ETV Bharat / international

ଦ୍ବିତୀୟ ବିଶ୍ବଯୁଦ୍ଧରେ ଆର୍ଥିକ ଓ ମାନବିକ ମୂଲ୍ୟ

ଦ୍ବିତୀୟ ବିଶ୍ବଯ଼ୁଦ୍ଧର କରାଳ ରୂପ । ଭାଙ୍ଗିଥିଲା ଆର୍ଥିକ ମେରୁଦଣ୍ଡ, ଯାଇଥିଲା କୋଟି କୋଟି ଜୀବନ । ଏନେଇ ଅଧିକ ପଢନ୍ତୁ...

ଦ୍ବିତୀୟ ବିଶ୍ବଯୁଦ୍ଧରେ ଆର୍ଥିକ ଓ ମାନବିକ ମୂଲ୍ୟ
ଦ୍ବିତୀୟ ବିଶ୍ବଯୁଦ୍ଧରେ ଆର୍ଥିକ ଓ ମାନବିକ ମୂଲ୍ୟ
author img

By

Published : Sep 8, 2020, 10:00 AM IST

ବିଶ୍ବ ଇତିହାସର କଳା ଯ଼ୁଦ୍ଧ ଭାବେ ସର୍ବଦା ପରିଚିତ ହୋଇଆସୁଥିବା ଦ୍ବିତୀୟ ବିଶ୍ବଯ଼ୁଦ୍ଧ ବିଶ୍ବର ଅନେକ କ୍ଷୟକ୍ଷତି ଘଟାଇଛି । ପାଖପାଖି 60 ମିଲିୟନ ଅର୍ଥାତ 6 କୋଟି ଲୋକଙ୍କ ଜୀବନ ନେଇଛି ଏହି ଯୁଦ୍ଧ । ଅନେକ ସହରକୁ ଧ୍ବଂସବିଧ୍ବଂସ କରିବା ସହ ଅନେକ ପରିବାରକୁ ବାସହୀନ କରିଛି । ସାରା ବିଶ୍ବକୁ ଅନ୍ଧକାର ଭିତରକୁ ଠେଲିଦେଇଥିଲା ଏହି ଯ଼ୁଦ୍ଧ ।

ସଂସ୍କୃତି ତଥା କାରବାରର ପେଣ୍ଠସ୍ଥଳୀ ଥିବା ବ୍ରିଟେନ, ଫ୍ରାନ୍ସ, ଜର୍ମାନୀ, ଇଟାଲୀ ଓ ବେଲଜିୟମ ଭଳି ଅନେକ ଦେଶର ବଡ ବଡ ସହରକୁ ଛିନଭିନ କରିଦେଇଥିଲା କାଳରୂପୀ ଦ୍ବିତୀୟ ବିଶ୍ବଯ଼ୁଦ୍ଧ । ଯ଼ୁଦ୍ଧ ସମୟରେ ରେଳ, ରାସ୍ତା, ବ୍ରିଜ୍ ତଥା ପୋଲ ଅଧିକ କ୍ଷୟକ୍ଷତି ହୋଇଥିଲା । ଏୟାର ଷ୍ଚ୍ରାଇକ ଓ ବଡ ବଡ ଯ଼ୁଦ୍ଧ ବୋମା ପଡିବା ଫଳରେ ଏସବୁର ବ୍ୟାପକ କ୍ଷତି ହୋଇଥିଲା ।

