ବାଗଦାଦ: ଇରାକରେ ଯୁବ ବେରୋଜଗାରୀ ସମସ୍ୟା, ଖରାପ ସାର୍ବଜନୀକ ସେବା ଓ ଭ୍ରଷ୍ଟାଚାର ବିରୋଦ୍ଧରେ ସରକାରଙ୍କ ବିରୋଦ୍ଧରେ ପ୍ରଦର୍ଶନ ଜାରି ରହିଛି । ରାସ୍ତା ଜାମ ଫଳରେ ଗାଡିଚଳାଚଳ ବାଧାପ୍ରାପ୍ତ ହୋଇଛି । ସମାଚାର ଏଜେନ୍ସି ଅନୁସାରେ, ଗୃହମନ୍ତ୍ରାଳୟ ପକ୍ଷରୁ କୁହାଯାଇଛିଯେ, ପ୍ରଦର୍ଶନକାରୀମାନେ ଟାୟାର ଜାଳିବା ସହ ରାସ୍ତା ବନ୍ଦ କରି ରଖିଛନ୍ତି । ଏହାର ଜବାବରେ ସୁରକ୍ଷାବଳ ପକ୍ଷରୁ ଟିୟର ଗ୍ୟାସ ପ୍ରୟୋଗ କରାଯାଇଛି ।
ସୂତ୍ରାନୁସାରେ, ପ୍ରଦର୍ଶନକାରୀ ମାନେ ବସର ସହରରେ ଟାୟାର ଜାଳି ବନ୍ଦରଗାହ ଓମ୍ମ କସରକୁ ଯାଉଥିବା ରାସ୍ତାକୁ ବନ୍ଦ କରିଦେଇଛନ୍ତି । ଯାହାଫଳରେ ସୁରକ୍ଷାକର୍ମୀମାନେ ପ୍ରଦର୍ଶନକାରୀଙ୍କ ଉପରେ ଟିୟର ଗ୍ୟାସ ପ୍ରୟୋଗ କରିବା ସହ ପାଣି ମାଡ କରିଛନ୍ତି । ଘଟଣାରେ 2 ଜଣ ପ୍ରଦର୍ଶନକାରୀଙ୍କ ମତ୍ୟୁ ହୋଇଥିବାବେଳେ 23 ଜଣ ଆହତ ହୋଇଥିବା ଇରାକର ହାଇ କମିଶନର ଫାଁର ହ୍ୟୁମନ ରାଇଟସ ମଙ୍ଗଳବାର ସୂଚନା ଦେଇଛନ୍ତି ।
କମିଶନଙ୍କର କହିବାନୂସାରେ, ଏହି ଘଟଣାରେ ମଙ୍ଗଳବାର ସକାଳେ ଇଣ୍ଟରନେଟ ସେବା ବନ୍ଦ କରିଦିଆଯାଇଥିଲା । ବିରୋଧର ମାତ୍ରା ତୀବ୍ର ହେବାରୁ ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ନେଇ ଟିୟର ଗ୍ୟାସର ପ୍ରୟୋଗ କରାଯାଇଲା । ପରେ ଇରାକ ସୁରକ୍ଷାବଳ 283 ଜଣ ପ୍ରଦର୍ଶନକାରୀଙ୍କୁ ଗିରଫ କରିଛନ୍ତି ।