ETV Bharat / international

ଆଫଗାନ ଲୋକଗାୟକଙ୍କୁ ଗୁଳିକରି ହତ୍ୟା କଲା ତାଲିବାନ - Afghanistan News

ଜଣେ ଆଫଗାନ ଲୋକଗାୟକଙ୍କୁ ଗୁଳି କରି ହତ୍ୟା କରିଛନ୍ତି ତାଲିବାନ ଆତଙ୍କୀ । ବଗଲାନ ଘାଟିରେ ଘଟିଛି ଏହି ହତ୍ୟାକାଣ୍ଡ । ଅଧିକ ପଢନ୍ତୁ...

ଆଫଗାନ ଲୋକଗାୟକଙ୍କୁ ଗୁଳିକରି ହତ୍ୟା କଲା ତାଲିବାନ

author img

By

Published : Aug 29, 2021, 9:30 PM IST

କାବୁଲ: ବର୍ବରତାର ସୀମା ଟପୁଛି ତାଲିବାନ । ବନ୍ଧୁକ ମୁନରେ ଗଡୁଛି ମୁଣ୍ଡ ଆଉ ଭିଜୁଛି ଆଫଗାନ ମାଟି । ନିୟମ ନ ମାନିଲେ ଭୋଗିବାକୁ ପଡୁଛି ମୃତ୍ୟୁ ଦଣ୍ଡ । ଏହାରି ମଧ୍ୟରେ ଜଣେ ଆଫଗାନ ଲୋକଗାୟକଙ୍କୁ ଗୁଳି କରି ହତ୍ୟା କରିଛନ୍ତି ତାଲିବାନ ଆତଙ୍କୀ ।

ଲୋକ ଗାୟକ ଫବାଦ ଅନ୍ଦରାବୀଙ୍କୁ ଗୁଳି କରି ହତ୍ୟା କରିଦେଇଛନ୍ତି ତାଲିବାନୀ । ବଗଲାନ ଘାଟିରେ ଘଟିଛି ଏହି ହତ୍ୟାକାଣ୍ଡ । ଏହା ରାଜଧାନୀ କାବୁଲଠାରୁ ୧୦୦ କିଲୋମିଟର ଦୂରରେ ରହିଛି । ତାଲିବାନ କବଜା ପରେ ବଲଗାନରେ ବିଦ୍ରୋହର ସ୍ବର ଶୁଣିବାକୁ ମିଳୁଛି । କିଛି ଜିଲ୍ଲାରେ ତାଲିବାନକୁ କଡା ଜବାବ ଦେଉଛନ୍ତି ଏଠାକାର ଲୋକେ ।

ଲୋକ ଗାୟକଙ୍କ ପୁଅ ଜାୱାଦ ଅନ୍ଦରାବୀଙ୍କ କହିବାନୁଯାୟୀ, ତାଙ୍କ ଘରେ ଜବରଦସ୍ତି ପ୍ରବେଶ କରିଥିଲେ ତାଲିବାନ ଆତଙ୍କୀ । ବାପା ଜଣେ ଗାୟକ ଥିବାବେଳେ ଲୋକଙ୍କୁ ମନୋରଞ୍ଜନ କରୁଥିଲେ । ହେଲେ ତାଲିବାନୀ ତାଙ୍କ ମୁଣ୍ଡରେ ବନ୍ଧୁକ ରଖି ଗୁଳି କରିଦେଇଥିବା କହିଛନ୍ତି ଜାୱାଦ ।

ସେପଟେ ଘଟଣାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ତାଲିବାନ ମୁଖପାତ୍ର ଜବିହୁଲ୍ଲା ମୁଜାହିଦ । ହତ୍ୟା ସମ୍ପର୍କରେ କୌଣସି ସୂଚନା ନଥିବାବେଳେ ଏହାର ତଦନ୍ତ କରାଯିବ ବୋଲି କହିଛନ୍ତି ତାଲିବାନ ମୁଖପାତ୍ର । ଫୱାଦ ଅନ୍ଦରାବୀ ଜଣେ ଲୋକ ଗାୟକ ଥିଲେ । ସେ ପାରମ୍ପରିକ ଗୀତ ଗାଉଥିଲେ। ଅନ୍ଦରାବୀଙ୍କ 'ଘିଚାକ୍' ଗୀତ ବେଶ ଲୋକପ୍ରିୟ ହୋଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.