ଏକ ଆକଳନରୁ ଜଣାଯାଏ ଯେ, ଏହି ଯ଼ୁଦ୍ଧରେ ଜର୍ମାନୀର ପାଖାପାଖି 70 ପ୍ରତିଶତ ଘର ନଷ୍ଟ ହୋଇଥିବାବେଳେ ସୋଭିଏତ ସଂଘର 1700 ସହର ଓ 70ହଜାର ଗାଁ ଛାରଖାର ହୋଇଥିଲା । ଅନେକ କଳକାରଖାନା, ବାର୍କସପ୍, ଜଙ୍ଗଲ ଇତ୍ୟାଦି ମଧ୍ୟ ଯ଼ୁଦ୍ଧର ଦାଉରୁ ବର୍ତ୍ତି ନଥିଲା । ସସେହିପରି ଜାପାନ ଅନେକ ନଦୀ ବନ୍ଧ ନଷ୍ଟ କରିଦେବା ଫଳରେ ଦକ୍ଷିଣ ଚୀନର ଲକ୍ଷ ଲକ୍ଷ ଏକର ଜାଗା ପାଣି ଘେରକୁ ପଳାଇ ଆସିଥିଲା । ଅନେକ ୟୁରୋପୀୟ ଦୈନିକ 1000 କ୍ୟାଲୋରୀରୁ ମଧ୍ୟ କମ ଖାଦ୍ୟ ପାଉଥିଲେ । ନେଦରଲାଣ୍ଡର ଅନେକ ଲୋକ ଫୁଲ କଢି ଖାଇ ଜୀବନ ବଞ୍ଚାଇ ଥିଲେ ।

ତେବେ ଏହି ଯ଼ୁଦ୍ଧରେ ଆମେରିକା କାନାଡା ତଥା ଅଷ୍ଚ୍ରେଲିଆ ପରି ମେଣ୍ଟ ଦେଶ ଅଧିକ କ୍ଷତି ସହିନଥିଲେ । ଯେତିକି ୟୁରୋପୀୟ ଦେଶ ସହିଥିଲେ , ବ୍ରିଟେନ ଏହି ଯ଼ୁଦ୍ଧରେ ଦେବାଳିୟା ହୋଇଯାଇଥିବାବେଳେ ଫ୍ରାନ୍ସକୁ ଜର୍ମାନୀ ପୂରା ଖାଲି କରିଦେଇଥିଲା । ଏମାନେ ବହୁତ ଘଡିସନ୍ଧିରେ ସେତେବେଳେ ରହିଥିଲେ । ନାଜୀମାନେ ଜିତିଥିବା ୟୁରୋପର ଅଞ୍ଚଳକୁ ଜର୍ମାନ ଯ଼ୁଦ୍ଧ ଜାହାଜର ଲୋକଙ୍କୁ ଖାଇବାକୁ ଦେବାକୁ ତଳିତଳାନ୍ତ କରିଦେଲେ । ଫ୍ରାନ୍ସ, ବେଲଜିୟମ, ନେଦରଲାଣ୍ଡ, ଡେନମାର୍କ, ନରବେ ଆଦି ଦେଶ ଜର୍ମାନୀ ଆଗରେ ନିଜର ଚାଷ ତଥା କଳକାରଖାନାରୁ ଉତ୍ପାଦ ଦ୍ରବ୍ୟକୁ ତାଙ୍କ ହାତରେ ଟେକି ଦେଇଥିଲେ ।

ଇଟାଲୀ ଯେତିକି ଜର୍ମାନର ସହଯୋଗୀ ଥିଲା ଏତେ ସ୍ବଚ୍ଛଳ ନଥିଲା । ସେପଟେ ୟୁରୋପର ପୂର୍ବାଞ୍ଚଳରେ ଥିବା ୟୁରୋପ ଶାସିତ ଅଞ୍ଚଳକୁ ଅଧିକ ଲୁଟ୍ କରାଯାଇଥିଲା । ଲକ୍ଷ ଲକ୍ଷ ମହିଳା ଓ ପୁରୁଷଙ୍କୁ ଜର୍ମାନ କମ୍ପାନୀ ଓ ଜର୍ମାନ ଫାର୍ମରେ କାମରେ ଲଗାଯାଇଥିଲା । ତେବେ ଏହି ଯ଼ୁଦ୍ଧରେ ବ୍ରିଟେନର ଅଧିକ କ୍ଷତି ଘଟିଥିଲା । ଜର୍ମାନର ବାରମ୍ବାର ବମ୍ ଆକ୍ରମଣରେ ଇଂଲଣ୍ଡର ଦକ୍ଷିଣାଞ୍ଚଳରେ ଅନେକ କ୍ଷତି ହୋଇଥିଲା । ଯ଼ୁଦ୍ଧ ସମୟରେ 20 ଲକ୍ଷ ଘର ନଷ୍ଟ ହେବା ସହ 60 ହଜାର ସାଧାରଣ ଲୋକଙ୍କର ଜୀବନ ଯାଇଥିଲା । 87000 ଲୋକ ଗୁରୁତର ଆହତ ହୋଇଥିଲେ । ଯେଉଁଥିରେ କି ଅଧିକାଂଶ ମହିଳା ଓ ଶିଶୁ ଥିଲେ । ତେବେ ଯ଼ୁଦ୍ଧର ପ୍ରାରମ୍ଭିକ ପର୍ଯ୍ୟାୟରେ ସୈନୀକଙ୍କ ଅପେକ୍ଷା ସାଧାରଣ ଲୋକେ ଅଧିକ କ୍ଷତି ସହିଥିଲେ ।

