ETV Bharat / international

ନେପାଳ ରାଜନୈତିକ ନାଟକ: ହଟିଲେ ଓଲି,ଫେରିବେ କି ପ୍ରଚଣ୍ଡ?

author img

By

Published : Dec 24, 2020, 7:04 AM IST

ନେପାଳରେ କ୍ଷମତାସୀନ କମ୍ୟୁନିଷ୍ଟ ପାର୍ଟି କେପି ଶର୍ମା ଓଲିଙ୍କୁ ସଂସଦୀୟ ଦଳର ନେତା ପଦରୁ ହଟାଇ ପୁଷ୍ପ କମଲ ଦହଲ ପ୍ରଚଣ୍ଡଙ୍କୁ ନୂଆ ସଂସଦୀୟ ଦଳର ନେତା ଚୟନ କରାଯାଇଛି । ଅଧିକ ପଢନ୍ତୁ...

ନେପାଳ ରାଜନୈତିକ ନାଟକ: ହଟିଲେ ଓଲି, ଫେରିବେ କି ପ୍ରଚଣ୍ଡ?

ନୂଆଦିଲ୍ଲୀ: ନେପାଳର ରାଜନୈତିକ ସଙ୍କଟରେ ପଡିପାରୁନି ପୂର୍ଣ୍ଣଛେଦ । ସଂସଦ ଭଙ୍ଗ କରି ନିର୍ବାଚନ ତାରିଖର ମଧ୍ୟ ଘୋଷଣା ହୋଇସାରିଲାଣି । ଏହାରି ମଧ୍ୟରେ କ୍ଷମତାସୀନ କମ୍ୟୁନିଷ୍ଟ ପାର୍ଟି କେପି ଶର୍ମା ଓଲିଙ୍କୁ ସଂସଦୀୟ ଦଳର ନେତା ପଦରୁ ହଟାଇ ପୁଷ୍ପ କମଲ ଦହଲ ପ୍ରଚଣ୍ଡଙ୍କୁ ନୂଆ ସଂସଦୀୟ ଦଳର ନେତା ଚୟନ କରିଦେଇଛନ୍ତି । ନେପାଳ ରାଜନୀତିରେ ଏହା ଏକ ବଡ ଘଟଣା କୁହାଯାଇପାରେ । ଏହି ଘଟଣା ପରେ କ୍ଷମତାସୀନ ଦଳରେ ପ୍ରଚଣ୍ଡଙ୍କ ପତିଆରା ବୃଦ୍ଧି ପାଇଛି ।

ବର୍ତ୍ତମାନ ପର୍ଯ୍ୟନ୍ତ ନେପାଳର ପ୍ରଧାନମନ୍ତ୍ରୀ ରହିଥିବା କେପି ଶର୍ମା ଓଲି ନିକଟରେ ଦେଶର ସଂସଦକୁ ଭଙ୍ଗ କରିବା ନେଇ ରାଷ୍ଟ୍ରପତି ବିଦ୍ୟାଦେବୀ ଭଣ୍ଡାରୀଙ୍କୁ ସୁପାରିଶ କରିଥିଲେ । ଏହା ପରେ ରାଷ୍ଟ୍ରପତି ସଂସଦ ଭଙ୍ଗ କରି ଘୋଷଣା କରିଥିଲେ ନୂଆ ନିର୍ବାଚନ ତାରିଖ । ଏସବୁ ମଧ୍ୟରେ ନେପାଳ ରାଜନୀତିରେ ଘୋଟି ଆସିଛି ସଂକଟର କଳା ବାଦଲ ।

ଆଗାମୀ ଏପ୍ରିଲ ଓ ମେ ମାସରେ ହେବାକୁ ଯାଉଛି ନେପାଳ ସଂସଦ ନିର୍ବାଚନ । ହେଲେ ପୁରୁଣା ସଂସଦକୁ ସ୍ବାଭାବିକ କରାଇବା ନେଇ ରହିଛି ପ୍ରଚଣ୍ଡଙ୍କ ପ୍ରୟାସ। ମାତ୍ର କେପି ଶର୍ମା ଓଲିଙ୍କ ଏହି ପଦକ୍ଷେପର ବିରୋଧ କେବଳ ଦଳ ଭିତରେ ନୁହେଁ ବରଂ ସମଗ୍ର ଦେଶରେ ହେଉଛି ।

ଗତ ମଙ୍ଗଳବାର କେପି ଶର୍ମା ଓଲିଙ୍କୁ ଦଳର ଅଧ୍ୟକ୍ଷ ପଦରୁ ହଟାଇ ଦେଇଥିଲା କମ୍ୟୁନିଷ୍ଟ ପାର୍ଟି । 66 ବର୍ଷୀୟ ପ୍ରଚଣ୍ଡଙ୍କୁ କମ୍ୟୁନିଷ୍ଟ ସଂସଦୀୟ ଦଳର ନେତା କରିବା ପାଇଁ ବରିଷ୍ଠ ନେତା ମାଧବ କୁମାର ପ୍ରସ୍ତାବ ଦେଇଥିଲେ । ଏବେ ଏସବୁ ଉପରେ ନଜର ପକାଇଲେ ପୁଣି ଥିରେ ପ୍ରଚଣ୍ଡ ନେପାଳର ଭାର ଗ୍ରହଣ କରିବେ କି ବୋଲି ପ୍ରଶ୍ନ ଉଠୁଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.