ETV Bharat / international

ଅଷ୍ଟ୍ରେଲିଆ ଅଗ୍ନିକାଣ୍ଡ: ବନାଗ୍ନୀ ବିପନ୍ନଙ୍କୁ ସହାୟତାର ହାତ ବଢ଼ାଇଲେ ଶିଖ୍‌ ସମ୍ପ୍ରଦାୟ

ଗତ ଚାରି ମାସ ଧରି ଜଳୁଛି ଅଷ୍ଟ୍ରେଲିଆର ଜଙ୍ଗଲ । ଏହି ଅଗ୍ନିକାଣ୍ଡରେ ଭିକ୍ଟୋରିଆ ଓ ନ୍ୟୁ-ସାଉଥ ୱେଲସର ତଟବର୍ତ୍ତୀ ଅଞ୍ଚଳ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି । ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏହି ଉଦ୍ଧାର କାର୍ଯ୍ୟରେ ଅଷ୍ଟ୍ରେଲିଆର ଅଗ୍ନିଶମ ବିଭାଗ ଆପ୍ରାଣ ଉଦ୍ୟମ ଜାରି ରଖିଛି । ଶିଖ୍‌ ସମ୍ପ୍ରଦାୟ ଉଦ୍ଧାର କାର୍ଯ୍ୟରେ ଜୀବନବାଜି ଲଗାଇଦେଇଥିବା ବେଳେ ଅନେକ ପ୍ରପିଡୀତ ଲୋକଙ୍କୁ ଖାଦ୍ୟ ସାମଗ୍ରୀ ଯୋଗାଇ ଦେଉଛନ୍ତି । ଅଧିକ ପଢନ୍ତୁ...

author img

By

Published : Jan 10, 2020, 8:39 AM IST

sikh community helping bushfire victims
ଫାଇଲ ଫଟୋ

ନୂଆଦିଲ୍ଲୀ: ଗତ ଚାରି ମାସ ଧରି ଜଳୁଛି ଅଷ୍ଟ୍ରେଲିଆର ଜଙ୍ଗଲ । କେବଳ ବ୍ୟାପକ ଅଞ୍ଚଳରେ ପରିବ୍ୟାପ୍ତ ଜଙ୍ଗଲ ନଷ୍ଟ ହୋଇଛି । କୋଟି କୋଟି ଜୀବଜନ୍ତୁ ବି ପ୍ରାଣ ହରାଇଛନ୍ତି । ଅନେକ ସ୍ଥାନରେ ବନାଗ୍ନି ଜନବସତି ଉଜାଡିଥିବା ବେଳେ ଲୋକେ ବାସ ହରା ହୋଇଛନ୍ତି । ଏହି ଅଗ୍ନିକାଣ୍ଡରେ ଭିକ୍ଟୋରିଆ ଓ ନ୍ୟୁ-ସାଉଥ ୱେଲସର ତଟବର୍ତ୍ତୀ ଅଞ୍ଚଳ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି । ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏହି ଉଦ୍ଧାର କାର୍ଯ୍ୟରେ ଅଷ୍ଟ୍ରେଲିଆର ଅଗ୍ନିଶମ ବିଭାଗ ଆପ୍ରାଣ ଉଦ୍ୟମ ଜାରି ରଖିଛି । ଅନ୍ୟପଟେ ଅଷ୍ଟ୍ରେଲିଆରେ ବସବାସ କରୁଥିହା ଶିଖ୍‌ ସମ୍ପ୍ରଦାୟ ମଧ୍ୟ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛନ୍ତି ।

ଶିଖ୍‌ ସମ୍ପ୍ରଦାୟ ଉଦ୍ଧାର କାର୍ଯ୍ୟରେ ଜୀବନବାଜି ଲଗାଇଦେଇଥିବା ବେଳେ ଅନେକ ପ୍ରପିଡିତଙ୍କୁ ଖାଦ୍ୟ ସାମଗ୍ରୀ ଯୋଗାଇ ଦେଉଛନ୍ତି । ଶିଖ୍‌ ସମୁଦାୟ ସ୍ବେଚ୍ଛାସେବୀ ମାନେ ଅଗ୍ନିକାଣ୍ଡରେ ପ୍ରଭାବିତ ବିଭିନ୍ନ ଅଗମ୍ୟ ସ୍ଥାନରେ ପହଞ୍ଚି ସହାୟତା କରୁଛନ୍ତି । ଶିଖ୍ ସମ୍ପ୍ରଦାୟ ଅଗ୍ନିକାଣ୍ଡ ପ୍ରଭାବିତଙ୍କୁ ମାଗଣାରେ ଖାଦ୍ୟ ଯୋଗାଇ ଦେଉଛନ୍ତି । ବର୍ତ୍ତମାନ ସୁଧା ଅଷ୍ଟ୍ରେଲିଆ ଅଗ୍ନିକାଣ୍ଡରେ 24 ଜଣ ଲୋକ ପ୍ରାଣ ହରାଇଛନ୍ତି । ଶିଖ୍‌ ସମ୍ପ୍ରଦାୟର ସ୍ବେଚ୍ଛାସେବୀ ଟିମଙ୍କ ଦ୍ବାରା ସାମୂହିକ ଭାବରେ ଗୃହଶୂନ୍ୟ ଲୋକଙ୍କୁ ଗୁରୁଦ୍ବାର ଓ ରେସ୍ତୋରାଁରେ ମାଗଣା ଭୋଜନ ଓ ଜରୁରୀ ସୁବିଧା ଯୋଗାଇ ଦିଆଯାଉଛି ।

ଏଠାରେ ସୂଚନା ଯୋଗ୍ୟ ଯେ ଏପଯର୍ଯ୍ୟନ୍ତ ଏହି ନିଆଁ ଯୋଗୁ ପ୍ରାୟ ୫୦ କୋଟି ଜୀବଜନ୍ତୁ ପ୍ରାଣ ହରାଇଥିବା ବେଳେ 24ରୁ ଉର୍ଦ୍ଧ୍ବ ଲୋକେ ପ୍ରାଣ ହରାଇଛନ୍ତି । ଏହା ଅଷ୍ଟ୍ରେଲିଆ ଇତିହାସର ସବୁଠାରୁ ଭୟଙ୍କର ଅଗ୍ନିକାଣ୍ଡ ବୋଲି କୁହାଯାଉଛି ।

Intro:Body:

cvcvvc

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.