ସେହିପରି ଜର୍ମାନୀରେ ମଧ୍ୟ ପାଖାପାଖି 7 ମିଲିୟନ ଅର୍ଥାତ 70 ଲକ୍ଷ ଲୋକ ବାସହୀନ ହୋଇଥିଲେ । 6 ଲକ୍ଷ ଲୋକଙ୍କର ଜୀବନ ଯାଇଥିଲା । 8 ଲକ୍ଷ 50ହଜାର ଲୋକ ଆହତ ହୋଇଥିଲେ । ଅନ୍ୟପଟେ ଜର୍ମାନୀର ଏକ ସହର ଔର୍ଜବର୍ଗର 89 ପ୍ରତିଶତ ଅଞ୍ଚଳ ଧ୍ବଂସ ହୋଇଯାଇଥିଲା । ଯେତେବେଳେ କି ରେମଚାଇଡ ଓ ବୋଚମର 83 ପ୍ରତିଶତ ଅଞ୍ଚଳ ଧ୍ବଂସର କରାଳ ରୂପ ଦେଖିଥିଲା । ହମବର୍ଗ ଓ ୟୁପେର୍ଟାଲରେ 75 ପ୍ରତିଶତ କ୍ଷତି ହୋଇଥିଲା

ସେପଟେ ଫ୍ରାନ୍ସର ଏହି ଯ଼ୁ୍ଦ୍ଧରେ ଦେଶର ଜାତୀୟ ବାର୍ଷିକ ଆୟର ତିନିଗୁଣା ଖର୍ଚ୍ଚ ହୋଇଥିଲା . ଗ୍ରେଟର ବ୍ରିଟେନରେ 30 ପ୍ରତିଶତ ଘର ନଷ୍ଟ ହୋଇଥିବାବେଳେ ଫ୍ରାନ୍ସ, ବେଲଜିୟମ ଓ ନେଦରଲାଣ୍ଡରେ 20 ପ୍ରତିଶତ ଘର ନଷ୍ଟ ହୋଇଥିଲା । ଯ଼ୁଦ୍ଧରେ ସବୁକିଛି ନଷ୍ଟ ହୋଇଯିବାରୁ ଏହାର ସିଧାସଳଖ ପ୍ରଭାବ କୃଷିକ୍ଷେତ୍ରରେ ପଡିଥିଲା । ଚାଷ କରିବାକୁ ଉଦ୍ଦିଷ୍ଟ ଯନ୍ତ୍ରପାତି ନଥିବା ତଥା ପଶୁ ଏବଂ ଲୋକ ନମିଳିବାରୁ ଏହାର ପ୍ରଭାବ ଚାଷ ଉପରେ ଦେଖିବାକୁ ମିଳିଥିଲା ।

ଆନ୍ତପରିବହନ ଯୋଗାଯୋଗ ଯୁଦ୍ଧରେ ଅଧିକ ମାତ୍ରାରେ ପ୍ରଭିବିତ ହୋଇଥିଲା । ରେଳପଥ, ସଡକପଥ ତଥା ପୋଲ ଗୁ଼ଡିକ ନଷ୍ଟ ହୋଇଯ଼ାଇଥିବାରୁ ଯୋଗାଯୋଗରେ ବାଧା ସୃଷ୍ଟି ହୋଇଥିଲା । 1945 ମସିହା ବେଳକୁ ୟୁରୋପର ଅର୍ଥନୀତି ସମ୍ପୂର୍ଣ୍ଣ ଭୁଶୁଡି ପଡିଥିଲା ।

