ETV Bharat / international

ପାକରେ ଥିଲା 428 ହିନ୍ଦୁ ମନ୍ଦିର, 408 ଏବେ ଦୋକାନ-ହୋଟେଲ

ଇସଲାମାବାଦରେ ଏକ କୃଷ୍ଣ ମନ୍ଦିର ନିର୍ମାଣ ପାଇଁ ଇମ୍ରାନ ସରକାର ଅନୁମୋଦନ କରିଥିଲେ ଏବଂ ଏଥିପାଇଁ 10 କୋଟି ଟଙ୍କା ବଜେଟ୍ ମଧ୍ୟ ପାରିତ କରିଥିଲେ । ହେଲେ ମୌଲାନାଙ୍କ ଧମକ ପରେ ସରକାର ଏହି କାମ ପାଇଁ ପଛଘୁଞ୍ଚା ଦେଇଛନ୍ତି । ପାକିସ୍ତାନରେ 428 ଟି ମନ୍ଦିର ଥିଲା ଯେଉଁଥିରୁ 408 ଟି ମନ୍ଦିରକୁ ମୁସଲମାନମାନେ କଏଦ କରି ରଖିଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

author img

By

Published : Jul 13, 2020, 11:12 AM IST

ପାକ୍‌ରେ ଥିବା 428ଟି ମନ୍ଦିରରୁ 408ଟି ମନ୍ଦିର ହେଲା ଦୋକାନ, ଅଫିସ୍

ଇସଲାମାବାଦ: ପାକିସ୍ତାନ ରାଜଧାନୀ ଇସଲାମାବାଦାରେ ହିନ୍ଦୁ ମନ୍ଦିର ନିର୍ମାଣ କରିବା ନେଇ ପୁଣିଥରେ ଇମ୍ରାନ ସରକାରଙ୍କ ଅସଲ ଚେହେରା ସାମ୍ନାକୁ ଆସିଛି । ମନ୍ଦିର ନିର୍ମାଣକୁ ନେଇ ଲାଗିଥିବା ବିବାଦ ଏବଂ ମୌଲାନାଙ୍କ ଆଗରେ ଇମ୍ରାନ ଖାନଙ୍କ କୌଣସି କଥା ଚାଲେ ନାହିଁ ବୋଲି ପ୍ରମାଣ ହୋଇଛି । ଇସଲାମାବାଦରେ ଏକ କୃଷ୍ଣ ମନ୍ଦିର ନିର୍ମାଣ ପାଇଁ ଇମ୍ରାନ ସରକାର ଅନୁମୋଦନ କରିଥିଲେ ଏବଂ ଏଥିପାଇଁ 10 କୋଟି ଟଙ୍କା ବଜେଟ୍ ମଧ୍ୟ ପାରିତ କରିଥିଲେ । ହେଲେ ମୌଲାନାଙ୍କ ଧମକ ପରେ ସରକାର ଏହି କାମ ପାଇଁ ପଛଘୁଞ୍ଚା ଦେଇଛନ୍ତି ।

ମୁସଲମାନ ମୌଲାନାମାନେ କେବଳ ମନ୍ଦିରର କାନ୍ଥ ଭାଙ୍ଗି ନାହାଁନ୍ତି, ବରଂ ସେଠାକୁ ଆସି ଜବରଦସ୍ତି ନମାଜ ମଧ୍ୟ ପଢିଲେ । ଏନେଇ ପାକିସ୍ତାନୀ ହିନ୍ଦୁମାନେ ଅଭିଯୋଗ କରିଛନ୍ତି ଯେ ବିଭାଜନ ସମୟରେ 428 ଟି ମନ୍ଦିର ଥିଲା ଯେଉଁଥିରୁ 408 ଟି ମନ୍ଦିରକୁ ମୁସଲମାନମାନେ କଏଦ କରି ରଖିଛନ୍ତି । ଏହି ସମସ୍ତ ମନ୍ଦିରକୁ କିଏ ଦୋକାନ ବନେଇଲେଣି ତ ଆଉ କିଛି କିଛି ମନ୍ଦିରରେ କାର୍ଯ୍ୟାଳୟ ଚାଲିଛି ।

ପାକିସ୍ତାନ ଗଠନ ହେବା ଦିନଠାରୁ ସେଠାରେ ରହୁଥିବା ଅନ୍ୟ ଧର୍ମର ଲୋକଙ୍କ ସହ ଅତ୍ୟାଚାର ହେବା ସାଧାରଣ କଥା ଥିଲା । ଅଲ ପାକିସ୍ତାନ ହିନ୍ଦୁ ଅଧିକାର ଆନ୍ଦୋଳନ ଏକ ସର୍ଭେ କରିଛି ଯେ ଯେତେବେଳେ ଭାରତ-ପାକିସ୍ତାନ ବିଭାଜିତ ହେଲା ସେତେବେଳେ ବହୁ ସଂଖ୍ୟକ ହିନ୍ଦୁ ଏବଂ ଶିଖ୍ ପାକିସ୍ଥାନରୁ ଭାରତ ପଳାୟନ କରିଥିଲେ । ସେହି ସମୟରେ ପାକିସ୍ତାନର ମାଟିରେ 428 ଟି ମନ୍ଦିର ସ୍ଥାନ ପାଇଥିଲା । ଅବଶ୍ୟ, 1990 ସୁଦ୍ଧା ଏହି ସମସ୍ତ ମନ୍ଦିର ଧୀରେ ଧୀରେ ଅଧିକୃତ ହୋଇ ବର୍ତ୍ତମାନ ଦୋକାନ, ରେଷ୍ଟୁରାଣ୍ଟ, ହୋଟେଲ, ଅଫିସ୍, ସରକାରୀ ବିଦ୍ୟାଳୟ କିମ୍ବା ମଦ୍ରାସା ଖୋଲାଯାଇଛି । ଏହି ସର୍ଭେରେ ପାକିସ୍ତାନ ସରକାର ଇଭାକ୍ୟୁ ପ୍ରପର୍ଟି ଟ୍ରଷ୍ଟ ବୋର୍ଡରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକଙ୍କୁ ପୂଜା କରିବା ପାଇଁ 1.35 ଲକ୍ଷ ଏକର ଜମି ଲିଜରେ ଦେଇଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଏହି ଟ୍ରଷ୍ଟ ହିଁ ସମସ୍ତ ମନ୍ଦିରର ଜମିକୁ ହଡପି ନେଇଥିଲା ।

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.