ETV Bharat / international

ଦକ୍ଷିଣ କୋରିଆରେ 2020ର ପ୍ରଥମ ବାର୍ଡ ଫ୍ଲୁ ଚିହ୍ନଟ

author img

By

Published : Nov 29, 2020, 11:31 AM IST

ଦକ୍ଷିଣ କୋରିଆର ଦକ୍ଷିଣ-ପଶ୍ଚିମ ଜିଓନବୁକ୍ ପ୍ରଦେଶରେ ବ୍ୟାପିଛି H5N8 ବାର୍ଡ ଫ୍ଲୁ । ଚଳିତବର୍ଷର ପ୍ରଥମ ବାର୍ଡ ଫ୍ଲୁ ମାମଲା ବୋଲି ଖାଦ୍ୟ, କୃଷି, ଜଙ୍ଗଲ ଏବଂ ମତ୍ସ୍ୟ ମନ୍ତ୍ରଣାଳୟ ଶନିବାର ସୂଚନା ଦେଇଛି । ଅଧିକ ପଢନ୍ତୁ...

2020ର ପ୍ରଥମ ବାର୍ଡ ଫ୍ଲୁ ଚିହ୍ନଟ
2020ର ପ୍ରଥମ ବାର୍ଡ ଫ୍ଲୁ ଚିହ୍ନଟ

ସିଓଲ: ଦକ୍ଷିଣ କୋରିଆର ଦକ୍ଷିଣ-ପଶ୍ଚିମ ଜିଓନବୁକ୍ ପ୍ରଦେଶରେ ବ୍ୟାପିଛି H5N8 ବାର୍ଡ ଫ୍ଲୁ । ଚଳିତବର୍ଷର ପ୍ରଥମ ବାର୍ଡ ଫ୍ଲୁ ମାମଲା ବୋଲି ଖାଦ୍ୟ, କୃଷି, ଜଙ୍ଗଲ ଏବଂ ମତ୍ସ୍ୟ ମନ୍ତ୍ରଣାଳୟ ଶନିବାର ସୂଚନା ଦେଇଛି । ମନ୍ତ୍ରଣାଳୟ ଅନୁଯାୟୀ, ପ୍ରଦେଶର ଜିଓଙ୍ଗଅପ୍ ସହରର ଏକ ବତକ ଫାର୍ମରେ ଏହି ଫ୍ଲୁ ଚିହ୍ନଟ ହୋଇଥିଲା । ଅକ୍ଟୋବର ଶେଷରେ ଏସିଆ ଦେଶ 2018 ପରଠୁ ପ୍ରଥମ ଥର ପାଇଁ ବନ୍ୟ ପକ୍ଷୀମାନଙ୍କରେ H5N8 ଫ୍ଲୁ ରୋଗ ପଞ୍ଜିକୃତ କରିଥିଲା ।

ମନ୍ତ୍ରଣାଳୟ ଆହୁରି ମଧ୍ୟ କହିଛି ଯେ ଫାର୍ମରେ ପ୍ରାୟ 19,000 ବତକ ଅଛନ୍ତି । ତେଣୁ ଏକ ଜରୁରୀ ପ୍ରତିକ୍ରିୟା ଦଳ ପଠାଯାଇଥିଲା ଏବଂ ସମସ୍ତ ପକ୍ଷୀମାନଙ୍କୁ ହତ୍ୟା କରାଯାଇଛି । ଫାର୍ମଠାରୁ ତିନି କିଲୋମିଟର (1.9 ମାଇଲ) ବ୍ୟାସାର୍ଦ୍ଧରେ ଅନ୍ୟ 6 ଟି କୁକୁଡ଼ା ଫାର୍ମ ରହିଛି । କୁକୁଡ଼ା ଏବଂ ପଶୁପାଳନ ଫାର୍ମ ସମେତ କାରବାରକୁ 48 ଘଣ୍ଟା ଯାଏଁ ବନ୍ଦ ରଖିବାକୁ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଜାରି କରିଛନ୍ତି ।

ଏହାକୁ ଜାତୀୟ ସ୍ତରରେ ଏକ ଜରୁରୀକାଳିନ ପରିସ୍ଥିତି ଭାବେ ଘୋଷଣା କରାଯାଇଛି । ଏହି ସମୟରେ ଦକ୍ଷିଣ କୋରିଆର ୟୋନହାପ ନ୍ୟୁଜ୍ ଏଜେନ୍ସି ରିପୋର୍ଟ କରିଛି ଯେ ପ୍ରାଥମିକ ପଦକ୍ଷେପ ଭାବରେ ପ୍ରଦେଶ ସରକାର ଜିଓଙ୍ଗଅପ୍ ବତକ ଫାର୍ମର ତିନି କିଲୋମିଟର ଦୂରରେ ଅବସ୍ଥିତ ଫାର୍ମରେ ପ୍ରାୟ 392,000 କୁକୁଡ଼ା ଏବଂ ବତକକୁ ମାରିବାକୁ ପଡିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.