ETV Bharat / international

ପଞ୍ଜଶୀର ଘାଟିରେ ମହାସଂଗ୍ରାମ ! ତାଲିବାନୀଙ୍କୁ କଡା ଟକ୍କର ଦେଉଛି ଉତ୍ତର ସାମୁଖ୍ୟ

author img

By

Published : Aug 22, 2021, 8:38 PM IST

ଏଯାଏଁ ଦେଶର ଅଭେଦ୍ୟ ଦୁର୍ଗ ପଞ୍ଜଶୀରରେ ପାଦ ଦେଇପାରିନାହାଁନ୍ତି ତାଲିବାନ ଆତଙ୍କୀ । ଏଠାରେ ଆରମ୍ଭ ହୋଇଯାଇଛି ଉତ୍ତର ସାମୁଖ୍ୟ ଓ ତାଲିବାନୀଙ୍କ ମଧ୍ୟରେ ମହାସଂଗ୍ରାମ । ଅଧିକ ପଢନ୍ତୁ...

ହେଲୋ ରାମଲଲା ! ମୁଁ କଲ୍ୟାଣ ସିଂହ କହୁଛି, ଦୟାକରି ବର୍ଷା ବନ୍ଦ କରିଦିଅ...

କାବୁଲ: ବନ୍ଧୁକ ମୁନରେ ସମ୍ପୂର୍ଣ୍ଣ ଆଫଗାନିସ୍ତାନକୁ ଦଖଲ କରିସାରିଛି ତାଲିବାନ । ହେଲେ ଏଯାଏଁ ଦେଶର ଅଭେଦ୍ୟ ଦୁର୍ଗ ପଞ୍ଜଶୀରରେ ପାଦ ଦେଇପାରିନାହାଁନ୍ତି ତାଲିବାନ ଆତଙ୍କୀ । ଏଠାରେ ଆରମ୍ଭ ହୋଇଯାଇଛି ଉତ୍ତର ସାମୁଖ୍ୟ ଓ ତାଲିବାନୀଙ୍କ ମଧ୍ୟରେ ମହାସଂଗ୍ରାମ । ପଞ୍ଜଶୀରରରେ ତାଲିବାନକୁ କଡା ଟକ୍କର ଦେଉଛି ଅହମଦ ଶାହ ମସୁଦଙ୍କ ସେନା ।

ଗୋଟିଏ ପରେ ଗୋଟିଏ ସହର ଦଖଲ କରିବା ପରେ ଶେଷରେ ପଞ୍ଜଶୀର କବଜା କରିବାକୁ ଆଗକୁ ବଢୁଛି ତାଲିବାନ । ଆଫଗାନିସ୍ତାନରେ ପଞ୍ଜଶୀର ଘାଟି ଏକମାତ୍ର ସ୍ଥାନ ରହିଛି, ଯାହାକୁ କବଜା କରିପାରିନାହାଁନ୍ତି ତାଲିବାନ ଆତଙ୍କୀ । ଏଠାରୁ କ୍ରମାଗତ ତାଲିବାନୀଙ୍କୁ ମିଳୁଛି କଡା ଟକ୍କର । ତାଲିବାନକୁ କଡା ଜବାବ ଦିଆଯିବ ବୋଲି କହୁଛନ୍ତି ପଞ୍ଜଳଶୀରର କମାଣ୍ଡୋ ।

ଯଦି ତାଲିବାନ ପଞ୍ଜଶୀର ଉପତ୍ୟକା ଉପରେ ଆକ୍ରମଣ କରି ଏହାକୁ କାବୁ କରିବାକୁ ଚେଷ୍ଟା କରେ, ତେବେ ହଜାର ହଜାର ସଂଖ୍ୟାରେ ଏଠାରେ ଉପସ୍ଥିତ ବିରୋଧୀ ଦଳ ଏକ କଡା ଜବାବ ଦେଇପାରନ୍ତି । ପଞ୍ଜଜୀର ଉପତ୍ୟକା କାବୁଲଠାରୁ ମାତ୍ର 125 କିଲୋମିଟର ଦୂରରେ ଅବସ୍ଥିତ । ସତଚେଷ୍ଟା ସତ୍ତ୍ବେ ଏହି ସ୍ଥାନରେ ପ୍ରବେଶ କରିବାକୁ ବିଫଳ ରହିଛି ତାଲିବାନ ।

ଏହାକୁ ମଧ୍ୟ ପଢନ୍ତୁ: ପଞ୍ଜଶୀର ପଟକଥା, ଏଯାଏଁ ପଡିପାରନି ତାଲିବାନ ପାଦ

ସେପଟେ ବଲଗାନ ରାଜ୍ୟର ୩ଟି ଜିଲ୍ଲାରେ ମାତ ଖାଇଛି ତାଲିବାନ । ଏହି ଜିଲ୍ଲାଗୁଡିକରେ ତାଲିବାନ ପକ୍ଷରୁ ଯୁଦ୍ଧ ଜାରି ରଖିଥିବାବେଳେ ଏଠାରୁ ପ୍ରତିପକ୍ଷ କଡା ଜବାବ ଦେଉଥିବା ଜଣାପଡିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.