ETV Bharat / international

ଶ୍ରୀଲଙ୍କା ଆକ୍ରମଣ: ଭାରତରେ ସୁରକ୍ଷା କଡାକଡି

ଶ୍ରୀଲଙ୍କାର ରାଜଧାନୀ କଲମ୍ବୋରେ ହୋଇଥିବା ବିସ୍ଫୋରଣ ପରେ ଭାରତରେ ସତର୍କତା ଅବଲମ୍ବନ କାରଯାଇଛି। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ଧାର୍ମିକସ୍ଥଳ ଏବଂ ଚର୍ଚ୍ଚରେ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ କରାଯାଇଛି।

author img

By

Published : Apr 22, 2019, 12:04 PM IST

ଫଟୋ ସୌଜନ୍ୟ: ଟ୍ୱିଟର@ANI

ପାଣାଜୀ/ନୂଆଦିଲ୍ଲୀ: ଇଷ୍ଟର ସନ୍‌ଡେ ଅବସରରେ ରକ୍ତରଞ୍ଜିତ ହୋଇଯାଇଛି ଶ୍ରୀଲଙ୍କାର ବାଣିଜ୍ୟକ ସହର ତଥା ରାଜଧାନୀ କଲମ୍ବୋ । ସହରରେ ଅବସ୍ଥିତ ଥିବା ଚର୍ଚ୍ଚ ଏବଂ ବିଳାସମୟ ହୋଟଲରେ ହୋଇଥିବା 8ଟି ବିସ୍ଫୋରଣରେ 200ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଛି । ଅନୁରୂପ ଭାବେ ଗତ ମାର୍ଚ୍ଚ ମାସର ଶେଷ ସପ୍ତାହରେ ନ୍ୟୁଜିଲାଣ୍ଡର ଖ୍ରୀଷ୍ଟଚର୍ଚ୍ଚ ସହରର ମସଜିଦରେ ହୋଇଥିବା ଗୁଳିକାଣ୍ଡରେ ପ୍ରାୟ 40ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା।

ଯେଉଁ ଘଟଣାକୁ ନେଇ ବର୍ତ୍ତମାନ ସମଗ୍ର ବିଶ୍ବରେ ଖେଳିଯାଇଛି ଚାଞ୍ଚଲ୍ୟ । ଏହାର ପ୍ରଭାବ ଦେଖିବାକୁ ମିଳିଛି ଭାରତରେ । ସାମ୍ଭାବ୍ୟ ଆକ୍ରମଣ କିମ୍ବା ବୋମା ବିସ୍ଫୋରଣ ଆଶଙ୍କାରେ ଦେଶରେ ବିଭିନ୍ନ ସ୍ଥାନରେ ଥିବା ଚର୍ଚ୍ଚରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି । ଯାହା ମଧ୍ୟରେ ରହିଛି ଦିଲ୍ଲୀ ଏବଂ ଗୋଆରେ ଥିବା ଚର୍ଚ୍ଚ।

  • Goa: Earlier visuals of security outside a church in Panaji. CM Pramod Sawant had earlier said, "I have spoken to the police officials, we will provide maximum security to churches in Goa." Eight blasts had struck various churches and hotels in Sri Lanka on Sunday. pic.twitter.com/WltUGRI8Mr

    — ANI (@ANI) April 21, 2019 " class="align-text-top noRightClick twitterSection" data=" ">

ଗୋଆର ବିଭିନ୍ନ ସ୍ଥାନରେ ଥିବା ଚର୍ଚ୍ଚରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଏ ସମ୍ପର୍କରେ ପ୍ରତିକ୍ରିୟା ରଖି ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ କହିଛନ୍ତି, " ଘଟଣା ସମ୍ପର୍କରେ ରାଜ୍ୟର ବରିଷ୍ଠ ପୋଲିସ ଅଧିକାରୀଙ୍କୁ ଅବଗତ କରାଯାଇଛି । ଏଥିସହିତ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଚର୍ଚ୍ଚରେ ସୁରକ୍ଷା ଉପରେ ଗୁରୁତ୍ବ ଦିଆଯାଇଛି । " 2011 ଜନଗଣନା ଅନୁସାରେ ଗୋଆର ମୋଟ ଜନସଂଖ୍ୟାର 25 ପ୍ରତିଶତ ଖ୍ରୀଷ୍ଟ ଧର୍ମାବଲମ୍ବୀ।

ଅନ୍ୟପଟେ ଶ୍ରୀଲଙ୍କା ଘଟଣାକୁ ନେଇ ସୁରକ୍ଷା ଏଜେନ୍ସି ପକ୍ଷରୁ ଦିଲ୍ଲୀରେ ଅନେକ ସତର୍କତା ମୂଳକ ପଦକ୍ଷେପ ନିଆଯାଇଛି । ଏହି ମର୍ମରେ ବିଭିନ୍ନ ଧାର୍ମିକସ୍ଥଳ ଏବଂ ସମ୍ବେଦନଶୀଳ ସ୍ଥାନ ଆଦି ଉପରେ ଦୃଢ ନଜର ରଖାଯାଇଛି । ଦିଲ୍ଲୀରେ ସର୍ବମୋଟ 245ଟି ଚର୍ଚ୍ଚ ରହିଛି । ଗତକାଲି ଭାରତ ସମେତ ବିଶ୍ୱର ଅନ୍ୟରାଷ୍ଟ୍ରରେ ମଧ୍ୟ ଇଷ୍ଟର ସନ୍‌ଡେ ପାଳିତ ହୋଇଯାଇଛି ।

ସାଧାରଣ ନିର୍ବାଚନ ପାଇଁ ଦ୍ଵିତୀୟ ପର୍ଯ୍ୟାୟ ର ମତଦାନ ଆଜି ହୋଇଯାଇଥିବା ବେଳେ ବରଗଡ଼ ୧୧ ନମ୍ବର ୱାର୍ଡ଼  ଶକ୍ତିନଗର ସ୍କୁଲରେ ରହିଥିବା 68 ନମ୍ବର ବୁଥର EVM ମେସିନ ବାରମ୍ବାର ଖରାପ ହେବାରୁ ପ୍ରଥମ ଥର ପାଇଁ ଭୋଟ ଦେବାକୁ ଆସିଥିବା ମହିଳା ଭୋଟର ମାନଙ୍କ ମଧ୍ୟରେ ଆଶାନ୍ତି ଦେଖାଯାଇଥିଲା । ପ୍ରଥମ ଥରପାଇଁ ମତଦାନ କରିବାର ଉତ୍ସାହ ନେଇ ବୁଥକୁ ଆସିଥିବା ବେଳେ ନୂତନ ମହିଳା ଭୋଟର ମାନଙ୍କୁ ନିରାଶ କରିଥିଲା EVM ମେସିନ । ବାରମ୍ବାର EVM ମେସିନ ଏପରି ଖରାପ ହେବାପରେ ଶେଷରେ ମତଦାନ ପ୍ରକ୍ରିୟାକୁ ବନ୍ଦ କରିବାକୁ ପଡିଲା । ତେବେ ଏହି ବୁଥର ମତଦାନ ହୋଇନପାରିବାରୁ  ସାନି ମତଦାନ କରାଯିବ ।
ODbargarh_againpooling_rajesh_180419

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.