ETV Bharat / international

ଆତଙ୍କୀ ମାସୁଦ ଅସୁସ୍ଥ, ଚିକିତ୍ସା କରୁଛି ପାକ୍‌ ସେନା

ପଦାରେ ପଡିଛି ପାକିସ୍ତାନର ଦୋମୁହାଁ ନୀତି । ଗୋଟିଏ ପଟେ ଶାନ୍ତିର ବାର୍ତ୍ତା ଦେଇ ଆଲୋଚନା କରିବା ପାଇଁ ଭାରତକୁ ଆହ୍ୱାନ କରୁଥିବାବେଳେ ଅନ୍ୟପଟେ ଆତଙ୍କୀଙ୍କୁ ସାହାଯ୍ୟ କରୁଛି । ବିଶ୍ୱସ୍ତ ଖବର ଅନୁସାରେ ପାକିସ୍ତାନ ରାୱଲପିଣ୍ଡି ସ୍ଥିତ ଆର୍ମି ହସ୍ପିଟାଲରେ ଜୈଶ-ଇ-ମହମ୍ମଦର ସଂସ୍ଥାପକ ମୌଲାନା ମାସୁଦ ଆଝାରର ନିୟମିତ ଡାଇଲିସିସ କରାଯାଉଛି ।

author img

By

Published : Mar 2, 2019, 7:26 PM IST

ଫାଇଲ ଫଟୋ

ଇସଲାମାବାଦ: ପୁଣିଥରେ ପଦାରେ ପଡିଛି ପାକିସ୍ତାନର ଦୋମୁହାଁ ନୀତି । ଗୋଟିଏ ପଟେ ଶାନ୍ତିର ବାର୍ତ୍ତା ଦେଇ ଆଲୋଚନା କରିବା ପାଇଁ ଭାରତକୁ ଆହ୍ୱାନ କରୁଥିବାବେଳେ ଅନ୍ୟପଟେ ଆତଙ୍କୀଙ୍କୁ ସାହାଯ୍ୟ କରୁଛି । ଭାରତ ବିରୋଧରେ ବିଭିନ୍ନ ଆକ୍ରମଣ ରଚିଥିବା ଆତଙ୍କବାଦୀ ମାସୁଦ ଆଝାରକୁ ଏବେ ପାକ୍‌ ସେନା ଚିକିତ୍ସା ଯୋଗାଉଥିବା ରିପୋର୍ଟ ମିଳିଛି ।

ଉଲ୍ଲେଖଯୋଗ୍ୟ ଯେ ପୁଲୱାମା ଆକ୍ରମଣ ପଛରେ ପାକିସ୍ତାନ ପ୍ରୟୋଜିତ ଆତଙ୍କବାଦୀ ଥିବା ଭାରତ ଅଭିଯୋଗ କରିଛି । ଏହାସହ ସମଗ୍ର ବିଶ୍ୱ ଆଗରେ ପାକିସ୍ତାନ ଆତଙ୍କବାଦକୁ ପ୍ରୋତ୍ସାହିତ କରୁଥିବାର ପ୍ରମାଣ ଭାରତ ଦେଇଛି । ତେବେ ଭାରତର ଏୟାରଷ୍ଟ୍ରାଇକ ପରେ ପାକିସ୍ତାନ ଓ ଭାରତ ମଧ୍ୟରେ ଯୁଦ୍ଧ ଭଳି ପରିସ୍ଥିତି ଉପୁଜିଛି । ଏହି ସମୟରେ ଭାରତୀୟ ବାୟୁସେନାର ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ପାକିସ୍ତାନ, ଭାରତକୁ ଫେରାଇ ଶାନ୍ତି ସ୍ଥାପନା କରିବାକୁ ବାର୍ତ୍ତା ଦେଇଛି । ଏହାସହ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଆତଙ୍କୀ ମାସୁଦ ଆଝାର ବିରୋଧରେ ପ୍ରମାଣ ମାଗିଛନ୍ତି । ପ୍ରମାଣ ଦେଲେ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି ।

ତେବେ ଏହା କେବଳ ଲୋକଦେଖାଣିଆ ବୋଲି ଜଣାପଡିଛି । ସୂଚନାନୁସାରେ ଆତଙ୍କବାଦୀ ସଂଗଠନ ଜୈଶ-ଇ-ମହମ୍ମଦର ସଂସ୍ଥାପକ ମୌଲାନା ମାସୁଦ ଆଝାରର କିଡନୀ ଖରାପ ହୋଇଥିବାର ଖବର ଆସିଛି । ବିଶ୍ୱସ୍ତ ଖବର ଅନୁସାରେ ପାକିସ୍ତାନ ରାୱଲପିଣ୍ଡି ସ୍ଥିତ ଆର୍ମି ହସ୍ପିଟାଲରେ ତାହାର ନିୟମିତ ଡାଇଲିସିସ କରାଯାଉଛି । ଜଣେ ପାକ୍ ସୁରକ୍ଷା ଅଧିକାରୀ ଏହି ସୂଚନା ଦେଇଛନ୍ତି ।

undefined

ପାକିସ୍ତାନର ଜଣେ ବରିଷ୍ଠ ସୁରକ୍ଷା ଅଧିକାରୀ କହିଛନ୍ତି ଯେ ନିକଟରେ ମିଳିଥିବା ଖବରରୁ ଜଣାପଡିଛି ଆଝାରର କିଡନୀ ଠିକ ଭାବେ କାମ କରୁନାହିଁ । ଏବେ ସେ ପାକିସ୍ତାନୀ ସେନାର ମୁଖ୍ୟାଳୟ ରାୱଲପିଣ୍ଡିର ଏକ ସାମରିକ ହସ୍ପିଟାଲରେ ଚିକିତ୍ସିତ ହେଉଛି । ଏହା ପୂର୍ବରୁ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହ ମହମ୍ମଦ କ୍ୟୁରେସି ଏକ ସାକ୍ଷାତକାରରେ କହିଥିଲେ ଯେ ମାସୁଦର ଶରୀର ଅସୁସ୍ଥ ରହିଛି ଏବଂ ସେ ଘରୁ ବାହାରିବା ସ୍ଥିତିରେ ନାହିଁ । ସୂଚନାଯୋଗ୍ୟ ଯେ ମାସୁଦ ଭାରତର ସଂସଦ ଉପରେ ହୋଇଥିବା ଆକ୍ରମଣର ଷଡଯନ୍ତ୍ର ରଚିଥିଲା । ଏହାସହ ସେ ପୁଲୱାମା ଆକ୍ରମଣ ପାଇଁ ମଧ୍ୟ ପ୍ଲାନ ବନାଇଥିଲା ବୋଲି ଜଣାପଡିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.