ଇସଲାମାବାଦ: ଭାରତୀୟ ବାୟୁସେନାର ଆକ୍ରମଣ ପରେ ସଙ୍କଟରେ ପଡିଛି ପାକିସ୍ତାନ। ନିଶ୍ଚିନ୍ତରେ ଶୋଇ ରହିଥିବା ପାକ୍ ଏହି ଆଟାକ ପରେ ଚେଇଁ ଉଠିଛି। ଦେଶରେ ଏକପ୍ରକାର ହଇଚଇ ସୃଷ୍ଟି ହୋଇଛି । ପାକ୍ ସୀମା ଡେଇଁ ଏହା ଉପରେ ଆକ୍ରମଣ କରିବା ପରେ ପାକିସ୍ତାନ ଭୟଭୀତ ହୋଇପଡିଛି । ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଜରୁରୀକାଳୀନ ବୈଠକ ଡକାଇ ଦେଶର ବରିଷ୍ଠ ସେନା ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି।
ଏହି ଆକ୍ରମଣକୁ ପରୋକ୍ଷରେ ସ୍ୱୀକାର କରିଛି ପାକିସ୍ତାନ । ପାକିସ୍ତାନର ମେଜର ଜେନେରାଲ ଆସିଫ ଗଫୁର ଟ୍ୱିଟ କରି ଏହାକୁ ପରୋକ୍ଷରେ ସ୍ୱୀକାର କରିଛନ୍ତି। ପାକିସ୍ତାନ ସେନାର ମୁଖପାତ୍ର ମଧ୍ୟ ଏହି ଆକ୍ରମଣକୁ ମାନିଛନ୍ତି। ତେବେ ଏହି ଆକ୍ରମଣ ପରେ ପାକିସ୍ତାନ ସଂସଦରେ ସରକାର ବିରୋଧୀ ନାରାବାଜି ଶୁଣିବାକୁ ମିଳିଛି।
ଆକ୍ରମଣ ପରେ ପାକ୍ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ଭାରତର ମୁକାବିଲା କରିପାରିନଥିବାରୁ ଇମ୍ରାନ ଖାନଙ୍କୁ ସମାଲୋଚନା କରାଯାଇଛି । ବିରୋଧୀ ସରକାରଙ୍କ ବିରୋଧରେ ନାରା ଦେଇ ଦୁର୍ବଳ ବୋଲି ଆଖ୍ୟା ଦେଇଛନ୍ତି । ପାକ୍ ସଂସଦରେ ଭାରତର ଏୟାରଷ୍ଟ୍ରାଇକକୁ ନେଇ ହଙ୍ଗାମା ହୋଇଛି । ସଂସଦରେ ଇମ୍ରାନ ଖାନ ସେମ ସେମ ନାରା ଲଗାଯାଇଛି । ଏହାସହ ଇମ୍ରାନ ଖାନ ମୁର୍ଦ୍ଦାବାଦ ମୁର୍ଦ୍ଦାବାଦ ନାରା ମଧ୍ୟ ଦିଆଯାଇଛି।
ସୂଚନାଯୋଗ୍ୟ ଯେ ମଙ୍ଗଳବାର ଭୋର 3ଟା 30 ସମୟରେ ପିଓକେରେ ପ୍ରବେଶ କରି ଆତଙ୍କବାଦୀ ଲଞ୍ଚ ପ୍ୟାଡ ଉପରେ ଆକ୍ରମଣ କରିଛି ଭାରତୀୟ ବାୟୁସେନା । ଜୈସ-ଇ-ମହମ୍ମଦ ଆତଙ୍କୀ ଆଡ୍ଡା ଉପରେ ଆକ୍ରମଣ କରିଛି ବାୟୁସେନାର ୧୨ଟି ଯୁଦ୍ଧ ବିମାନ। ମିରାଜ-୨୦୦୦ ବିମାନ ପିଓକେରେ ୧ ହଜାର କିଲୋଗ୍ରାମର ବୋମା ପକାଇ ଆତଙ୍କୀ ଆଡ୍ଡାକୁ ଧ୍ୱଂସ କରିଛି।
![undefined](https://s3.amazonaws.com/saranyu-test/etv-bharath-assests/images/ad.png)