ETV Bharat / international

ପିଓକେ ଓ ଗିଲଗିଟ୍-ବେଲୁଚିସ୍ତାନକୁ ପାକିସ୍ତାନ ମ୍ୟାପରୁ ହଟାଇଲା ସାଉଦି ଆରବ !

author img

By

Published : Oct 28, 2020, 6:44 PM IST

ସାଉଦି ଆରବ 20 ରିୟାଲର ଏକ ନୂଆ ଟଙ୍କା ଛାପିଛି । ଏହାର ପଛପଟେ ବିଶ୍ବ ନକ୍ସା ଛପାଯାଇଛି । ହେଲେ ଏଥିରେ ପିଓକେ ଓ ଗିଲଗିଟ୍-ବେଲୁଚିସ୍ତାନକୁ ପାକିସ୍ତାନ ମ୍ୟାପରୁ ହଟାଇଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

ପିଓକେ ଓ ଗିଲଗିଟ୍-ବେଲୁଚିସ୍ତାନକୁ ପାକିସ୍ତାନ ମ୍ୟାପରୁ ହଟାଇଲା ସାଉଦି ଆରବ!

ରିୟାଧ: ଚୀନ ଓ ତୁର୍କୀ ସହ ସମ୍ପର୍କକୁ ନେଇ ପାକିସ୍ତାନକୁ ବଡ ଝଟକା ଦେଇଛି ସାଉଦି ଆରବ । ନିଜ ଦେଶର ଟଙ୍କା ଉପରେ ଛପାଯାଇଥିବା ବିଶ୍ବ ନକ୍ସାରେ ପିଓକେ ଓ ଗିଲଗିଟ୍-ବେଲୁଚିସ୍ତାନକୁ ପାକିସ୍ତାନ ମ୍ୟାପରୁ ହଟାଇଛି ସାଉଦି ଆରବ ।

ସୂଚନା ଅନୁଯାୟୀ ସାଉଦି ଆରବ 20 ରିୟାଲର ଏକ ନୂଆ ଟଙ୍କା ଛାପିଛି । ଏହାର ପଛପଟେ ବିଶ୍ବ ନକ୍ସା ଛପାଯାଇଛି । ହେଲେ ଏଥିରେ ପିଓକେ ଓ ଗିଲଗିଟ୍-ବେଲୁଚିସ୍ତାନକୁ ପାକିସ୍ତାନ ମ୍ୟାପରୁ ହଟାଇଥିବା ଦେଖିବାକୁ ମିଳିଛି ।

ଗତ ବର୍ଷ ଯେତେବେଳେ ଭାରତ ଜାମ୍ମୁ ଓ କାଶ୍ମୀର ସ୍ବତନ୍ତ୍ର ରାଜ୍ୟପାହ୍ୟା ରଦ୍ଧ କରିଥିଲା, ସେତେବେଳେ ସାଉଦି ଆରବ ଏହାକୁ ବିରୋଧ କରୁ ବୋଲି ଚାହୁଁଥିଲା ପାକିସ୍ତାନ । ହେଲେ ସେହି ସମୟରେ ସାଉଦି ଆରବ ସମେତ ସମସ୍ତ ଆରବ ଦେଶ ଭାରତ ସପକ୍ଷରେ ଛିଡା ହୋଇଥିଲେ । କେବଳ ଚୀନ ଓ ତୁର୍କୀ ଦେଇଥିଲେ ପାକିସ୍ତାନର ସାଥ । ପାକିସ୍ତାନ ତୁର୍କୀ ଆଡକୁ ଢଳିଥିବା ନଜର ଆସିଥିଲା । ଏପରିକି ଏକ ଟିଭି ଇଣ୍ଟରଭ୍ୟୁରେ ପାକିସ୍ତାନ ବୈଦେଶିକମନ୍ତ୍ରୀ ସାଉଦିଆରବକୁ ଧମକ ମଧ୍ୟ ଦେଇଥିଲେ ।

ପାକିସ୍ତାର ଏପରି ବ୍ୟବହାରକୁ ନେଇ କଡା ଆଭିମୁଖ୍ୟ ଆପଣାଇଥିଲା ସାଉଦିଆରବ । ତୁର୍କୀ ଆଡକୁ ଢଳିବା ଦେଖି ସାଉଦି ଆରବ ପାକିସ୍ତାନକୁ କର ମାଗିବା ଆରମ୍ଭ କରିଦେଇଥିଲା । ପାକିସ୍ତାନକୁ ଦେଇଥିବା 1 ଆରବ ଡଲାର ମାଗିଥିଲା ସାଉଦି ଆରବ । ତେବେ ଟଙ୍କା ମିଳିବା ପରେ ସାଉଦି ଆରବ ଏହାକୁ ଭାରତର କମ୍ପାକୀ ରିଲାଏନ୍ସରେ ନିବେଶ କରିଦେଇଥିଲା, ଯାହା ଫଳରେ ପାକିସ୍ତାନକୁ ଲାଗିଥିଲା ବଡ ଝଟକା ।

ନଭେମ୍ବରରେ ହେବାକୁ ଥିବା ଜି-20 ଶୀଖର ସମ୍ମିଳନୀ ଏଥର ସାଉଦିଆରବ କରିବ । ତେବେ ଏହା ପୂର୍ବରୁ ସାଉଦି ଆରବର ଏପରି ଆଭିମୁଖ୍ୟ ପାକିସ୍ତାନ ପାଇଁ ଏକ ବଡ ଝଟକା ବୋଲି କୁହାଯାଇପାରେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.