ନୂଆଦିଲ୍ଲୀ: ଚୀନ ପରେ ଦକ୍ଷିଣ କୋରିଆରେ ବଢିଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗୁରୁବାର ସକାଳ ସୁଦ୍ଧା ମିଳିଥିବା ଖବର ଅନୁଯାୟୀ, ଦକ୍ଷିଣ କୋରିଆରେ ଆକ୍ରାନ୍ତଙ୍କ ସଂଖ୍ୟା 7,869ରେ ପହଞ୍ଚିଥିବାବେଳେ ମୃତ୍ୟୁ ସଂଖ୍ୟା 66କୁ ବୃଦ୍ଧି ପାଇଛି ।
କେବଳ ବୁଧବାର 5 ଜଣଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି । ସେହିପରି 45 ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି । ଫଳରେ ସମୁଦାୟ 333 ଜଣ ସୁସ୍ଥ ହୋଇଥିବା ସ୍ପଷ୍ଟ ହୋଇଛି ।
କୋରୋନାକୁ ଲକ୍ଷ୍ୟ କରି ଜାନୁଆରୀ 3 ତାରିଖରୁ ସମୁଦାୟ 234ହଜାର ଲୋକଙ୍କ ରକ୍ତନମୁନା ପରୀକ୍ଷା କରାଯାଇଛି । ଯେଉଁଥିରେ 209,402 ଜଣଙ୍କର ରକ୍ତନମୁନା ନେଗେଟିଭ୍ ଆସିଥିବାବେଳେ 17,727 ଜଣଙ୍କ ରିପୋର୍ଟ ଆସିନାହିଁ ।
@IANS