ମାନିଲା: କୋରୋନା କାରଣରୁ ବିଶ୍ବର ବିଭିନ୍ନ ଦେଶରେ ସ୍ଥିତି ଅଣାୟତ୍ତ । ଅନେକ ଦେଶରେ କୋରୋନା ସ୍ଥିତି ଉଦ୍ବେଗଜନକ ରହିଛି । ଏପରିସ୍ଥଳେ କୋଭିଡ -19 ମାମଲା ବୃଦ୍ଧି ପାଇବା ଫଳରେ ଫିଲିପିନ୍ସ ସରକାର କଏଦୀଙ୍କୁ କୋରୋନା ବ୍ୟାପିବା ଭୟରେ 15,322 କଏଦୀଙ୍କୁ ଜେଲରୁ ମୁକ୍ତ କରିଛି ।
ଫିଲିପିନ୍ସର ଆଭ୍ୟନ୍ତରୀଣ ଏବଂ ସ୍ଥାନୀୟ ପ୍ରଶାସନ ବିଭାଗ(ଡିଆଇଏଲଜି) କହିଛି ଯେ, ଜେଲରୁ ଛାଡ ପାଇଥିବା କଏଦୀମାନଙ୍କ ମଧ୍ୟରୁ ଅଧିକାଂଶ ବୟସ୍କ ଏବଂ ସାମାନ୍ୟ ଧରଣର କେସ୍ କିମ୍ବା ଜାମିନ ପ୍ରାପ୍ତ ଅପରାଧ କରିଛନ୍ତି । ଏହାକୁ ନଜରରେ କଏଦୀମାନଙ୍କୁ ଛାଡ କରାଯାଇଥିବା କୁହାଯାଇଛି ।
ଡିଆଇଏଲଜି କହିଛି ଯେ, ଜୁଲାଇ 2 ସୁଦ୍ଧା ସାରା ଦେଶରେ ପ୍ରାୟ 783 ଅନ୍ତେବାସୀ କୋରୋନା ସଂକ୍ରମିତ ରହିଥିଲେ । ଏଥିରେ କୁହାଯାଇଛି ଯେ 549 ଜଣ ଅନ୍ତେବାସୀ କୋରୋନାରୁ ଆରୋଗ୍ୟ ଲାଭ କରିଛନ୍ତି ।
ଡିଆଇଏଲଜି ଏହା ମଧ୍ୟ କହିଛି ଯେ 135 ଜେଲ କର୍ମଚାରୀ ମଧ୍ୟ ସଂକ୍ରମିତ ହୋଇଛନ୍ତି କିନ୍ତୁ ସେମାନଙ୍କ ମଧ୍ୟରୁ 90 ଜଣ ସୁସ୍ଥ ହୋଇଛନ୍ତି ।
ଏଠାରେ ସୂଚନା ଯୋଗ୍ୟ ଯେ, ବର୍ତ୍ତମାନ ସୁଦ୍ଧା ଫିଲିପିନ୍ସରେ 38,805 କୋରୋନା ପଜେଟିଭ କେସ୍ ରେକର୍ଡ ହୋଇଛି । ଏହି ସଂଖ୍ୟାରୁ 10,673 ଆରୋଗ୍ୟ ଏବଂ ମୃତ୍ୟୁ ସଂଖ୍ୟା 1,274ରେ ପହଞ୍ଚିଛି ।