ETV Bharat / international

ମୂଷା ପରେ ମାଙ୍କଡ ଉପରେ ଟୀକା ପରୀକ୍ଷା କରିବ ଥାଇଲ୍ୟାଣ୍ଡ - ଏବେ ମାଙ୍କଡ ଉପରେ ଟୀକା ପରୀକ୍ଷା କରିବ ଥାଇଲ୍ୟାଣ୍ଡ

ସମସ୍ତ ଦେଶ ଏବେ କୋରୋନା ଟୀକା କାଢିବାକୁ ଦିନ ରାତି ଏକ କରିଦେଇଛନ୍ତି । ଏତିକିବେଳେ ଥାଇଲ୍ୟାଣ୍ଡ ଟୀକା ପରୀକ୍ଷଣ ଟ୍ରାଏଲର ଦ୍ବିତୀୟ ସ୍ତରରେ ପହଞ୍ଚିଛି । ପ୍ରଥମେ ମୂଷା ଉପରେ ଟୀକାର ସଫଳ ପରୀକ୍ଷଣ କରିବା ପରେ ଏବେ ମାଙ୍କଡ ଉପରେ ପରୀକ୍ଷଣ ପାଇଁ ପ୍ରସ୍ତୁତି ଚଳାଇଉଛି ।

ମୂଷା ଉପରେ ସଫଳ ପରୀକ୍ଷଣ ପରେ ଏବେ ମାଙ୍କଡ ଉପରେ ଟୀକା ପରୀକ୍ଷା କରିବ ଥାଇଲ୍ୟାଣ୍ଡ

author img

By

Published : May 24, 2020, 4:43 PM IST

ବ୍ୟାଙ୍କକ: ସମସ୍ତ ଦେଶ ଏବେ କୋରୋନା ଟୀକା କାଢିବାକୁ ଦିନ ରାତି ଏକ କରିଦେଇଛନ୍ତି । ଏତିକିବେଳେ ଥାଇଲ୍ୟାଣ୍ଡ ଟୀକା ପରୀକ୍ଷଣ ଟ୍ରାଏଲର ଦ୍ବିତୀୟ ସ୍ତରରେ ପହଞ୍ଚିଛି । ପ୍ରଥମେ ମୂଷା ଉପରେ ଟୀକାର ସଫଳ ପରୀକ୍ଷଣ କରିବା ପରେ ଏବେ ମାଙ୍କଡ ଉପରେ ପରୀକ୍ଷଣ ପାଇଁ ପ୍ରସ୍ତୁତି ଚଳାଇଉଛି ।

କେବଳ ଏତିକି ନୁହେଁ ବରଂ ଆଗାମୀ 6 ରୁ 7 ମାସ ମଧ୍ୟରେ ଟୀକା ପ୍ରସ୍ତୁତ ହୋଇଯିବ ବୋଲି କହିଛି ଥାଇଲାଣ୍ଡ । ଥାଇଲ୍ୟାଣ୍ଡର ଉଚ୍ଚଶିକ୍ଷା, ବିଜ୍ଞାନ, ଅନୁସନ୍ଧାନ ମନ୍ତ୍ରୀ ସୁୱାଟ ମେସେନ୍ସ କହିଛନ୍ତି ଯେ ମୂଷାଙ୍କ ଉପରେ ପରୀକ୍ଷା କରିବା ପରେ ଅନୁସନ୍ଧାନକାରୀମାନେ ଟିକା ପରୀକ୍ଷଣର ପରବର୍ତ୍ତୀ ପର୍ଯ୍ୟାୟକୁ ଯାଉଛନ୍ତି । ସେ କହିଛନ୍ତି ଯେ ସେପ୍ଟେମ୍ବର ସୁଦ୍ଧା ତିନୋଟି ଡୋଜରେ କାମ କରାଯାଉଛି ଏବଂ ସେପ୍ଟେମ୍ବରରେ 'ସ୍ପଷ୍ଟ ଫଳାଫଳ' ମିଳିବ ବୋଲି ଆଶା କରାଯାଉଛି ।

ଶନିବାର ଏକ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ସୁବ୍ରତ କହିଛନ୍ତି ଯେ, ଏହି ପ୍ରକଳ୍ପ ମାନବଜାତି ପାଇଁ । ଥାଇଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ଏକ ନୀତି ପ୍ରସ୍ତୁତ କରିଛନ୍ତି । ଯେ ଟୀକା ବିକଶିତ କରାଯିବା ଉଚିତ ଏବଂ ଏହି କାର୍ଯ୍ୟକ୍ରମରେ ସାରା ବିଶ୍ୱର କର୍ମଚାରୀ ଯୋଗ ଦେବା ଉଚିତ୍ ।

ଏହା ପୂର୍ବରୁ ଥାଇଲ୍ୟାଣ୍ଡର ଜଣେ ବରିଷ୍ଠ ଅଧିକାରୀ ଟୀକା ବିଷୟରେ କହିଥିଲେ ଯେ ମୂଷାଙ୍କ ଉପରେ ପରୀକ୍ଷା ଫଳାଫଳ ଅତ୍ୟନ୍ତ ପଜିଟିଭ ହୋଇଛି । ଏଭଳି ପରିସ୍ଥିତିରେ ଆସନ୍ତା ବର୍ଷ ସୁଦ୍ଧା କୋରୋନା ଭୂବାଣୁ ଟୀକା ପ୍ରସ୍ତୁତ ହୋଇପାରେ ବୋଲି ଆଶା କରାଯାଉଛି ।

ଥାଇଲ୍ୟାଣ୍ଡରେ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭ୍ୟାକ୍ସିନ୍, ମେଡିକାଲ ସାଇନ୍ସ ବିଭାଗ ଏବଂ ଚୁଲାଲୋଙ୍ଗକର୍ନ ବିଶ୍ୱବିଦ୍ୟାଳୟର ଏହି ଟୀକା ପ୍ରସ୍ତୁତ କରାଯାଉଛି ।

ଏବେ 100 ରୁ ଅଧିକ ଦେଶ କୋରୋନା ଭୂତାଣୁ ଟୀକା ବାହାର କରିବା କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଅନେକ ଦେଶରେ ପରୀକ୍ଷା ପ୍ରାରମ୍ଭିକ ପର୍ଯ୍ୟାୟରେ ଥିବାବେଳେ ଅନେକ ଦେଶରେ ପରୀକ୍ଷଣର ଅନ୍ତିମ ପର୍ଯ୍ୟାୟ ଚାଲିଛି । ଏପ୍ରିଲରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚେତାବନୀ ଦେଇଛି ଯେ କୋରୋନା ଟୀକା ବଜାରକୁ ଆସିବାକୁ ଅତି କମରେ 12 ମାସ ସମୟ ଲାଗିବ ।

ଅନ୍ୟପକ୍ଷରେ, ଅକ୍ସଫୋର୍ଡ ୟୁନିଭରସିଟିରେ ଟୀକା ଉପରେ ଚାଲିଥିବା ପ୍ରକଳ୍ପର ପରୀକ୍ଷା ଶୁକ୍ରବାର ଦିନ ସଫଳ ହୋଇଛି । ଏହି ପ୍ରକଳ୍ପ ସଫଳତାର ସହିତ ମାନବ ପରୀକ୍ଷଣର ପ୍ରଥମ ପର୍ଯ୍ୟାୟ ଅତିକ୍ରମ କରିଛି ଏବଂ ବର୍ତ୍ତମାନ ଦ୍ୱିତୀୟ ଏବଂ ତୃତୀୟ ପର୍ଯ୍ୟାୟ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.