ETV Bharat / international

ଶ୍ରୀଲଙ୍କା ସିରିଜ ବିସ୍ଫୋରଣ, ସନ୍ଧ୍ୟା 6ଟାରୁ କର୍ଫ୍ୟୁ ଜାରି - Curfew

ଦେଶର ରାଜଧାନୀ କଲମ୍ବୋ ସମେତ ବିଭିନ୍ନ ସ୍ଥାନରେ ଘଟିଛି 8ଟି ବୋମା ବିସ୍ଫୋରଣ । ଏହି ବିସ୍ଫୋରଣରେ 3ଟି ଚର୍ଚ୍ଚ ଓ 3ଟି ପଞ୍ଚତାରକା ହୋଟେଲକୁ କରାଯାଇଛି ଟାର୍ଗେଟ । ତେବେ ଏହି ଅଘଟଣ ପରେ ସମଗ୍ର ଦେଶରେ କର୍ଫ୍ୟୁ ଜାରି କରାଯାଇଛି ।

ଫଟୋ ସୌଜନ୍ୟ: ଏଏନଆଇ
author img

By

Published : Apr 21, 2019, 4:50 PM IST

କଲମ୍ବୋ: ପବିତ୍ର ଇଷ୍ଟର ଉପଲକ୍ଷେ ଶ୍ରୀଲଙ୍କାରେ ଘଟିଛି ବଡ ଧରଣର ଆତଙ୍କୀ ହମଲା । ଦେଶର ରାଜଧାନୀ ସମେତ ବିଭିନ୍ନ ସ୍ଥାନରେ ଘଟିଛି 8ଟି ବୋମା ବିସ୍ଫୋରଣ । ଏହି ବିସ୍ଫୋରଣରେ 3ଟି ଚର୍ଚ୍ଚ ଓ 3ଟି ପଞ୍ଚତାରକା ହୋଟେଲକୁ କରାଯାଇଛି ଟାର୍ଗେଟ । ଘଟଣାରେ 158 ଜଣଙ୍କ ମୃତ୍ୟୁ ହେବାସହ 400ରୁ ଅଧିକ ଆହତ ହୋଇଛନ୍ତି ।

ମୃତକଙ୍କ ମଧ୍ୟରୁ 35 ଜଣ ବିଦେଶୀ ରହିଛନ୍ତି । ଏହି ସମସ୍ତ ଘଟଣା ପରେ ଶ୍ରୀଲଙ୍କା ସରକାର ଦେଶସାରା ସନ୍ଧ୍ୟା 6ଟାରୁ ସକାଳ 6ଟା ଯାଏଁ କର୍ଫ୍ୟୁ ଜାରି କରିଛନ୍ତି । କଲମ୍ବୋର ଏଥନୀ ଚର୍ଚ୍ଚ, ନୌଗୋଂବୋ ସ୍ଥିତ ସେବେଷ୍ଟିୟନ ଚର୍ଚ୍ଚ ଓ ବଟ୍ଟିକଲମ୍ବୋ ସ୍ଥିତ ଏକ ଚର୍ଚ୍ଚରେ ଏହି ବୋମା ବିସ୍ଫୋରଣ ଘଟିଛି । ଏହାଛଡା ହୋଟେଲ ଶାଙ୍ଗ୍ର-ଲା, ସିନାମୋନ ଗ୍ରାଣ୍ଡ ଓ କିଙ୍ଗ୍ସବରୀରେ ବିସ୍ଫୋରଣ ଘଟିଛି ।

ଏହି ପରିସ୍ଥିତିକୁ ଦେଖି ସୋସିଆଲ ମିଡିଆ ପ୍ଲାଟଫର୍ମ ଉପରେ ତତ୍କାଳ ରୋକ ଲଗାଯାଇଛି । ସୁରକ୍ଷା ଅଧିକାରୀ କହିଛନ୍ତି ଯେ ଏହା ଆତ୍ମଘାତୀ ବିସ୍ଫୋରଣ ଥିଲା । ଅନ୍ୟପକ୍ଷେ ଏହି ଆକ୍ରମଣ ପାଇଁ କୌଣସି ସଙ୍ଗଠନ ନିଜକୁ ଦାୟୀ କରି ନାହିଁ ।

Intro:Body:Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.