ETV Bharat / international

ଆଫଗାନିସ୍ତାନ ସଙ୍କଟ, ଜରୁରୀକାଳୀନ ବୈଠକ ଡାକିଲା UNSC - ଜରୁରୀକାଳୀନ ବୈଠକ

ଆଫଗାନିସ୍ତାନକ ସଙ୍କଟକୁ ନେଇ ମିଳିତ ଜାତିସଂଘ ସୁରକ୍ଷା ପରିଷଦ ଆଜି(ସୋମବାର) ଏକ ଜରୁରୀକାଳୀନ ବୈଠକ ଡାକିଛି । ସାମିଲ ହେବେ ସ୍ଥାୟୀ ସଦସ୍ୟ । ଅଧିକ ପଢନ୍ତୁ...

ମିଳିତ ଜାତିସଂଘ ସୁରକ୍ଷା ପରିଷଦ
ମିଳିତ ଜାତିସଂଘ ସୁରକ୍ଷା ପରିଷଦ
author img

By

Published : Aug 16, 2021, 12:05 PM IST

ହାଇଦ୍ରାବାଦ: କାବୁଲକୁ କାବୁ କରିଛି ତାଲିବାନ । ଯାହା ଆଫଗାନିସ୍ତାନକୁ ସଙ୍କଟରେ ପକାଇଛି । ଏନେଇ ମିଳିତ ଜାତିସଂଘ ସୁରକ୍ଷା ପରିଷଦ ଆଜି(ସୋମବାର) ଜରୁରୀକାଳୀନ ବୈଠକ ଡାକିଛି । ବୈଠକରେ UNSCର ସ୍ଥାୟୀ ସଦସ୍ୟ ଥିବା ଆମେରିକା, ବ୍ରିଟେନ, ଫ୍ରାନ୍ସ, ଋଷ ଓ ଚୀନ ସାମିଲ ହେବେ । ଭାରତୀୟ ସମୟ ଅନୁସାରେ ସନ୍ଧ୍ୟାରେ ଏହି ବୈଠକ ବସିବ ।

ଜରୁରୀକାଳୀନ ବୈଠକ ନେଇ ରବିବାର ଋଷର ବୈଦେଶିକ ମନ୍ତ୍ରଣାଳୟ ଅଧିକାରୀ ଜାମିର କାବୁଲୋଭ ଗଣମାଧ୍ୟମକୁ ସୂଚନା ଦେଇଥିଲେ । ସେ କହିଛନ୍ତି ଯେ ତାଲିବାନ ଋଷ ଏବଂ ଅନ୍ୟ କେତେକ ଦେଶକୁ ସେମାନଙ୍କ ସୁରକ୍ଷା ମିଶନ କାର୍ଯ୍ୟକାରୀ କରିବାକୁ ନିଶ୍ଚିତ କରିଛି । ଏହାପରେ କିନ୍ତୁ ସେ ସବିଶେଷ ତଥ୍ୟ ପ୍ରକାଶ କରିବାକୁ ମନା କରି ଦେଇଥିଲେ । ତେବେ କାବୁଲରେ ଋଷ ଦୂତାବାସ କାର୍ଯ୍ୟ କରିବ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ ।

ଆଫଗାନିସ୍ତାନକୁ ଆତଙ୍କୀ ସଂଗଠନ ତାଲିବାନ ଦଖଲ କରିବା ପରେ ଜାତିସଂଘ ସୁରକ୍ଷା ପରିଷଦର ଚେତା ପଶିଛି । ତେବେ ଏହି ଆତଙ୍କୀରାଜକୁ ମାତ ଦେବାକୁ ମିଳିତ ଜାତିସଂଘ ପରବର୍ତ୍ତୀ ସମୟରେ କଣ କରିବ ତାହା ଉପରେ ସମସ୍ତଙ୍କ ନଜର । ଏପଟେ ମିଳିତ ଜାତିସଂଘ କାର୍ଯ୍ୟରେ ତାଲିବାନ ହସ୍ତକ୍ଷେପ କରିବ ନାହିଁ ବୋଲି ସଫା ସଫା କହିଛି । କାବୁଲରେ ଅବସ୍ଥିତ ଜାତିସଂଘ ମିଶନ 2002ରେ ପ୍ରତିଷ୍ଠା ହୋଇଥିଲା ଏବଂ ଏହାକୁ ଉନାମା ବୋଲି କୁହାଯାଉଥିଲା ।

ଆଫଗାନିସ୍ତାନରେ ସମସ୍ତ ଅତ୍ୟାଚାର ବନ୍ଦ ହେବା ଆବଶ୍ୟକ। । ଏପରି ପରିସ୍ଥିତିକୁ ନେଇ ମୁଁ ଗଭୀର ଭାବରେ ଚିନ୍ତିତ । ତାଲିବାନ ଏବଂ ଅନ୍ୟ ସମସ୍ତଙ୍କୁ ଜୀବନ ରକ୍ଷା ତଥା ମାନବିକ ଆବଶ୍ୟକତା ପୂରଣ କରିବାକୁ ଅନୁରୋଧ କରୁଛନ୍ତି ଜାତିସଂଘ ସେକ୍ରେଟେରୀ ଜେନେରାଲ୍ ଆଣ୍ଟୋନିଓ ଗୁଟେରସ୍ ।

ଆଫଗାନିସ୍ତାନକୁ ତାଲିବାନ ଦଖଲ କରିବା ପରେ ଦେଶ ଛାଡି ପଳାଇଥିବା ରାଷ୍ଟ୍ରପତି ଅସରଫ ଘନି ବିଳମ୍ବିତ ରାତିରେ ସୋସିଆଲ ମିଡିଆରେ ଦେଶ ଛାଡିବାର କାରଣ ସ୍ପଷ୍ଟ କରିଛନ୍ତି । ମୁଁ ଥିଲେ ଆଫଗାନିସ୍ତାନରେ ରକ୍ତପାତ ପରିସ୍ଥିତି ଉପୁଜିଥାନ୍ତା କିନ୍ତୁ ଏଭଳି ହଉ ବୋଲି ମୁଁ ଚାହୁନାହିଁ । ତେଣୁ ମୁଁ ଦେଶ ଛାଡ଼ି ପଳାଇ ଥିବା କହିଛନ୍ତି ଘନି।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.