ୟୁରୋପର ପୂର୍ବାଞ୍ଚଳରେ ଅଧିକ କ୍ଷତି ଘଟିଥିଲା । ପୋଲାଣ୍ଡରେ 30 ପ୍ରତିଶତ ଘର ନଷ୍ଟ ହୋଇଥିବାବେଳେ 60 ପ୍ରତିଶତ ବିଦ୍ୟାଳୟ, ବୈଜ୍ଞାନିକ ଅନୁଷ୍ଠାନ ଆଦି କ୍ଷତିଗ୍ରସ୍ତ ହୋଇଥିଲା। 30ରୁ 35 ପ୍ରତିଶତ କୃଷି ଜମି, 32 ପ୍ରତିଶତ ଖଣି, ବିଦ୍ୟୁତ ଓ କାରଖାନା କ୍ଷତିଗ୍ରସ୍ତ ହୋଇଥିଲା ।ସେହିପରି ଯ଼ୁଗୋସ୍ଲୋଭିଆରେ ମଧ୍ୟ 20.7 ପ୍ରତିଶତ ବାସସ୍ଥାନ ସମ୍ପୂର୍ଣ୍ଣ ନଷ୍ଟ ହୋଇଥିଲା ।

ତେବେ ଜର୍ମାନୀରେ ହିଁ 49 ବଡ ସହର, 39 ପ୍ରତିଶତ ବାସଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଆମେରିକ ଷ୍ଟ୍ରାଟେଜିକ ବମିଂ ସର୍ଭେରେ ଜଣାପଡିଛି ।

ଶରଣାର୍ଥୀ

ଯ଼ୁଦ୍ଧ ସମୟରେ ଲକ୍ଷ ଲକ୍ଷ ଲୋକ ବାସହରା ହୋଇଥିଲେ । ଯାହାଫଳରେ 2 କୋଟି 10 ଲକ୍ଷ ଶରଣାର୍ଥୀ ଉଭା ହୋଇଥିଲେ । 1945 ରେ ୟୁରୋପର ରାସ୍ତାକଡରେ ଏପରି ଶରଣାର୍ଥୀଙ୍କୁ ଦେଖିବାକୁ ମିଳିଥିଲା । ତେବେ 1946 ମସିହାରେ ସୋଭିଏତର 50 ଲକ୍ଷ ବନ୍ଦୀ ତଥା ବଳପୂର୍ବକ ଶ୍ରମିକ ସେମାନଙ୍କ ଘରକୁ ଫେରିଥିଲେ । ସେହିପରି ଅନେକ ଲୋକ ଯେଉଁମାନେ କି ନିଜ ଘରେ ରହିଯାଇଥିଲେ ସେମାନେ ଅନେକ ଦୁଃଖ ଦର୍ଦ୍ଦଶାର ସାମ୍ନା କରିଛନ୍ତି ।

ଏପଟେ ଲକ୍ଷ ଲକ୍ଷ ୟୁରୋପିଆନ ନିଜ ବାସସ୍ଥାନକୁ ଫେରିଛନ୍ତି । କେହି କେହି ଅନ୍ୟ ସ୍ଥାନରେ ଯାଇ ନୂଆ କରି ବସତି ସ୍ଥାପନ କରିଛନ୍ତି ।

ଅନ୍ୟପଟେ ଜାପାନରେ ମଧ୍ୟ ଜର୍ମାନୀ ପରି ସ୍ଥିତି ହୋଇଥିଲା । ଜାପାନର 66 ସହର ମଧ୍ୟରେ 40 ପ୍ରତିଶତ ଅଞ୍ଚଳ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା । ସହରାଞ୍ଚଳର 30 ପ୍ରତିଶତ ଲୋକ ବାସହରା ହୋଇଯାଇଥିଲେ । ପରମାଣୁ ଆକ୍ରମଣ ପରେ ହିରୋସୀମା ଓ ନାଗାସାକି ସହର ପୂରା ଧ୍ବଂସ ପାଲଟିଯାଇଥିଲା ।

ଆସନ୍ତୁ ଜାଣିବା ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ କେଉଁ ଦେଶର କେତେ କ୍ଷତି ଘଟିଛି

