ETV Bharat / international

ପଞ୍ଜଶୀର ଫାଶରେ ତାଲିବାନ, ଭୟରେ ବନ୍ଦ କଲା ଇଣ୍ଟରନେଟ - taliban

କ୍ରମାଗତ ପଞ୍ଜଶୀରରୁ ତାଲିବାନୀଙ୍କୁ ମିଳୁଛି କଡା ଜବାବ । ଏହାରି ମଧ୍ୟରେ ପଞ୍ଜଶୀର ଘାଟିରେ ଇଣ୍ଟରନେଟ ସେବା ବନ୍ଦ କରିଦେଇଛି ତାଲିବାନ । ଅଧିକ ପଢନ୍ତୁ...

ପଞ୍ଜଶୀର ଫାଶରେ ତାଲିବାନ, ଭୟରେ ବନ୍ଦ କଲା ଇଣ୍ଟରନେଟ

author img

By

Published : Aug 29, 2021, 8:38 PM IST

କାବୁଲ: ଆଫଗାନିସ୍ତାନ ସମ୍ପୂର୍ଣ୍ଣ କବଜା କରିସାରିଥିବା ତାଲିବାନ ଏଯାଏଁ ପଞ୍ଜଶୀର ଘାଟିରେ ଦେଇପାରିନି ପାଦ । କ୍ରମାଗତ ପଞ୍ଜଶୀରରୁ ତାଲିବାନୀଙ୍କୁ ମିଳୁଛି କଡା ଜବାବ । ଏହାରି ମଧ୍ୟରେ ପଞ୍ଜଶୀର ଘାଟିରେ ଇଣ୍ଟରନେଟ ସେବା ବନ୍ଦ କରିଦେଇଛି ତାଲିବାନ ।

ରବିବାର ପଞ୍ଜଶୀର ଘାଟିରେ ତାଲିବାନ ପକ୍ଷରୁ ଇଣ୍ଟରନେଟ ସେବା ଉପରେ ରୋକ ଲଗାଯାଇଥିବା ଦାବି କରାଯାଉଛି । କାରଣ ଏହିଠାରୁ ହିଁ ଆଫଗାନିସ୍ତାନର ବର୍ତ୍ତମାନ କେୟାରଟେକର ରାଷ୍ଟ୍ରପତି ଅମରୁଲ୍ଲାହ ସାଲେହ ତାଲିବାନକୁ କରୁଛନ୍ତି ଚ୍ୟାଲେଞ୍ଜ । ପଞ୍ଜଶୀର ଘାଟିରୁ ଯୁଦ୍ଧର ଆହ୍ବାନ ମଧ୍ୟ ରହିଛି । ତେବେ ଅମରୁଲ୍ଲାହ ଯେଭଳି କୌଣସି ଟ୍ବିଟ କରିପାରିବେ ନାହିଁ, ଏନେଇ ଇଣ୍ଟରନେଟ ଯୋଗାଯୋଗ ବିଚ୍ଛିନ୍ନ କରିଛି ତାଲିବାନ ।

ଟ୍ବିଟରରେ କ୍ରମାଗତ ସକ୍ରିୟ ରହିଥିବା ଅମରୁଲ୍ଲାହ ସାଲେହ ତାଲିବାନ ବିରୁଦ୍ଧରେ କରୁଛନ୍ତି ଟ୍ବଟ । ଶନିବାର ଟ୍ବିଟ କରି ଅମରୁଲ୍ଲାହ ଲେଖିଥିଲେ ଯେ 'Resistance', ଯାହାର ଅର୍ଥ ହେଉଛି ପ୍ରତିରୋଧ ।

ପଞ୍ଜଶୀର ଆଫଗାନିସ୍ତାନର ଏକମାତ୍ର ସ୍ଥାନ, ଯାହାକୁ ଏଯାଏଁ ଦଖଲ କରିପାରିନାହାଁନ୍ତି ତାଲିବାନୀ । ଅନେକ ତାଲିବାନୀ ବିରୋଧୀ ପଞ୍ଜଶୀରରେ ଏକଜୁଟ ହୋଇଛନ୍ତି । ଆଫଗାନିସ୍ତାନ କମାଣ୍ଡର ଅହମଦ ଶାହ ମସୁଦଙ୍କ ପୁଅ ଅହମଦ ମସୁଦ ଓ ଆଫଗାନିସ୍ତାନ ପୂର୍ବତନ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହ ପଞ୍ଜଶୀର ଘାଟିରେ ରହି ତାଲିବାନର କଡାମୁକାବିଲା ପାଇଁ ପ୍ରସ୍ତୁତ ହେଉଛନ୍ତି ।

ଏହାପୂର୍ବରୁ ପଞ୍ଜଶୀର ଦଖଲ ନେଇ ଦାବି କରିଥିଲା ତାଲିବାନ । ହେଲେ ପରେ ଏହି ଖବରକୁ ଖଣ୍ଡନ କରିଥିଲେ ଅହମଦ ମସୁଦ । ତାଲିବାନ ପଞ୍ଜଶୀର ଉପତ୍ୟକା ଉପରେ ଆକ୍ରମଣ କରି ଏହାକୁ କାବୁ କରିବାକୁ ଚେଷ୍ଟା କରେ, ତେବେ ହଜାର ହଜାର ସଂଖ୍ୟାରେ ଏଠାରେ ଉପସ୍ଥିତ ବିରୋଧୀ ଦଳ ଏକ କଡା ଜବାବ ଦେଇପାରନ୍ତି । ପଞ୍ଜଶୀରର ଉପତ୍ୟକା କାବୁଲ ଠାରୁ ମାତ୍ର 125 କିଲୋମିଟର ଦୂରରେ ଅବସ୍ଥିତ । ସତଚେଷ୍ଟା ସତ୍ତ୍ବେ ଏହି ସ୍ଥାନରେ ପ୍ରବେଶ କରିବାକୁ ବିଫଳ ରହିଛି ତାଲିବାନ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.