ETV Bharat / international

ହଂକଂରେ କୋହଳ ହେବ କ୍ବାରେନଣ୍ଟାଇନ ନିୟମ

author img

By

Published : Apr 28, 2020, 10:16 PM IST

କ୍ରମାଗତ ଭାବେ ତୃତୀୟ ଦିନ ପାଇଁ ହଂକଂରେ ଆକ୍ରାନ୍ତ ସଂଖ୍ୟା ଶୂନରେ ସ୍ଥିର ରହିଛି । ଏନେଇ ସହରରେ ବର୍ତ୍ତମାନ କୋରୋନା ସ୍ଥିତି ନିୟନ୍ତ୍ରଣାଧିନ ରହିଥିବା ପ୍ରକାଶ କରିଛନ୍ତି ଖାଦ୍ୟ ଓ ସ୍ବାସ୍ଥ୍ୟ ସଚିବ ସୋଫିଆ ଚାନ ।

quarantine rules in Hong Kong, corona in hong kong, coronavirus news, new announcement in hong kong, ହଂକଂରେ କ୍ବାରେଣ୍ଟାଇନ ନିୟମ କୋହଳ, ହଂକଂରେ କୋରୋନା, କୋରୋନା ଭାଇରସ ନ୍ୟୁଜ୍‌, ହଂକଂରେ ନୂଆ ଘୋଷଣା
ହଂକଂରେ କୋହଳ ହେବ କ୍ବାରେନଣ୍ଟାଇନ ନିୟମ

ହଂକଂ: କ୍ରମାଗତ ଭାବେ ତୃତୀୟ ଦିନ ପାଇଁ ହଂକଂରେ ଆକ୍ରାନ୍ତ ସଂଖ୍ୟା ଶୂନରେ ସ୍ଥିର ରହିଛି । ଏନେଇ ସହରରେ ବର୍ତ୍ତମାନ କୋରୋନା ସ୍ଥିତି ନିୟନ୍ତ୍ରଣାଧିନ ରହିଥିବା ପ୍ରକାଶ କରିଛନ୍ତି ଖାଦ୍ୟ ଓ ସ୍ବାସ୍ଥ୍ୟ ସଚିବ ସୋଫିଆ ଚାନ । ଏହି ଆଧାରରେ ବର୍ତ୍ତମାନ ଧିରେ ଧିରେ କ୍ବାରେନଣ୍ଟାଇନ ନିୟମ କୋହଳ କରିବା ପାଇଁ ଘୋଷଣା କରାଯାଇଛି । ଚୀନର ମୁଖ୍ୟ ସହରରୁ ହଂକଂକୁ ଯାତ୍ରା କରୁଥିବା ଯାତ୍ରୀ ଓ ଦୈନିକ ସୀମା ଅତିକ୍ରମ କରୁଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଏହି ନିୟମ କୋହଳ କରାଯାଇଛି ।

ବର୍ତ୍ତମାନ କୋରୋନା ସ୍ଥିତି ନିୟନ୍ତ୍ରଣାଧିନ ରହିଥିବାରୁ ଦେଶର ଆର୍ଥିକ ଅବସ୍ଥାକୁ ପୁଣି ସଳଖ କରିବାର ଆବଶ୍ୟକତା ରହିଛି । ତେଣୁ କେତେକ କ୍ଷେତ୍ରରେ ନିୟମ କୋହଳ କରାଯିବାର ନିଷ୍ପତ୍ତି ନିଆୟାଇଛି । ସେପଟେ ବିଦେଶାଗତଙ୍କ ପାଇଁ ଆଗାମୀ ମାସେ ଅର୍ଥାତ ଜୁନ 7 ପର୍ଯ୍ୟନ୍ତ କଟକଣା ଲାଗୁ ରହିବ ବୋଲି କୁହାଯାଇଛି । ଅନ୍ୟପଟେ ଅଗଷ୍ଟ 31 ପର୍ଯ୍ୟନ୍ତ ଯିବା ଆସିବା ସମୟରେ ରେଜିଷ୍ଟ୍ରେସନ ଓ ଟ୍ରାଭେଲ ହିଷ୍ଟ୍ରି ଯୋଗାଇବା ପାଇଁ ବାଧ୍ୟତାମୂଳକ ନିୟମ ବଳବତ୍ତର ରହିବ ।

ସୂଚନା ମୁତାବକ ଗତ 15 ଦିନରେ ପଞ୍ଚମ ଥର ପାଇଁ ସହରରେ ଶୂନ ଆକ୍ରାନ୍ତ ସଂଖ୍ୟା ରେକର୍ଡ ହୋଇଛି । ଏଥିସହ ସହରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 1037ରେ ସ୍ଥିର ରହିଛି । ସେପଟେ ପୂର୍ବରୁ ମେ 7 ପର୍ଯ୍ୟନ୍ତ ଦେଶରେ ସାମାଜିକ ଦୂରତ୍ବ ବଜାୟ ରଖି 4 ଜଣରୁ ଅଧିକ ଏକାଠି ନହେବା ପାଇଁ ଘୋଷଣା ହୋଇଥିଲା । ହେଲେ ସ୍ଥିତିରେ ସୁଧାର ପରେ ନିଷ୍ପତ୍ତିରେ ପରିବର୍ତ୍ତନ କରାଯାଇଥିବା ପ୍ରକାଶ କରିଛନ୍ତି ଖାଦ୍ୟ ଓ ସ୍ବାସ୍ଥ୍ୟ ବିଭାଗ ଡେପ୍ୟୁଟି ସଚିବ ହୱାର୍ଡ ଚାନ । ସେ ଏହା ମଧ୍ୟ କହିଛନ୍ତି ନିୟମ କୋହଳ ସତ୍ତ୍ବେ ହୁୱାଇ ପ୍ରାନ୍ତରୁ କୌଣସି ବ୍ୟକ୍ତିଙ୍କୁ ହଂକଂରେ ପ୍ରବେଶ ନିଷେଧ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.