ETV Bharat / international

ଜାପାନରେ 3 ପ୍ରାନ୍ତରେ କୋହଳ ହେଲା ଜରୁରୀକାଳୀନ ନିୟମ

author img

By

Published : May 22, 2020, 1:11 AM IST

ଦେଶର ତିନି ପ୍ରାନ୍ତରେ କୋହଳ ହୋଇଛି ଲାଗୁ ହୋଇଥିବା ଜରୁରୀକାଳୀନ ନିୟମ । ଏହି ପ୍ରାନ୍ତ ମଧ୍ୟରେ ରହିଛି ଓସାକା, କ୍ୟୋଟୋ ଓ ହ୍ୟୋଗୋ । ଦିନକୁ ଦିନ କୋରୋନାର ପ୍ରଭାବ ସାମାନ୍ୟ ଘଟୁଥିବା ଦେଖି ଗୁରୁବାର ଏହି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ।

corona in japan, state of emergency in japan, state of emergency lifted in japan, ଜାପାନରେ କୋରୋନା, ଜାପାନରେ ଆପାତକାଳୀନ ପରିସ୍ଥିତି, ଜାପାନରେ କୋହଳ ହେଲା ଆପାତକାଳୀନ ନିୟମ
ଜାପାନରେ 3 ପ୍ରାନ୍ତରେ କୋହଳ ହେଲା ଆପାତକାଳୀନ ନିୟମ

ଟୋକିୟୋ: ଦେଶର ତିନି ପ୍ରାନ୍ତରେ କୋହଳ ହୋଇଛି ଲାଗୁ ହୋଇଥିବା ଜରୁରୀକାଳୀନ ନିୟମ । ଏହି ପ୍ରାନ୍ତ ମଧ୍ୟରେ ରହିଛି ଓସାକା, କ୍ୟୋଟୋ ଓ ହ୍ୟୋଗୋ । ଦିନକୁ ଦିନ କୋରୋନାର ପ୍ରଭାବ ସାମାନ୍ୟ ଘଟୁଥିବା ଦେଖି ଗୁରୁବାର ଏହି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ । ସେପଟେ ଆଗାମୀ ସୋମବାର ବା ମେ’ 25 ସୁଦ୍ଧା ଟୋକିୟୋ ଓ ଅନ୍ୟ କେତେକ ପ୍ରାନ୍ତରେ ମଧ୍ୟ ନିୟମ କୋହଳ ହେବା ନେଇ ସେ ସ୍ପଷ୍ଟ କରିଛନ୍ତି ।

ଟୋକିୟୋ ସମେତ ସିବା, ସାଇତମା, କାନାଗୱା ଓ ଉତ୍ତରୀୟ ପ୍ରାନ୍ତ ହୋକ୍କାଇଦୋରେ ଆଗାମୀ ସୋମବାର ସୁଦ୍ଧା ଆପାତକାଳୀନ ନିୟମ କୋହଳ ହେବା ନେଇ ସୂଚନା ରହିଛି । ସରକାରଙ୍କ ଦ୍ବାରା ନିକଟରେ ହୋଇଥିବା ସର୍ବେକ୍ଷଣରୁ ଦେଶରେ କୋରୋନା ସ୍ଥିତି ସାମାନ୍ୟ ସୁଧୁରିଥିବାରୁ ଏହି ନିଷ୍ପତ୍ତି ନିଆଯାଇଥିବା ପ୍ରଧାନମନ୍ତ୍ରୀ ଆବେ ଘୋଷଣା କରିଛନ୍ତି ।

ସୂଚନା ଅନୁଯାୟୀ ଏପ୍ରିଲ 7ରେ ପ୍ରଧାନମନ୍ତ୍ରୀ ଆବେ ଟୋକିୟୋ ସମେତ 6ଟି ପ୍ରାନ୍ତରେ ମାସେ ପର୍ଯ୍ୟନ୍ତ ଆପାତକାଳୀନ ସ୍ଥିତି ଘୋଷଣା କରିଥିଲେ । ହେଲେ ସ୍ଥିତି ଗମ୍ଭୀର ହେବାରୁ ଏହାକୁ ପୁଣି ବଢାଇ ଏପ୍ରିଲ 16ରେ ସାରା ଦେଶରେ ଆପାତକାଳୀନ ସ୍ଥିତି ଘୋଷଣା କରାଯାଇଥିଲା । ମେ’ 31 ଯାଏଁ ଏହା ବଳବତ୍ତର ରହିଗବାକୁ ଥିବା ବେଳେ ସ୍ଥିତିରେ ସୁଧାର ଦେଖି ଆଗୁଆ ନିୟମ କୋହଳ କରାଯାଉଛି ।

ଗତ ସପ୍ତାହ ଦେଶର 47 ପ୍ରାନ୍ତରୁ 39ଟିରେ ଆପାତକାଳୀନ ସ୍ଥିତି ନିୟମ କୋହଳ ହୋଇସାରିଛି । ସେପଟେ ବର୍ତ୍ତମାନ ସୁଦ୍ଧା ଦେଶରେ 16,385 ଜଣ ଆକ୍ରାନ୍ତ ଥିବା ବେଳେ ମୃତ୍ୟୁ ସଂଖ୍ୟା 771ରେ ସ୍ଥିର ରହିଛି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.