ETV Bharat / international

ତାଲିବାନ ପାଠଶାଳାରେ ପଡିଲା ପରଦା, ଝିଅଙ୍କୁ ଦେଖିପାରିବେନି ପୁଅ - ତାଲିବାନ ଶାସନ

ଆଫଗାନିସ୍ତାନରେ ଖୋଲିଲା ବିଶ୍ବବିଦ୍ୟାଳୟ । କଟକଣା ମଧ୍ୟରେ ପାଠ ପଢିବାକୁ ଗଲେ ଛାତ୍ରୀ । ଶ୍ରେଣୀ ଗୃହରେ ପରଦା ଟାଣି ପାଠ ପଢିଲେ ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ...

ତାଲିବାନ ପାଠଶାଳାରେ ପଡିଲା ପରଦା, ଝିଅଙ୍କୁ ଦେଖିପାରିବେନି ପୁଅ

author img

By

Published : Sep 7, 2021, 2:29 PM IST

କାବୁଲ: ଆଫଗାନିସ୍ତାନରେ ତାଲିବାନୀ ଶାସନ ଆରମ୍ଭ ହୋଇଯାଇଛି । ଶ୍ରେଣୀ ଗୃହରେ ପୁରୁଷ ଓ ମହିଳାମାନଙ୍କ ମଝିରେ ପରଦା ଟଣାଯାଇ ପାଠପଢା ଯାଉଥିବା ଦେଖିବାକୁ ମିଳିଛି । ତାଲିବାନୀଙ୍କ ନିର୍ଦ୍ଦେଶକ୍ରମେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦୂରତା ରଖି ପାଠପଢା ଆରମ୍ଭ ହୋଇଛି । ଏଥିସହ ଛାତ୍ରୀଙ୍କ ପାଇଁ ମଧ୍ୟ କଡା କଟକଣା ଲାଗୁ ହୋଇଛି ।

ପରାଦର ଗୋଟିଏ ପାର୍ଶ୍ୱରେ ଛାତ୍ରମାନେ ଓ ଅନ୍ୟପଟେ ଛାତ୍ରୀମାନେ ବସି ପାଠ ପଢ଼ୁଛନ୍ତି। କେହି କାହାକୁ ଯେମିତି ଦେଖିପାରିବେ ନାହିଁ, ସେଥିପାଇଁ ପରଦା ଲଗାଯାଇଛି। ସେହିପରି ବିଶ୍ୱବିଦ୍ୟାଳୟର ଛାତ୍ରୀମାନେ ହିଜାବ ପରିଧାନ କରିଛନ୍ତି । ଏହା ସାଙ୍ଗକୁ ପାଠପଢା ସରିବାର ୫ ମିନିଟ୍ ପୂର୍ବରୁ ଛାତ୍ରୀମାନେ ବାହାରିବେ । ଯେପରି ପୁଅମାନଙ୍କ ସହ ସେମାନଙ୍କର ସାକ୍ଷାତ ହୋଇପାରିବ ନାହିଁ ।

ତାଲିବାନ ପକ୍ଷରୁ ନିକଟରେ ଜାରି ନିର୍ଦ୍ଦେଶରେ କୁହାଯାଇଥିଲା ଯେ, ଆଫଗାନରେ ଥିବା ଘରୋଇ ବିଶ୍ୱବିଦ୍ୟାଳୟର ଛାତ୍ରୀମାନେ ହିଜାବ ପିନ୍ଧିବେ। ସେମାନଙ୍କ ମୁହଁ ଯଥା ସମ୍ଭବ ଘୋଡ଼ାଇ ହୋଇ ରହିବ। ଏହାବାଦ୍‌ ଛାତ୍ରୀମାନଙ୍କୁ କେବଳ ମହିଳାମାନେ ପାଠପଢ଼ାଇବେ। ଯଦି ମହିଳା ଶିକ୍ଷକ ନାହାନ୍ତି, ତା’ହେଲେ ବୟସ୍କ କିମ୍ବା ଭଲ ଚରିତ୍ରର ଲୋକମାନେ ହିଁ ଛାତ୍ରୀଙ୍କୁ ପାଠପଢ଼ାଇ ପାରିବେ। କ୍ଲାସ ରୁମକୁ ପ୍ରବେଶ କରିବା ପାଇଁ ଛାତ୍ର ଓ ଛାତ୍ରୀଙ୍କ ପାଇଁ ପୃଥକ ଦ୍ୱାର ରଖିବାକୁ ମଧ୍ୟ ତାଲିବାନ କହିଛି। ଏହି ନିର୍ଦ୍ଦେଶ ଅନୁସାରେ ଏବେ ଆଫଗାନର ବିଭିନ୍ନ ସ୍ଥାନର ଥିବା ବିଶ୍ୱବିଦ୍ୟାଳୟରେ ପାଠପଢ଼ା ଆରମ୍ଭ ହୋଇଛି।

୧୯୯୬ରୁ ୨୦୦୧ ଯାଏ ତାଲିବାନ ଆଫଗାନକୁ ଦଖଲ କରିଥିବା ବେଳେ ମହିଳାମାନଙ୍କୁ ଚାକିରି କିମ୍ବା ପାଠପଢ଼ିବାକୁ ଅନୁମତି ଦେଉ ନଥିଲା। ହେଲେ ଏବେ କଡ଼ା କଟକଣା ମଧ୍ୟରେ ସଂଗଠନ ମହିଳାଙ୍କୁ ପାଠପଢ଼ିବାକୁ ଅନୁମତି ଦେଇଛି। ସେହିପରି ଆଗକୁ ମହିଳାମାନଙ୍କୁ ଚାକିରି କରିବାକୁ ଅନୁମତି ମିଳିବ ବୋଲି ସଂଗଠନ କହିଛି।

ବ୍ଯୁରୋ ରିପୋର୍ଟ, ଇଟିଭି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.