ETV Bharat / international

ପଞ୍ଜଶୀରକୁ ଝଟ୍‌କା, ପ୍ରାଣ ହରାଇଲେ ମାସୁଦଙ୍କ ସହଯୋଗୀ ଫହିମ ଦସ୍ତି !

author img

By

Published : Sep 6, 2021, 10:25 AM IST

Updated : Sep 6, 2021, 11:07 AM IST

ଆଫଗାନିସ୍ତାନରେ ବଢିବାରେ ଲାଗିଛି ତାଲିବାନୀ ଆତଙ୍କ । ଏହା ମଧ୍ୟରେ ତାଲିବାନ ଓ ଆଫଗାନିସ୍ତାନର ପଞ୍ଜଶୀର ମଧ୍ୟରେ ଚାଲିଥିବା ଘମାଘୋଟ ଲଢ଼େଇରେ ରେଜିଷ୍ଟାନ୍ସ ଫ୍ରଣ୍ଟର ମୁଖପାତ୍ର ତଥା ଅହମ୍ମଦ ମାସୁଦଙ୍କ ଘନିଷ୍ଠ ସହଯୋଗୀ ଫହିମ ଦସ୍ତିଙ୍କ ମୃତ୍ୟୁ ହୋଇଥିବାର ରିପୋର୍ଟ ପ୍ରକାଶ ପାଇଛି । ଅଧିକ ପଢନ୍ତୁ...

ପଞ୍ଜଶୀରରେ ରେଜିଷ୍ଟାନ୍ସ ଫ୍ରଣ୍ଟର ମୁଖପାତ୍ର ଫହିମ ଦାଶ୍ତିଙ୍କୁ ହତ୍ୟା

କାବୁଲ: ଆଫଗାନିସ୍ତାନରେ ବଢିବାରେ ଲାଗିଛି ତାଲିବାନୀ ଆତଙ୍କ । ଏହା ମଧ୍ୟରେ ତାଲିବାନ ଓ ଆଫଗାନିସ୍ତାନର ପଞ୍ଜଶୀର ମଧ୍ୟରେ ଚାଲିଥିବା ଘମାଘୋଟ ଲଢ଼େଇରେ ରେଜିଷ୍ଟାନ୍ସ ଫ୍ରଣ୍ଟର ମୁଖପାତ୍ର ତଥା ଅହମ୍ମଦ ମାସୁଦଙ୍କ ଘନିଷ୍ଠ ସହଯୋଗୀ ଫହିମ ଦସ୍ତିଙ୍କ ମୃତ୍ୟୁ ହୋଇଥିବାର ରିପୋର୍ଟ ପ୍ରକାଶ ପାଇଛି ।

ପଞ୍ଜଶୀର ପ୍ରଦେଶରେ ରବିବାର ଦିନ ଏହି ଘଟଣା ଘଟିଥିବା ପଞ୍ଜଶୀରର ଏକ ସୂତ୍ରରୁ ପ୍ରକାଶ ପାଇଛି । ତେବେ ସେ ଜାମିଆତ-ଇ-ଇସଲାମି ଦଳର ଜଣେ ବରିଷ୍ଠ ସଦସ୍ୟ ତଥା ଫେଡେରେସନ୍ ଅଫ୍ ଆଫଗାନିସ୍ତାନ ବିଶିଷ୍ଟ ସାମ୍ବାଦିକ ଥିଲେ ବୋଲି ଖାମା ପ୍ରେସ ରିପୋର୍ଟ କରିଛି।

ପଞ୍ଜଶୀର ଘାଟି କାବୁଲର ପ୍ରାୟ 90 ମାଇଲ ଉତ୍ତରରେ ଥିବା ହିନ୍ଦୁ କୁଶ ପାହାଡ଼ରେ ଅବସ୍ଥିତ । ଶୁକ୍ରବାର ରାତିରୁ ପଞ୍ଜଶୀର ପ୍ରଦେଶରେ ଚାଲିଥିବା ଯୁଦ୍ଧ ପରେ ଏହି ଖବର ସାମ୍ନାକୁ ଆସିଛି । ତେବେ ପ୍ରତିରୋଧ ବାହିନୀ ଏହି ଦାବିକୁ ଅସ୍ବୀକାର କରିଛନ୍ତି ବୋଲି ଖାମା ପ୍ରେସ ରିପୋର୍ଟ କରିଛି।

ଅନ୍ୟ ପକ୍ଷରେ ଆଫଗାନିସ୍ତାନର ଉତ୍ତର-ପୂର୍ବ ପ୍ରଦେଶର ପଞ୍ଜଶୀରର ପ୍ରତିରୋଧ ବାହିନୀର ନେତା ଅହମ୍ମଦ ମାସୁଦ ରବିବାର ସୂଚନା ଦେଇଛନ୍ତି ଯେ, ତାଲିବାନ ଏହି ପ୍ରଦେଶ ଛାଡିଲେ ଆମେ ଯୁଦ୍ଧ ବନ୍ଦ କରି ଆଲୋଚନା ଆରମ୍ଭ କରିବାକୁ ପ୍ରସ୍ତୁତ ଅଛୁ । ମାସୁଦ ଏହା ମଧ୍ୟ କହିଛନ୍ତି ଯେ, ଧର୍ମ ଏବଂ ନୈତିକତାର ନୀତି ଅନୁଯାୟୀ ତାଲିବାନ ସହ ମତଭେଦକୁ ଶାନ୍ତିପୂର୍ଣ୍ଣ ଭାବରେ ସମାଧାନ କରିବାକୁ ନ୍ୟାସନାଲ ରେଜିଷ୍ଟାନ୍ସ ଫ୍ରଣ୍ଟ ପ୍ରତିବଦ୍ଧ।

@ANI

Last Updated : Sep 6, 2021, 11:07 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.