ETV Bharat / international

ଜଳବାୟୁ ସମସ୍ୟା ରୋକିବାରେ ସହଯୋଗ ହେବ ଚୀନ-ଆମେରିକା

author img

By

Published : Apr 18, 2021, 12:39 PM IST

ଜଳବାୟୁ ସମସ୍ୟାକୁ ରୋକିବା ପାଇଁ ଚୀନ-ଆମେରିକା ମଧ୍ୟରେ ଆଲୋଚନା ହୋଇଛି । ଅଧିକ ପଢନ୍ତୁ...

ଜଳବାୟୁ ସମସ୍ୟା ରୋକିବାରେ ସହଯୋଗ କରିବ ଚୀନ-ଆମେରିକା

ସିଓଲ: ବିଶ୍ୱର ଦୁଇ ବୃହତ୍ତମ ବାୟୁ ପ୍ରଦୂଷଣକାରୀ ଦେଶ ଆମେରିକା ଏବଂ ଚୀନ ଜଳବାୟୁ ପରିବର୍ତ୍ତନକୁ ରୋକିବା ପାଇଁ ଅନ୍ୟ ଦେଶ ସହ ସହଯୋଗ କରିବାକୁ ସହମତି ପ୍ରକାଶ କରିଛନ୍ତି । ତେବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ବିଶ୍ୱ ନେତାଙ୍କ ସହିତ ଜଳବାୟୁ ସମସ୍ୟା ସମ୍ପର୍କରେ ଭର୍ଚ୍ଚୁଆଲ ମାଧ୍ୟମରେ ଆଲୋଚନା କରିବାର କିଛି ଦିନ ପୂର୍ବରୁ ଏହି ନିଷ୍ପତ୍ତି ନେଇଛନ୍ତି ।

ବିଶ୍ବରେ ଜଳବାୟୁ ସମସ୍ୟା ରୋକିବା ସମ୍ପର୍କରେ ଆମେରିକାର ଜଳବାୟୁ ଦୂତ ଜନ କେରି ଓ ଚୀନର ଜି ଜେହ୍ନୁଆଙ୍କ ମଧ୍ୟରେ ଗତ ସପ୍ତାହରେ ଚୀନର ସାଘାଂଇଠାରେ 2 ଦିନ ଆଲୋଚନା ହୋଇଥିଲା । ଏ ସମ୍ପର୍କରେ ଶନିବାର ସାଘାଂଇ ରାଜ୍ୟ ସରକାର ସୂଚନା ଦେଇଛନ୍ତି । ଉଭୟ ଦେଶ ଏହି ସମସ୍ୟାକୁ ସମାଧାନ କରିବାରେ ପରସ୍ପରକୁ ସହଯୋଗ କରିବେ ବୋଲି ଜଣାପଡିଛି । ବିଶ୍ବରେ ବାୟୁ ପ୍ରଦୂଷଣ କରିବାରେ ଚୀନ ଓ ଆମେରିକା ମୁଖ୍ୟ ଭୂମିକା ଗ୍ରହଣ କରିଥାନ୍ତି । ଏହି 2 ଦେଶରୁ ଅଧିକ ପରିମାଣରେ ଅଙ୍ଗରାକାମ୍ଳ ଗ୍ୟାସ ନିର୍ଗତ ହୋଇଥାଏ । ଯାହାକି ଜଳବାୟୁ ପରିବର୍ତ୍ତନର ମୁଖ୍ୟ କାରଣ ସାଜିଛି ।

ଏହି ସହଯୋଗୀତା ସଫଳ ହେଲେ ଗ୍ଲୋବାଲ ୱାର୍ମିଂର ପରିମାଣ ହ୍ରାସ ପାଇବ ବୋଲି ଜଣାପଡିଛି । ଜଳବାୟୁ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ପାଇଁ ବାଇଡେନ ବିଶ୍ବନେତାଙ୍କ ସହିତ ଏକ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା କରିଛନ୍ତି । ଏହି ବୈଠକରେ 40 ଜଣ ବିଶ୍ବନେତା ଉପସ୍ଥିତ ଥିଲେ । ବାୟୁମଣ୍ଡଳରେ ଅଙ୍ଗରାକାମ୍ଳର ପରିମାଣର ବୃଦ୍ଧି ପାଉଥିବାରୁ ବହୁ ଗ୍ଲେସିଆର ତରଳୁଥିବା ବେଳେ ସମୁଦ୍ର ପତ୍ତନ ବୃଦ୍ଧି ପାଉଛି । ଯାହାକି ଭବିଷ୍ୟତରେ ମନୁଷ୍ୟ ସମାଜ ପାଇଁ ସମସ୍ୟା ସୃଷ୍ଟି କରିବାର ଯଥେଷ୍ଟ ସମ୍ଭାବନା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.