ETV Bharat / international

ଭାରତୀୟ ଦୂତବାସ ଉପରେ ଆକ୍ରମଣ କରିଥିବା ଆତଙ୍କୀ ହେଲା କାବୁଲ ଗଭର୍ଣ୍ଣର

ଆଫଗାନିସ୍ତାନର ତାଲିବାନ ସରକାର ଭାରତୀୟ ଦୂତାବାସ ଉପରେ ଆକ୍ରମଣ କରିଥିବା କାରି ବରୟାଲଙ୍କୁ କାବୁଲର ନୂତନ ରାଜ୍ୟପାଳ ଭାବେ ନିଯୁକ୍ତ କରିଛି । ଯାହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଅଧିକ ପଢନ୍ତୁ

ଭାରତୀୟ ଦୂତାବାସ ଉପରେ ଆକ୍ରମଣ କରିଥିବା ଆତଙ୍କବାଦୀ ହେଲା କାବୁଲର ଗଭର୍ଣ୍ଣର

author img

By

Published : Nov 18, 2021, 9:56 AM IST

କାବୁଲ: ଆଫଗାନିସ୍ତାନର ରାଜଧାନୀ କାବୁଲରେ ଭାରତୀୟ ଦୂତାବାସ ଉପରେ ହୋଇଥିବା ଆକ୍ରମଣରେ ତାଲିବାନ ସେନାଙ୍କର, ଅଲ-କାଏଦା ଏବଂ ପାକିସ୍ତାନର ଆଇଏସଆଇର କମାଣ୍ଡରଙ୍କ ସହ ଲିଙ୍କ୍ ଥିବା ନେଇ ଅଭିଯୋଗ ହେଇଥିଲା । ତେବେ ବର୍ତ୍ତମାନ ଆଫଗାନିସ୍ତାନର ତାଲିବାନ ସରକାର ଭାରତୀୟ ଦୂତାବାସ ଉପରେ ଆକ୍ରମଣ କରିଥିବା କାରି ବରୟାଲଙ୍କୁ କାବୁଲର ନୂତନ ରାଜ୍ୟପାଳ ଭାବେ ନିଯୁକ୍ତ କରିଛନ୍ତି । ତାଲିବାନ ଦ୍ବାରା କାବୁଲ ଉପରେ ଆକ୍ରମଣ କରିଥିବା ଗୋଷ୍ଠୀର ଏହା ହେଉଛି ଦ୍ବିତୀୟ ପ୍ରମୁଖ ନିଯୁକ୍ତି । ଏହାପୂର୍ବରୁ କାବୁଲ ଆଟାକ ନେଟୱର୍କର ଦୁଇ ପ୍ରମୁଖ ନେତାଙ୍କ ମଧ୍ୟରୁ ମୁଲ୍ଲା ତାଜ ମୀର ଜାୱାଲଙ୍କୁ ତାଲିବାନର ଗୁପ୍ତଚର ବିଭାଗର ପ୍ରଥମ ଡେପୁଟି ଭାବେ ନିଯୁକ୍ତ କରାଯାଇଥିଲା ।

ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କମାଣ୍ଡର ବରୟାଲ, ଇରାନର ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସରୁ ଏହି ଆକ୍ରମଣ ପାଇଁ ପାଣ୍ଠି ସଂଗ୍ରହ କରିଥିଲେ। ଅଲ-କାଏଦା, ଉଜବେକିସ୍ତାନର ଇସଲାମିକ୍ ମୁଭମେଣ୍ଟ, ଇସଲାମିକ୍ ଜିହାଦ୍ ୟୁନିଅନ୍, ତୁର୍କସ୍ତାନ ଇସଲାମିକ୍ ପାର୍ଟି ଏବଂ ହିଜବ-ଏ-ଇସଲାମି ଗୁଲବୁଦ୍ଧିନର ସେନା, କାବୁଲ ଉପରେ ଆକ୍ରମଣ ତଥା ତାଲିବାନକୁ କ୍ଷମତାକୁ ଆଣିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ।

ତେବେ ଏହି ପ୍ରସଙ୍ଗରେ ଭାରତ ତୀବ୍ର ପ୍ରତିକ୍ରିୟା ରଖିଛି । ଭାରତ ସରକାରଙ୍କ ଶୀର୍ଷ ସୂତ୍ରରୁ ପ୍ରକାଶ ଯେ, ‘କାରି ବରୟାଲ କାବୁଲରେ ଥିବା ଭାରତୀୟ ଦୂତାବାସ ଉପରେ ଆକ୍ରମଣ କରିଥିଲା ଏବଂ ବର୍ତ୍ତମାନ ଆମେ କାବୁଲରେ ଆମର ଦୂତାବାସ ଖୋଲିବା ବିଷୟରେ କିପରି ଚିନ୍ତା କରିପାରିବା ? ତାଲିବାନ ସରକାର ଉପଯୁକ୍ତ ନେତା ନିଯୁକ୍ତ କରି ଅନ୍ତର୍ଜାତୀୟ ସମୁଦାୟକୁ ଭରସା ଦେବାକୁ ପଡ଼ିବ’।

ଆଫଗାନିସ୍ତାନର କନ୍ଧାର, ହେରାତ, ମଜାର-ଏ-ସରିଫ ଏବଂ ଜଲାଲାବାଦରେ ସମୁଦାୟ 4ଟି ଭାରତୀୟ ବାଣିଜ୍ୟ ଦୂତବାସ ଅଛି | ତେବେ 15 ଅଗଷ୍ଟରେ ତାଲିବାନ, କାବୁଲକୁ କବଜା କରିବା ପରେ ଏହି ସବୁକୁ ବନ୍ଦ କରିଦିଆଯାଇଥିଲା । ଆଫଗାନିସ୍ତାନରେ ଭୟଙ୍କର ପରିସ୍ଥିତି ମଧ୍ୟରେ ଭାରତୀୟ ଦୂତାବାସର କର୍ମଚାରୀମାନଙ୍କୁ ମଙ୍ଗଳବାର ଦିନ କାବୁଲ ବିମାନବନ୍ଦରରୁ ଭାରତୀୟ ବାୟୁସେନାର C-17 ବିମାନରେ ଆଇଟିବିପି କର୍ମଚାରୀଙ୍କ ସମେତ 120 ଜଣ ଭାରତୀୟଙ୍କୁ ସେଠାରୁ ଦେଶକୁ ଫେରାଇ ଅଣାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.