ETV Bharat / international

ପଞ୍ଜଶୀରରେ ମହାସଂଘର୍ଷ, ୩୫୦ ତାଲିବାନୀ ନିପାତ

ପଞ୍ଜଶୀରକୁ ଦଖଲ କରିବା ପାଇଁ ସୋମବାର ସେଠାରେ ପହଁଞ୍ଚିଥିଲା ତାଲିବାନ । ଆଉ ଏହାପରେ ଆରମ୍ଭ ହୋଇଥିଲା ତାଲିବାନ ଏବଂ ନର୍ଦନ ଆଲାଏନ୍ସ ତଥା ଉତ୍ତର ସାମୁଖ୍ୟ ମଧ୍ୟରେ ମହାସଂଗ୍ରାମ । ଅଧିକ ପଢନ୍ତୁ...

Panjashir Battle: ପଞ୍ଜଶୀରରେ ମହାସଂଘର୍ଷ, ୩୫୦ ତାଲିବାନୀ ନିପାତ

author img

By

Published : Sep 1, 2021, 3:47 PM IST

କାବୁଲ: ଆମେରିକାର ସେନା ପ୍ରତ୍ୟାହାର ପରେ କେବଳ ପଞ୍ଜଶୀର ଘାଟିକୁ ଛାଡି ସମଗ୍ର ଆଫଗାନିସ୍ତାକୁ କବଜା କରିସାରିଛି ତାଲିବାନ । ପଞ୍ଜଶୀରକୁ ଦଖଲ କରିବା ପାଇଁ ସୋମବାର ସେଠାରେ ପହଁଞ୍ଚିଥିଲା ତାଲିବାନ । ଆଉ ଏହାପରେ ଆରମ୍ଭ ହୋଇଥିଲା ତାଲିବାନ ଏବଂ ନର୍ଦନ ଆଲାଏନ୍ସ ତଥା ଉତ୍ତର ସାମୁଖ୍ୟ ମଧ୍ୟରେ ମହାସଂଗ୍ରାମ ।

ମଙ୍ଗଳବାର ରାତିରେ ମଧ୍ୟ ପଞ୍ଜଶୀରରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରିଥିଲେ ତାଲିବାନୀ । ପଞ୍ଜଶୀରରେ ଗୋଟିଏ ପୋଲକୁ ତାଲିବାନୀ ଆତଙ୍କୀ ଉଡାଇ ନର୍ଦନ ଆଲାଏନ୍ସର ବଞ୍ଚିବାର ସମସ୍ତ ରାସ୍ତା ବନ୍ଦ ପାଇଁ ପ୍ରୟାସ କରିଥିଲେ । ସେପଟ ଗୁଳିବିନିମୟ ସମୟରେ ତାଲିବାନର ପାଖାପାଖି ୩୫୦ ଆତଙ୍କୀ ନିପାତ ହୋଇଥିବା ଦାବି କରିଛି ନର୍ଦନ ଆଲାଏନ୍ସ । ଅନ୍ୟପକ୍ଷେ ୪୦ ଆତଙ୍କୀ ବନ୍ଦୀ ହୋଇଥିବା ନର୍ଦନ ଆଲାଏନ୍ସ ଦେଇଛି ସୂଚନା । ଏହି ଗୁଳିବିନିମୟ ସମୟରେ ନର୍ଦନ ଆଲାଏନ୍ସ ହାତରେ ଲାଗିଛି ତାଲିବାନୀ ବ୍ୟବହାର କରୁଥିବା ଆମେରିକାର ଅନେକ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ।

ଆଫଗାନ ମାଟିରୁ ଆମେରିକା ସୈନ୍ୟଙ୍କ ପ୍ରତ୍ୟାବର୍ତ୍ତନ ପରେ ରକ୍ତମୁହାଁ ହୋଇପଡିଛି ତାଲିବାନ । ଶେର-ଏ-ପଞ୍ଜଶୀର ଅହମଦ ଶାହ ମସୁଦଙ୍କ ପୁଅ ଅହମଦ ମସୁଦ ଓ ଆଫଗାନିସ୍ତାନର କାର୍ଯ୍ୟକାରୀ ରାଷ୍ଟ୍ରପତି ଅମରୁଲ୍ଲା ସାଲେହଙ୍କ ନେୃତ୍ବତରେ ନର୍ଦନ ଆଲାଏନ୍ସ ତାଲିବାନକୁ କଡା ଜବାବ ଦେଉଛି । ଗତ କିଛି ଦିନରୁ ତାଲିବାନ ଅନେକ ଥର ଏଠାରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରିଥିଲେ ସୁଦ୍ଧା ବିଫଳତା ହାତରେ ଲାଗିଛି । ପଞ୍ଜଶୀରରେ ଯୁଦ୍ଧ ସମୟରେ ପୂର୍ବରୁ ତାଲିବାନର ୩୦୦ ଆତଙ୍କୀଙ୍କ ମୃତ୍ୟୁ ହୋଇଥିବା ଦାବି କରାଯାଉଥିଲା । ସେପଟେ ମିଶନ କାବୁଲ ଶେଷ କରି 20 ବର୍ଷ ପରେ ଆଫଗାନିସ୍ତାନ ଛାଡିଛି ଆମେରିକା । ଆମେରିକୀୟ ସେନା ଆଫଗାନିସ୍ତାନ ମାଟି ଛାଡିବା ପରେ ଫାଙ୍କା ଗୁଳିଚାଳନା କରି ଖୁସି ମନାଇଛନ୍ତି ତାଲିବାନ ଆତଙ୍କବାଦୀ ।

ଆଫଗାନିସ୍ତାନ ସମ୍ପୂର୍ଣ୍ଣ କବଜା କରିସାରିଥିବା ତାଲିବାନ ଏଯାଏଁ ପଞ୍ଜଶୀର ଘାଟିରେ ଦେଇପାରିନି ପାଦ । କ୍ରମାଗତ ପଞ୍ଜଶୀରରୁ ତାଲିବାନୀଙ୍କୁ ମିଳୁଛି କଡା ଜବାବ । ଏହାରି ମଧ୍ୟରେ ପଞ୍ଜଶୀର ଘାଟିରେ ଇଣ୍ଟରନେଟ ସେବା ବନ୍ଦ କରିଦେଇଥିଲା ତାଲିବାନ । ପଞ୍ଜଶୀର ଉପତ୍ୟକା କାବୁଲଠାରୁ ମାତ୍ର 125 କିଲୋମିଟର ଦୂରରେ ଅବସ୍ଥିତ । ସତଚେଷ୍ଟା ସତ୍ତ୍ବେ ଏହି ସ୍ଥାନରେ ପ୍ରବେଶ କରିବାକୁ ବିଫଳ ରହିଛି ତାଲିବାନ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.