ଆମେରିକା 341.491 ବିଲିୟନ ୟୁଏସଡି

ଜର୍ମାନୀ 270.000

ସୋଭିଏତ୍ ସଂଘ 192.000

ଚୀନ 190.000

ବ୍ରିଟେନ 120.000

କାନାଡା 15.680

ଇଟାଲୀ 94.000

ଜାପାନ 56.000

ଫ୍ରାନ୍ସ 15.000

ବେଲଜିୟମ 3.250

ପୋଲାଣ୍ଡ 1.550

ନେଦରଲାଣ୍ଡ 0.925

ଲାଟିନ ଆମେରିକାର ଦେଶ 1.000

ଗ୍ରୀକ 0.220

ଯ଼ୁଗୋସ୍ଲୋଭିଆ 0.200

ଦେଶ ଅନୁଯାୟୀ ମୃତ୍ୟୁ ସଂଖ୍ୟା

ଦେଶ ଯବାନଙ୍କ ମୃତ୍ୟୁ ସମୁଦାୟ ଯବାନ ଓ ସାଧାରଣ ଲୋକଙ୍କ ମୃତ୍ୟୁ

ଅଲବାନିଆ 30000 30200

ଅଷ୍ଟ୍ରେଲିଆ 39,800 40,500

ଅଷ୍ଟ୍ରିଆ 261,000 384,700

ବେଲଜିୟମ୍ 12,100 86,10

ବ୍ରାଜିଲ 1,000 2,000

ବୁଲଗେରିଆ 22,000 25,000

କାନାଡା 45,400 45,400

ଚୀନ 3-4,000,000 20,000,000

ଚିକୋସ୍ଲୋଭାକିଆ 25,000 345,000

ଡେନମାର୍କ 2,100 3,200

ଡଚ୍ ଇଷ୍ଟଇଣ୍ଡିଜ -- 3-4,000,000

ଇଷ୍ଟୋନିଆ -- 51,000

ଇଥୋପିଆ 5,000 100,000

ଫିନଲାଣ୍ଡ 95,000 97,000

ଫ୍ରାନ୍ସ 217,600 567,600

ଫ୍ରେଞ୍ଚ ଇଣ୍ଡୋଚାଇନା -- 1-1,500,000

ଜର୍ମାନୀ 5,533,000 6,600,000-8,800,000

ଗ୍ରୀକ୍ 20,000-35,000 300,000-800,000

ହଙ୍ଗେରୀ 300,000 580,000

ଭାରତ 87,000 1,500,000-2,500,000

ଇଟାଲୀ 301,400 457,000

ଜାପାନ 2,120,000 2,600,000-3,100,000

କୋରିଆ -- 378,000-473,000

ଲାତଭିଆ -- 227,000

ଲିଥୁନିଆ -- 353,000

ଲୁଞ୍ଜେମବର୍ଗ -- 2,000

ମାଲାୟା -- 100,000

ନେଦରଲାଣ୍ଡ 17,000 301,000

ନ୍ୟୁଜଲାଣ୍ଡ 11,900 11,900

ନରୱେ 3,000 9,500

ପପୁଆ ନ୍ୟୁଗେନିଆ -- 15,000

ଫିଲିପାଇନ୍ସ 57,000 500,000-1,000,000

ପୋଲାଣ୍ଡ 240,000 5,600,000

ରୁମେନିଆ 300,000 833,000

ସିଙ୍ଗାପୁର -- 50,000

ଦକ୍ଷିଣ ଆଫ୍ରିକା 11,900 11,900

ସୋଭିଏତ ସଂଘ 8,800,000-10,700,000 24,000,000

ୟୁକେ 383,600 450,700

ୟୁଏସ 416,800 418,500

ଯ଼ୁଗୋସ୍ଲାଭିଆ 446,000 1,000,000

ସମୁଦାୟ ମୃତ୍ୟୁ ସଂଖ୍ୟା

ଯ଼ୁଦ୍ଧରେ ସୈନିକଙ୍କ ମୃତ୍ୟ ଯ଼ୁଦ୍ଧ ସମୟରେ ଆହତ ସାଧାରଣ ଲୋକ ମୃତ

15,000,000 25,000,000 45,000,000

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.