ETV Bharat / international

କରତାରପୁର ସାହେବ ଗୁରୁଦ୍ବାର ପରିଭ୍ରମଣ କଲେ ୟୁଏନ୍‌ ମହାସଚିବ

author img

By

Published : Feb 18, 2020, 9:34 PM IST

ମିଳିତ ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟରେସ ମଙ୍ଗଳବାର ପାକିସ୍ତାସ୍ଥିତ କରତାପୁର ସାହିବ ଗୁରୁଦ୍ବାର ପରିଭ୍ରମଣ କରିଛନ୍ତି । ପାକିସ୍ତାନ ଶିଖ୍‌ ଗୁରୁଦ୍ବାରା ପ୍ରବନ୍ଧକ ସମିତି ଏବଂ ଇଭୈକ୍ୟୁଇ ଟ୍ରଷ୍ଟ ପ୍ରପଟି ବୋର୍ଡର ଅଧିକାରୀ ମାନେ ଆଣ୍ଟୋନିଓଙ୍କୁ କରତାରପୁର ସାହିବରେ ସ୍ବାଗତ କରିଥିଲେ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ଲାହୋର: ମିଳିତ ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟରେସ ମଙ୍ଗଳବାର ପାକିସ୍ତାନସ୍ଥିତ କରତାପୁର ସାହିବ ଗୁରୁଦ୍ବାର ପରିଭ୍ରମଣ କରିଛନ୍ତି । ଶିଖ୍‌ ଧର୍ମ ସଂସ୍ଥାପକ ତଥା ଶିଖ୍‌ ସମ୍ପ୍ରଦାୟର ପ୍ରଥମ ଗୁରୁ ନାନକ ଦେବ ଏହି ସ୍ଥାନରେ ନିଜ ଜୀବନର ଅନ୍ତିମ କ୍ଷଣ ଅତିବାହିତ କରିଥିଲେ । ପାକିସ୍ତାନ ଶିଖ୍‌ ଗୁରୁଦ୍ବାରା ପ୍ରବନ୍ଧକ ସମିତି ଏବଂ ଇଭୈକ୍ୟୁଇ ଟ୍ରଷ୍ଟ ପ୍ରପଟି ବୋର୍ଡର ଅଧିକାରୀ ମାନେ ଆଣ୍ଟୋନିଓଙ୍କୁ କରତାରପୁର ସାହିବରେ ସ୍ବାଗତ କରିଥିଲେ । ଏହାସହ କରତାରପୁର କରିଡର ନିର୍ମାଣ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ପୂର୍ବରୁ ହୋଇଥିବା ସମସ୍ତ ବୁଝାମଣା ଓ ଘଟଣାବଳୀ ସମ୍ପର୍କରେ ତାଙ୍କୁ ସୂଚନା ପ୍ରଦାନ କରିଥିଲେ ।

କରତାରପୁର ସାହେବ ଗୁରୁଦ୍ବାର
କରତାରପୁର ସାହେବ ଗୁରୁଦ୍ବାର

ସଂଯୁକ୍ତ ରାଷ୍ଟ୍ର ପ୍ରମୁଖ ଧାର୍ମିକ ପରମ୍ପରାକୁ ପାଳନ କରି ମୁଣ୍ଡରେ ନାରଙ୍ଗୀ ରଙ୍ଗର ପଗଡି ବାନ୍ଧିଥିଲେ । ଗୁରୁଦ୍ବାରର ବିଭିନ୍ନ ସ୍ଥାନ ଭ୍ରମଣ କରିବା ସହ ଦ୍ବିପ୍ରହର ଭୋଜନରେ ସେ ପାରମ୍ପରିକ ଖାଦ୍ୟ ଗ୍ରହଣ କରିଥିଲେ । ଏହି ଗସ୍ତରେ ତାଙ୍କ ସହ ଶିଖ୍‌ ସମୁଦାୟ ଓ ପାକିସ୍ତାନ ଅଧିକାରୀ ସାଙ୍ଗରେ ଥିଲେ । ଏହି ଗସ୍ତ ପାଇଁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ତାଙ୍କ ଏହି ଯାତ୍ରା ସମୟରେ ଶତାଧିକ ଭାରତୀୟ ଶ୍ରଦ୍ଧାଳୁ ଗୁରୁଦ୍ବାରେ ଉପସ୍ଥିତ ରହିଥିଲେ ।

ଏହା ପୂର୍ବରୁ ମିଳିତ ଜାତିସଂଘର ମହା ସଚିବ ଆଣ୍ଟୋନିଓ ଗୁଟରେସ ଲାହୋର ୟୁନଭର୍ସିଟି ଅଫ୍‌ ମ୍ୟାନଜେମେଣ୍ଟ ସାଇନସର୍‌ ଛାତ୍ରମାନଙ୍କୁ ସମ୍ବୋଧିତ କରିଥିଲେ । ବର୍ତ୍ତମାନ ସମୟରେ ବିଶ୍ବ ପାଇଁ ଜଳବାୟୁ ସମସ୍ୟା ଏକ ପ୍ରମୁଖ ସମସ୍ୟା ଭାବରେ ଉଭାହୋଇଛି । ଏହାକୁ ପ୍ରତିହତ କରିବା ପାଇଁ ସମସ୍ତଙ୍କୁ ସଂଗଠିତ ହୋଇ ଲଢେଇ କରିବା ଆବଶ୍ୟକ ରହିଥିବା ସେ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.