ETV Bharat / international

ଋଷ ବିଜୟ ଦିବସ ପ୍ୟାରେଡ: ଯୋଗଦାନ ପାଇଁ ସହମତି ଦେଲେ 12 ନେତା

author img

By

Published : Jun 12, 2020, 6:45 PM IST

ଋଷ ବିଜୟ ଦିବସ ଅବସରରେ ଆଗକୁ ପାଳନ ହେବାକୁ ଯାଉଛି ବିଜୟ ପ୍ୟାରେଡ । ଏନେଇ ବିଭିନ୍ନ ରାଷ୍ଟ୍ର ଓ ନେତାଙ୍କୁ ଆମନ୍ତ୍ରଣ କରାଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା 12 ଜଣ ନେତା କାର୍ଯ୍ୟକ୍ରମରେ ଯୋଗ ଦେବା ନେଇ ସ୍ପଷ୍ଟ କରିଛନ୍ତି ।

russia victory day parade, russia victory day, invitation to russia victory day, russia latest news, ଋଷିଆ ବିଜୟ ଦିବସ ପ୍ୟାରେଡ, ଋଷିଆ ବିଜୟ ଦିବସ, ଋଷିଆ ବିଜୟ ଦିବସ ଆମନ୍ତ୍ରଣ, ଋଷିଆ ଲାଟେଷ୍ଟ ନ୍ୟୁଜ୍‌
ଋଷିଆ ବିଜୟ ଦିବସ ପ୍ୟାରେଡ: ଯୋଗଦାନ ପାଇଁ ସହମତି ଦେଲେ 12 ନେତା

ମସ୍କୋ: ଋଷ ବିଜୟ ଦିବସ ଅବସରରେ ଆଗକୁ ପାଳନ ହେବାକୁ ଯାଉଛି ବିଜୟ ପ୍ୟାରେଡ । ଏନେଇ ବିଭିନ୍ନ ରାଷ୍ଟ୍ର ଓ ନେତାଙ୍କୁ ଆମନ୍ତ୍ରଣ କରାଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା 12 ଜଣ ନେତା କାର୍ଯ୍ୟକ୍ରମରେ ଯୋଗ ଦେବା ନେଇ ସ୍ପଷ୍ଟ କରିଛନ୍ତି । ଏନେଇ ଶୁକ୍ରବାର ସୂଚନା ଦେଇଛନ୍ତି ଋଷ ବୈଦେଶିକ ମନ୍ତ୍ରୀ ସର୍ଜି ଲାଭ୍ରୋଭ । ସେ ଏହା ମଧ୍ୟ କହିଛନ୍ତି ଆମନ୍ତ୍ରିତ ହୋଇଥିବା ଅନେକ ରାଷ୍ଟ୍ର ଏଯାବତ୍‌ ନିଜ ଯୋଗ ଦେବ କଥା ବିଚାର କରିନାହାନ୍ତି ।

ପୂର୍ବରୁ ମେ’ 9ରେ ଏହି ପ୍ୟାରେଡ ହେବାର ଯୋଜନା ରହିଥିଲା । ହେଲେ କୋରୋନା ସ୍ଥିତିକୁ ନଜରରେ ରଖି ଏହାକୁ ଜୁନ 24କୁ ବଦଳାଇଥିଲେ ରାଷ୍ଟ୍ରପତି ପୁଟିନ । ଏହି ନୂଆ ଯୋଜନା ମୁତାବକ ବିଭିନ୍ନ ରାଷ୍ଟ୍ର ଓ ନେତାଙ୍କୁ ଆମନ୍ତ୍ରିତ କରାଯାଇଥିଲା । କୌଣସି ରାଷ୍ଟ୍ର ଏହି ନିମନ୍ତ୍ରଣକୁ ଖାରଜ ନକରିଥିଲେ ବି ଏଯାବତ୍‌ ମାତ୍ର 12ଜଣ ନେତା ଏଥିରେ ସାମିଲ ପାଇଁ ସହମତି ପ୍ରକାଶ କରିଛନ୍ତି । ଏହି 12 ଜଣଙ୍କ ମଧ୍ୟରୁ ଅଧିକାଂଶ ସିଆଇଏସ ବା କମନୱେଲଥ ଥିବା ସ୍ବାଧୀନ ରାଜ୍ୟର ମୁଖ୍ୟ ହୋଇଥିବା ଜଣାପଡିଛି ।

ସୂଚନା ମୁତାବକ ଗତ ମେ’ 26ରେ ରାଷ୍ଟ୍ରପତି ପୁଟିନ ପ୍ରତିରକ୍ଷା ମନ୍ତ୍ରୀ ସର୍ଜି ସୋଇଗୁଙ୍କ ସହ ଆଲୋଚନା କରି ଜୁନ 24କୁ ବିଜୟ ପ୍ୟାରେଡ ଘୁଞ୍ଚାଇବାକୁ ଘୋଷଣା କରିଥିଲେ । ଏଥିସହ ଏହାର ପ୍ରସ୍ତୁତ ମଧ୍ୟ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ଏନେଇ ପଚରାଯିବାରୁ ପୁଟିନ କହିଥିଲେ କି କିମ୍ବଦନ୍ତୀ ଅନୁଯାୟୀ 1945, ଜୁନ 24ରେ ରେଡ ସ୍କୋୟାରଠାରେ ଏହି ଐତିହାସିକ ପ୍ୟାରେଡର ଆୟୋଜନ ହୋଇଥିଲା । ତେଣୁ ଚଳିତବର୍ଷ ମଧ୍ୟ ଏହି ତାରିଖରେ ପ୍ୟାରେଡ ପାଇଁ ତାରିଖ ଧାର୍ଯ୍ୟ କରାଯାଇଛି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.