ETV Bharat / international

ଶ୍ରୀଲଙ୍କା: ବ୍ୟାନ ହେଲା 2 ଆତଙ୍କୀ ସଂଗଠନ

ଶ୍ରୀଲଙ୍କାରେ ସିରିଜ ବୋମା ବିସ୍ଫୋରଣ ପରେ ବ୍ୟାନ ହେଲା 2ସ୍ଥାନୀୟ ଆତଙ୍କୀ ସଂଗଠନ । ନ୍ୟାସନାଲ ତୌହୀଦ ଜମାତ ଏବଂ ଇସଲାମିକ ଷ୍ଟେଟ ସହ ଜଡିତ ଏକ ଅନ୍ୟ ସମୂହ ଉପରେ ଶ୍ରୀଲଙ୍କା ସରକାର କଟକଣା ଲଗାଇଛନ୍ତି ।

author img

By

Published : Apr 28, 2019, 9:38 AM IST

ପ୍ରତିକାତ୍ମକ ଫଟୋ

କଲମ୍ବୋ: ଶ୍ରୀଲଙ୍କାରେ ସିରିଜ ବୋମା ବିସ୍ଫୋରଣ ପରେ ବ୍ୟାନ ହେଲା 2ସ୍ଥାନୀୟ ଆତଙ୍କୀ ସଂଗଠନ । ନ୍ୟାସନାଲ ତୌହିଦ ଜମାତ ଏବଂ ଇସଲାମିକ ଷ୍ଟେଟ ସହ ଜଡିତ ଏକ ଅନ୍ୟ ସମୂହ ଉପରେ ଶ୍ରୀଲଙ୍କା ସରକାର କଟକଣା ଲଗାଇଛନ୍ତି ।

ରାଷ୍ଟ୍ରପତି ମୈତ୍ରୀପାଲ ସିରିସେନା ଜରୁରୀକାଳିନ କ୍ଷମତାର ପ୍ରୟୋଗ କରି ଏନଟିଜି ଏବଂ ଇସଲାମିକ ଷ୍ଟେଟ ସହ ଜଡିତ ଆତଙ୍କୀ ସଂଗଠନ ଜମାତ-ଏ-ମିଲ୍ଲତୁ-ଇବ୍ରାହିମ ଉପରେ କଟକଣା ଲଗାଇଥିବା ସରକାରୀ ସୂତ୍ରରୁ ପ୍ରକାଶ ପାଇଛି । ତେବେ ଏହି ଆତଙ୍କୀ ସଂଗଠନ ସହ ଜଡିତ ଅଚଳ ସମ୍ପତ୍ତି ମଧ୍ୟ ସରକାର ଜବତ କରିଥିବା ଜଣାପଡିଛି ।

ଗତ ରବିବାର କଲମ୍ବୋରେ 8ଟି ସିରିଜ ବିସ୍ଫୋରଣ ଘଟି 253 ଜଣଙ୍କର ମୃତ୍ୟୁ ଘଟିଥିବାବେଳେ 485 ଜଣ ଆହତ ହୋଇଥିଲେ । କଲମ୍ବୋର 3ଟି ବିଳାସପୂର୍ଣ୍ଣ ହୋଟେଲ ସମେତ 3ଟି ଚର୍ଚ୍ଚକୁ ଟାର୍ଗେଟ କରି ଆତଙ୍କବାଦୀମାନେ ଏହି ବିସ୍ଫୋରଣ ଘଟାଇଥିଲେ । ତେବେ ଏହା ପରେ ସରକାର ଶ୍ରୀଲଙ୍କାରେ ଜରୁରୀକାଳିନ ପରିସ୍ଥିତିର ଘୋଷଣା କରିଥିଲେ ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.