ETV Bharat / international

ଶ୍ରୀଲଙ୍କା ବିସ୍ଫୋରଣ: ମୃତ୍ୟୁସଂଖ୍ୟା 359କୁ ବୃଦ୍ଧି

ଶ୍ରୀଲଙ୍କାର ରାଜଧାନୀ କଲମ୍ବୋରେ ହୋଇଥିବା ବିସ୍ଫୋରଣରେ ମୃତ୍ୟୁସଂଖ୍ୟା 359କୁ ବୃଦ୍ଧି ପାଇଛି । ଏ ଘଟଣା ପାଇଁ ନିଜକୁ ଦାୟୀ କରିଛି ଧ୍ୱଂସ ପ୍ରାୟ ଅବସ୍ଥାରେ ପହଞ୍ଚି ସାରିଥିବା ଆତଙ୍କୀ ସଙ୍ଗଠନ ଆଇଏସ୍‌ ।

author img

By

Published : Apr 24, 2019, 1:25 PM IST

ଫଟୋ ସୌଜନ୍ୟ: ଟ୍ୱିଟର@ANI

କଲମ୍ବୋ: ଦ୍ୱୀପରାଷ୍ଟ୍ର ଶ୍ରୀଲଙ୍କାର ରାଜଧାନୀ କଲମ୍ବୋ ସହରରେ ହୋଇଥିବା ବିସ୍ଫୋରଣରେ ମୃତ୍ୟୁସଂଖ୍ୟା 359ରେ ପହଞ୍ଚିଛି । ବିସ୍ଫୋରଣରେ ପ୍ରାଣ ହରାଇଥିବା ମୃତକଙ୍କ ମଧ୍ୟରେ 39 ଜଣ ବିଦେଶୀ ନାଗରିକ ରହିଥିବା ଜଣାପଡିଛି । ସେମାନଙ୍କ ମଧ୍ୟରୁ 17 ଜଣଙ୍କ ପରିଚୟ ଜଣାପଡିଥିବା ବେଳେ, ସେମାନଙ୍କର ମୃତଦେହକୁ ତାଙ୍କର ପରିବାର ବର୍ଗକୁ ହସ୍ତାନ୍ତର କରାଯାଇଛି।

ଏସମ୍ପର୍କରେ ପ୍ରତିକ୍ରିୟା ଦେଇ ଶ୍ରୀଲଙ୍କାର ଉପପ୍ରତିରକ୍ଷା ମନ୍ତ୍ରୀ ରୁଆନ ବିଜ୍‌ବର୍ଦ୍ଧନେ କହିଛନ୍ତି ଏ ଘଟଣାର ତଦନ୍ତ ଚାଲିଛି । ବୁଧବାର ସକାଳେ ଦେଶର ସ୍ପେସିଆଲ ଟାସ୍କଫୋର୍ସ ଏକ ବାଇକକୁ ଜବତ କରିଛନ୍ତି । ବିସ୍ଫୋରଣ ପାଇଁ ଏହାକୁ ବ୍ୟବହାର କରିବା ପାଇଁ ଯୋଜନା ଥିବାର ସନ୍ଦେହ କରାଯାଉଛି ।

ଶ୍ରୀଲଙ୍କାରେ ହୋଇଥିବା ଆତ୍ମଘାତୀ ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି ଆଇଏସ୍‌ ଆତଙ୍କବାଦୀ ସଙ୍ଗଠନ । ନ୍ୟୁଜିଲାଣ୍ଡର ଖ୍ରୀଷ୍ଟଚର୍ଚ୍ଚ ସହରର ଅବସ୍ଥିତ ମସଜିଦରେ ହୋଇଥିବା ଗୁଳିକାଣ୍ଡର ପ୍ରତିଶୋଧ ନେବାକୁ ଯାଇ ଚର୍ଚ୍ଚରେ ହମଲା କରିଯାଇଥିବା ଆଇଏସ୍‌ କହିଛି । ନ୍ୟୁଜିଲାଣ୍ଡର ମସଜିଦରେ ହୋଇଥିବା ଏହି ଗୁଳିକାଣ୍ଡରେ ପ୍ରାୟ 40ରୁ ଅଧିକ ମୁସଲମାନ ଟଳି ପଡିଥିଲେ ।

ମଧ୍ୟ ଏସୀୟାରେ ଇସଲାମିକ ଖଲିଫେଟ୍‌(ମୁସଲମାନ ସାମ୍ରାଜ୍ୟ) ସ୍ଥାପନ କରିବାକୁ ଲକ୍ଷ୍ୟ ରଖିଥିବା ଆଇଏସ ଆତଙ୍କବାଦୀ ସଙ୍ଗଠନ ବର୍ତ୍ତମାନ ପ୍ରାୟ ଧ୍ୱଂସ ହେବା ଅବସ୍ଥାରେ ପହଞ୍ଚି ସାରିଲାଣି । ଏହି ସଙ୍ଗଠନର ଗଡ କୁହାଯାଉଥିବା ଇରାକ ଏବଂ ସିରିଆ ବର୍ତ୍ତମାନ ଏହାର କବଳରୁ ସମ୍ପୂର୍ଣ୍ଣ ଭାବେ ମୁକ୍ତ ହୋଇସାରିଛି । ନିଜର ଉପସ୍ଥିତି ଜାହିର କରିବା ଲକ୍ଷ୍ୟରେ ଶ୍ରୀଲଙ୍କାରେ ଏଭଳି ନାରକୀୟ କାଣ୍ଡ ଭିଆଇଛି ଆଇଏସ୍‌ ।

SLUG.. ସମ୍ବଲପୁର ଅଗ୍ନିଶମ ବିଭାଗ ତରଫରୁ ବିଗ ବଜାର ରେ ଚଢ଼ାଉ.
Format.. AVB
Reporter.. Badsah Jusman Rana
Date..03.04.2019
Place.. sambalpur.

ଭିଜୁଆଲ ମଜୋରୁ ଅଫଲୋଡ଼।

Anchor.. ଆଜି  ସମ୍ବଲପୁର ର ବିଗ ବଜାର ଠାରେ ଅଗ୍ନିଶମ ବିଭାଗ ତରଫରୁ ଚଢ଼ାଉ କରାଯାଇଛି। ବିଭାଗ ତରଫରୁ ଅଗ୍ନିଶମ ଅଧିକାରୀଙ୍କ ସହ କର୍ମୀ ମାନେ ଚଢ଼ାଉ କରି ମଲ ର  ପ୍ରବେଶ ଓ ପ୍ରସ୍ଥାନ ଦ୍ୱାର ତଥା ବିଭିନ୍ନ ଆଁନୁସଙ୍ଗିକ ସୁବିଧା ଏବଂ ଅସୁବିଧା ବିଷୟରେ ତଦାରଖ କରିଥିଲେ।ଏଥିରେ ଜାହାଯାହା ଦୋଷ ତ୍ରୁଟି  ପରିଲକ୍ଷିତ ହୋଇଥିଲା ସେ ବିଷୟରେ ମାଲିକଙ୍କୁ ଅବଗତ କରାଯାଇଥିବା ତଥା ଯଦି ସେ ଦିଗରେ ଖିଲାଫ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଥିଲେ ଅଗ୍ନିଶମ ଅଧିକାରୀ।

Byte..1. ମନୋରଞ୍ଜନ ବଳ, ଉତ୍ତରାଞ୍ଚଳ ରେଞ୍ଜ ଅଫିସର.,ସମ୍ବଲପୁର। ଅଗ୍ନିଶମ ବିଭାଗ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.