ ଉପଲକ୍ଷେ ତିନିଦିନିଆ ନିଃସର୍ତ୍ତ ଅସ୍ତ୍ରବିରତି ଘୋଷଣା କରିଛି । ଜୁଲାଇ 31 ରୁ ଇଦ୍ ପାଇଁ ଅସ୍ତ୍ରବିରତି ନିଷ୍ପତ୍ତି ନେଇଛି ଆତଙ୍କବାଦୀ ସଂଗଠନ । ତେବେ ତାଲିବାନର ଏହି ନିଷ୍ପତ୍ତିକୁ ସ୍ବାଗତ କରିଛି ଆମେରିକା । ଏନେଇ କାବୁଲରେ ଆମେରିକାର ରାଷ୍ଟ୍ରଦୂତ ରସ ୱିଲସନ ସୂଚନା ଦେଇଛନ୍ତି ।

ୱିଲସନ ଏନେଇ ଟ୍ବିଟ କରି କହିଛନ୍ତି, ଆମେରିକା ତାଲିବାନର ଇଦ୍ ଅସ୍ତ୍ରବିରତି ଘୋଷଣାକୁ ସ୍ୱାଗତ କରୁଛି । ଆଫଗାନିସ୍ତାନର ଲୋକମାନେ ଶାନ୍ତିରେ ଛୁଟିଦିନ ପାଳନ କରିବାକୁ ଯୋଗ୍ୟ ଅଟନ୍ତି। ତେବେ ଏହାପୂର୍ବରୁ ଆଫଗାନିସ୍ତାନ ରାଷ୍ଟ୍ରପତି ଆଶ୍ରାଫ ଘାନି ମଙ୍ଗଳବାର ଘୋଷଣା କରିଥିଲେ ଯେ, ତାଙ୍କ ସରକାର 600 ତାଲିବାନ କଏଦୀଙ୍କୁ ମୁକ୍ତ କରିବେ।

ତାଲିବାନର ଏହି ଅସ୍ତ୍ରବିରତି ଜୁଲାଇ 31ରୁ ଆରମ୍ଭ ହେବ ଯାହାକି ଇଦ୍‌ର ପ୍ରଥମ ଦିନ । ଏହା ଧାର୍ମିକ ଛୁଟିଦିନ ପର୍ଯ୍ୟନ୍ତ ଜାରି ରହିବ । ଫେବୃଆରୀ 29 ରେ ଦୋହାରେ ଆମେରିକା ଏବଂ ତାଲିବାନ ମଧ୍ୟରେ ହୋଇଥିବା ଶାନ୍ତି ଚୁକ୍ତିର ଏକ ଅଂଶ ଭାବରେ ତାଲିବାନ ହିଂସାକୁ ହ୍ରାସ କରିବାକୁ ପ୍ରତିଶ୍ରୁତି ଦେଇଛି। ସେପଟେ ଆଫଗାନିସ୍ତାନ ସରକାର ଏବଂ ତାଲିବାନ ମଧ୍ୟରେ ବି ଶାନ୍ତିବାର୍ତ୍ତା ହେବାକୁ ଯାଉଛି । ଉଭୟ ଆଫଗାନିସ୍ତାନ ସରକାର ଏବଂ ତାଲିବାନ ବନ୍ଦୀମାନଙ୍କୁ ପାରସ୍ପରିକ ମୁକ୍ତ କରିବା ପରେ ଏହି ଶାନ୍ତିବାର୍ତ୍ତା ହେବ ବୋଲି କୁହାଯାଉଛି । ତେବେ ଏହାଦ୍ବାରା ଦେଶରେ ଶାନ୍ତି ଫେରିବ ବୋଲି ଆଶା କରାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.